କରୋନା ଓ Omicron ଭ୍ୟାରିଆଣ୍ଟ ପାଇଁ କାଳ ସାଜିଛି ଏହି ଔଷଧ, ଯାହାକୁ ଡକ୍ଟର କରୁଛନ୍ତି ପ୍ରେସକ୍ରାଇବ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ କୋଭିଡ୍ ଭାରିଏଣ୍ଟ ଓମିକ୍ରନ ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଛି । ଏମିତିକି ଏବେ ସବୁ ସ୍ଥାନରେ ଓମିକ୍ରନରେ ଅନେକ ସଂକ୍ରମଣ ହେବା ଦେଖିବାକୁ ମିଳୁଛି । ଯାହା ପାଇଁ ସରକାର ମଧ୍ୟ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଆଉ ଯଦି ଟିକା କାରଣ କଥା କୁହାଯାଏ ତେବେ ଏହା ମଧ୍ୟ ଜୋରସୋରରେ ଚାଲିଛି । ତେବେ ଓମିକ୍ରନ ଭାରିଆଣ୍ଟ ଯୋଗୁଁ କରୋନା ମାମଲା ତୀବ୍ର ଭାବେ ବଢ଼ିବାରେ ଲାଗିଛି ।

ଏହି ଭାରିଆଣ୍ଟ ୧୦୦ରୁ ଅଧିକ ଦେଶରେ ବ୍ୟାପିଛି ଓ କୋଟି କୋଟି ଲୋକଙ୍କୁ ନିଜର ଶିକାର କରୁଛି । ଅନେକ ବୈଜ୍ଞାନିକଙ୍କ ରିସର୍ଚ୍ଚ ଓ ଅଧ୍ୟୟନରୁ ଖୁଲାସା ହୋଇଛି କି, କରୋନା ମହାମାରୀର ଅନ୍ୟ ଭାରିଆଣ୍ଟ ତୁଳନାରେ ଓମିକ୍ରନ ଭାରିଆଣ୍ଟ ତୀବ୍ର ଭାବେ ବ୍ୟାପୁଛି । ତେବେ ଓମିକ୍ରନ ଭାରିଆଣ୍ଟର ତୀବ୍ର ସଂକ୍ରମଣର କାରଣ ହେଉଛି ଏହାର ଇନକ୍ୟୁବେସନ ପିରିୟଡ ।

ଜଣେ କରୋନା ସଂକ୍ରମିତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ଓ ଲକ୍ଷଣଗୁଡ଼ିକ ବିକାଶ ହେବା ମଧ୍ୟରେ ଥିବା ସମୟକୁ ଇନକ୍ୟୁବେସନ ପିରିୟଡ଼ ବୋଲି କୁହାଯାଏ । ଏହି ଅବଧି ଡେଲ୍ଟା ଭାରିଆଣ୍ଟ ସମୟରେ ୪ ଦିନ ଓ ଆଲଫାରେ ୫ ତଦିନ ରହିଥିଲା । କିନ୍ତୁ ଓମିକ୍ରନ ଭାରିଆଣ୍ଟରେ ଏହି ଅବଧି କେବଳ ୩ ଦିନ, ଯେଉଁଥିପାଇଁ ଏହା ଲୋକମାନଙ୍କୁ ତୀବ୍ର ଭାବେ ସଂକ୍ରମିତ କରୁଛି ।
ତେବେ ଗତ ଏକ ବର୍ଷ ମଧ୍ୟରେ ମୁଣ୍ଡବିନ୍ଧା, ଶରୀରର ଯନ୍ତ୍ରଣା ଏବଂ ଜ୍ୱରରୁ ମୁକ୍ତି ପାଇଁ ଆପଣ କେଉଁ ବଟିକା ବ୍ୟବହାର କରିଛନ୍ତି? ଆପଣ ନିଶ୍ଚୟ କ୍ରୋସିନ୍ କିମ୍ବା ଡୋଲୋ ୬୫୦ ନେଇଥିବେ ।

ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସମୟ ମଧ୍ୟରେ ସମଗ୍ର ଭାରତ କେଉଁ ବଟିକା ବ୍ୟବହାର କରିଛି । ଡୋଲୋ ୬୫୦ ଗତ ଏକ ବର୍ଷ ମଧ୍ୟରେ ସର୍ବାଧିକ ବ୍ୟବହୃତ ଟ୍ୟାବଲେଟ୍ ହୋଇପାରିଛି । ମାର୍ଚ୍ଚ ୨୦୨୦ ଠାରୁ ୫୬୭ କୋଟି ଟଙ୍କା ମୂଲ୍ୟର ଡୋଲୋ ୬୫୦ ଟାବଲେଟ୍ ବିକ୍ରି ହୋଇସାରିଛି । କେବଳ ଏତିକି ନୁହେଁ, ଏହି ବଟିକାକୁ କରୋନା ଅବଧିରେ ଏକ ପ୍ରିୟ ‘ସ୍ନାକ୍ସ’ କୁହାଯାଏ । ଗୋଟିଏ ବର୍ଷରେ ଏହା ଏତେ ବିକ୍ରି ହେଲା ଯେ ଗତ ସପ୍ତାହରେ #ଡୋଲୋ ୬୫୦ ଏକ ମୀମ ଫେଷ୍ଟରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲା ।

ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ବଟିକା କାହିଁକି ଏହି ସମୟ ମଧ୍ୟରେ ଏତେ ବ୍ୟବହୃତ ହେଲା, ଡାକ୍ତରମାନେ ରୋଗୀମାନଙ୍କ ପାଇଁ ଏତେ ବଟିକା କାହିଁକି ଲେଖିଲେ? ଜାନୁଆରୀ ୨୦୨୦ ଠାରୁ ପାରାସିଟାମୋଲର ବିକ୍ରିକୁ ଦେଖିଲେ ଏହା ଜଣାଯାଏ ଯେ, ବିକ୍ରୟ ଦୃଷ୍ଟିରୁ ଡୋଲୋ ୬୫୦ ଶୀର୍ଷରେ ଅଛି । ବିକ୍ରୟ ଦୃଷ୍ଟିରୁ କଲପୋଲ ଏବଂ ସୁମୋ ଏଲ୍ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତରେ ୩୭ ଟି ବ୍ରାଣ୍ଡର ପାରାସେଟାମୋଲ ଅଛି ଯାହାର ବିକ୍ରି ଦେଶର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ।

ଡୋଲୋ ୬୫୦ ବାଙ୍ଗାଲୋରରେ ଅବସ୍ଥିତ ମାଇକ୍ରୋ ଲ୍ୟାବ ଲିମିଟେଡ୍ ଦ୍ୱାରା ନିର୍ମିତ । ଅନ୍ୟ ପଟେ, ଜିଏସକେ ଫାର୍ମାସ୍ୟୁଟିକାଲ୍ସ କଲପୋଲ ଉତ୍ପାଦନ କରେ ଏବଂ ଏହି ଉଭୟ ବଟିକା ସାଧାରଣତଃ ରୋଗୀମାନଙ୍କ ପାଇଁ ଡାକ୍ତରଙ୍କ ଦ୍ଵାରା ନିର୍ଦ୍ଦିଷ୍ଟ ହୋଇଥାଏ । ତେବେ ଉଲ୍ଲେଖ ଯୋଗ୍ୟ ଯେ ଡିସେମ୍ବର ୨୦୨୧ ରେ, ଡୋଲୋ-୬୫୦ ୨୮.୯ କୋଟି ଟଙ୍କା ବିକ୍ରି କରିଥିଲା, ଯାହା ଗତ ବର୍ଷ ସମାନ ମାସରେ ବିକ୍ରି ତୁଳନାରେ ୬୧.୪୫ ପ୍ରତିଶତ ଅଧିକ ଥିଲା ।

କିନ୍ତୁ ଏପ୍ରିଲ-ମେ ୨୦୨୧ ରେ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ଏହାର ସର୍ବାଧିକ ବିକ୍ରି ହୋଇଥିଲା । ଏପ୍ରିଲରେ ଏହା ୪୮.୯ କୋଟି ଆୟ କରିଥିବାବେଳେ ମେ ମାସରେ ଏହା ୪୪.୨ କୋଟି ଟଙ୍କା ଆୟ କରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *