Smart Study କେମିତି କରିବେ ? 95% ପାଠ ମନେ ରଖିବାର Tips, ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଜାଣିବା ଯଦି ପାଠ ମନେ ରାହୁନାହିଁ ଏବଂ ଯଦି ଆପଣ ପାଠ ମାନେ ରଖିବାକୁ ଚାହୁଁଛନ୍ତି ତେବେ ଆମେ କଣ କରିବା ? ଗୋଟିଏ ଛୋଟ ପ୍ରୟୋଗ କରିବା ପାଇଁ ପଡିବ । ସାଧାରଣତ ଅଧିକାଂଶ ପିଲା ପାଠ ପଢିଥାନ୍ତି କିନ୍ତୁ ପାଠ ତାଙ୍କର ସେତେ ଭଲ ମାନେ ରହି ନଥାଏ । ଏହା ସହିତ ପରୀକ୍ଷା ରେ ଭଲ ନମ୍ବର ଆସି ନଥାଏ । କିନ୍ତୁ ତାଙ୍କ ଥୁ କମ ପଢିଥିବା ପିଲାଙ୍କର ଭଲ ନମ୍ବର ଆସିଥାଏ ।

ଆସନ୍ତୁ ଜାଣିବା ସେହି କାରଣ ମାନ ଯାହା ଆପଣଙ୍କ ପାଠ ପଢାରେ ବାଧା ସୃଷ୍ଟି କରିଥାଏ। ତେବେ ସର୍ବ ପ୍ରଥମେ ପାଠ ପଢାରେ ଆସୁଥିବା ଡିଷ୍ଟ୍ରବାନ୍ସ, ନୀତିଦିନ ନ ପଢିବା । କିଛି ପିଲା ଅଛନ୍ତି ଯେଉଁ ମାନେ କେବଳ ପରୀକ୍ଷା ସମୟରେ ପଢିଥାନ୍ତି । ଅଥବା ପରୀକ୍ଷା ର କିଛି ଦିନ ପୂର୍ବରୁ ହିଁ ପଢିବା ଆରମ୍ଭ କରି ଦେଇଥାନ୍ତି । ତେବେ ସର୍ବ ପ୍ରଥମେ ପାଠ ପଢାରେ ଆସୁଥିବା ଡିଷ୍ଟ୍ରବାନ୍ସ, ନୀତିଦିନ ନ ପଢିବା ।

କିଛି ପିଲା ଅଛନ୍ତି ଯେଉଁ ମାନେ କେବଳ ପରୀକ୍ଷା ସମୟରେ ପଢିଥାନ୍ତି । ଅଥବା ପରୀକ୍ଷା ର କିଛି ଦିନ ପୂର୍ବରୁ ହିଁ ପଢିବା ଆରମ୍ଭ କରି ଦେଇଥାନ୍ତି। ଏହା ସହ ତୃତୀୟ କାରଣ ହେଉଛି ଅଳସୁଆ ପଣ, ଯେଉଁ ପିଲା ମାନଙ୍କର ଅଧିକ ନମ୍ବର ଆସିଥାଏ, ଏହା ନୁହେଁ ଯେ ତାଙ୍କର ବୁଦ୍ଧି ଆପଣ ମାନଙ୍କ ଠାରୁ ଅଧିକ । ମାତ୍ର ସେମାନଙ୍କ ଠାରେ ଗୋଟିଏ କ୍ଵାଲିଟି ରହିଥାଏ । ସେମାନେ ବିନା ଅଳସ ରେ ଲଗାତାର ପାଠ ପଢିଥାନ୍ତି ।

ସେମାନେ ସମସ୍ତ ପାଠ କୁ ସମୟ ଅନୁଯାୟୀ ଶେଷ କରିଥାନ୍ତି । ଏହି ଅଭ୍ୟାସ ଯଦି ଆପଣ ଛୋଟ ବେଳୁ ରଖନ୍ତି ତ ଆପଣଙ୍କୁ ସଫଳ ହେବା ନିମନ୍ତେ କେହି ଅଟକାଇ ପାରିବେ ନାହିଁ । ତେବେ ଆପଣ ସମସ୍ତ କାର୍ଯ୍ୟ ସମୟ ଅନୁସାରେ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ । ଏହା ସହିତ ଆପଣ ସଠିକ ସମୟରେ ପଢନ୍ତୁ । ବେଳେ ବେଳେ ପାଠ ପଢିବା ନିମନ୍ତେ ଯେତେ ଚାହିଁଲେ ମଧ୍ୟ ପାଠ ପଢା ରେ ମନ ଲାଗେ ନାହିଁ ।

ଦୈନିକ ୨୦ ମିନିଟ ଆପଣ ଯୋଗ କରନ୍ତୁ ଏହା ଦ୍ଵାରା ଆପଣ ପାଠ ସଠିକ ଭାବରେ ପଢିପାରିବେ । ପାଠ ପଢିବା ସମୟରେ ପାଖରେ ମୋବାଇଲ ଫୋନ ଗେମ ଆଦି ରଖନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ମନ ପାଠରେ ଲାଗିବା ନାହିଁ । ଏହା ସହ ସବୁଠାରୁ ପ୍ରଥମେ ଆପଣ ନିଜ ମନ ଭିତରୁ ଏହା କାଢି ନିଅନ୍ତୁ ଯେ, ଆପଣଙ୍କୁ ମୁଖସ୍ଥ କରିବାର ଅଛି । ଯଦି ଆପଣ ଏହା ଚିନ୍ତା କରି ଚାଲିବେ ଯେ ଏହି ବିଷୟ କୁ ଆପଣ ବହୁତ ସହଜରେ ମୁଖସ୍ଥ କରିନେବେ, ତେବେ ଆପଣ ଏହି ବିଷୟ ପ୍ରତି ଫୋକସ କରି ପାରିବେ ନାହିଁ ଏବଂ ଏହି ବିଷୟ ଆପଣ ଅଳ୍ପ ସମୟ ମଧ୍ୟରେ ଭୁଲିଯିବେ।

ତେବେ ଯଦି ଆପଣ କୌଣସି କାର୍ଯ୍ୟ କୁ ସଂପୂର୍ଣ୍ଣ ନ କରି ପାଠ ପଢିବାକୁ ବସିବେ ତେବେ ସେହି କାର୍ଯ୍ୟ କୁ ମନେ ପକାଇ ଆପଣ ପାଠ ରେ ମନ ଲଗାଇ ପାରିବେ ନାହିଁ । ଆପଣ ନିଜ ବିଷୟ କୁ ଭଲ ଭାବରେ ୧ ରୁ ୨ ଥର ଭଲ ଭାବରେ ପଢନ୍ତୁ । ଏହାକୁ ନିଜର ସହଜ ଭାଷାରେ ଅନୁବାଦ କରି ବୁଝନ୍ତୁ । ଏଭଳି କରିବା ଦ୍ଵାରା ସେହି ବିଷୟ ଆପଣଙ୍କୁ ଭଲ ଭାବରେ ବୁଝି ହେବ । ଏହା ସହିତ ଆପଣ ଏହାକୁ ଅନ୍ୟ କାହାକୁ ମଧ୍ୟ ବୁଝାଇ ପାରିବେ ।

ଆପଣ ଯେଉଁ ବିଷୟ ମନେ ରଖିବେ ତାହାକୁ ନ ଦେଖି ୨ ରୁ ୩ ଥର ଲେଖିବାକୁ ଚେଷ୍ଟା କରନ୍ତୁ । ଯେ ପର୍ଯ୍ୟନ୍ତ ଆପଣ ତାହାର ସଠିକ ଉତ୍ତର ଲେଖି ନାହାଁନ୍ତି, ସେ ପର୍ଯ୍ୟନ୍ତ ଆପଣ ମନେ ପକାଇ ଲେଖନ୍ତୁ । ପଞ୍ଚମରେ ସବୁଠାରୁ ମହତ୍ଵପୂର୍ଣ୍ଣ ହେଉଛି ରିଭିଜନ । ଯେବେ ଆପଣ କୌଣସି ବିଷୟ ପଢୁଛନ୍ତି, ତାହାର ଭଲ ଭାବରେ ଥରେ ରିଭିଜନ କରି ନିଅନ୍ତୁ । ଏହା କରିବା ଦ୍ଵାରା ଆପଣ ସେହି ବିଷୟ କୁ କେବେ ମଧ୍ୟ ଭୁଲିବେ ନାହିଁ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *