ସ୍ମାର୍ଟ ଫୋନରେ କାହିଁକି ଲାଗେ ନିଆଁ ? ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ଜଲ୍ଦି ଦେଖନ୍ତୁ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସ୍ମାର୍ଟ ଫୋନ ରେ ହଠାତ ନିଆଁ ଲାଗି ଯାଉଛି । ଗତ କିଛି ଦିନ ହେବ ଏମିତି ଅନେକ ମାମଲା ସାମ୍ନା କୁ ଆସୁଛି । କେତେକ କହୁଛନ୍ତି ଖରା ଦିନ ରେ ଅତ୍ୟଧିକ ଗରମ ଯୋଗୁଁ ସ୍ମାର୍ଟ ଫୋନ ରେ ନିଆଁ ଲାଗି ଯାଉଛି । କିନ୍ତୁ ଏହା କେତେ ଦୂର ସତ ଏହାର ଉତ୍ତର ପାଇବା ସହିତ ଜାଣନ୍ତୁ ଏହି ୫ଟି ପ୍ରମୁଖ କାରଣ ଯେଉଁଥି ପାଇଁ ସ୍ମାର୍ଟ ଫୋନ ରେ ନିଆଁ ଲାଗିଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ପ୍ରଥମ ରେ ହେଉଛି, ଗରମ ଠାରୁ ଦୂରେଇ ରୁହନ୍ତୁ । ନିଜର ସ୍ମାର୍ଟ ଫୋନ କୁ ଡାଇରେକ୍ଟ ହିଟ୍ ରେ ରଖିବା ବହୁତ ହାନିକାରକ ହୋଇପାରେ । ଏହି କାରଣ ପାଇଁ ଅନେକ ସମୟରେ ସ୍ମାର୍ଟ ଫୋନ ବ୍ୟାଟେରୀ ରେ ନିଆଁ ଲାଗିଥାଏ । ଏଥିପାଇଁ ସ୍ମାର୍ଟ ଫୋନ କୁ କେବେବି ଗରମ ହେବା ସ୍ଥାନରେ ରଖନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ବିପଦ ଜନକ ହୋଇପାରେ ।

୨. ଦ୍ଵିତୀୟ ରେ ହେଉଛି, ରାତିରେ ଫୋନ ଚାର୍ଜ କରନ୍ତୁ ନାହିଁ । ଅନେକ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ନିଜର ସ୍ମାର୍ଟ ଫୋନ କୁ ରାତିରେ ଶୋଇବା ସମୟରେ ଚାର୍ଜ କରିଥାନ୍ତି । ରାତି ସାରା ଚାର୍ଜ କରିବା ଦ୍ୱାରା ସ୍ମାର୍ଟ ଫୋନ ରେ ବ୍ୟାଟେରୀ ଆବଶ୍ୟକତା ଠାରୁ ଅଧିକ ଗରମ ହୋଇଯାଇଥାଏ । ଯାହା ଫୋନ ରେ ନିଆଁ ଲାଗିବାର ମୁଖ୍ୟ କାରଣ ହୋଇପାରେ । ଏଥିପାଇଁ କେବେବି ରାତି ସାରା ସ୍ମାର୍ଟ ଫୋନ କୁ ଚାର୍ଜ ରେ ବସାନ୍ତୁ ନାହିଁ ।


୩. ତୃତୀୟ ରେ ହେଉଛି, ବ୍ୟାଟେରୀ ଖରାପ ହେଲେ । ସ୍ମାର୍ଟ ଫୋନ କୁ ଯତ୍ନ ର ସହିତ ରଖିବା ଉଚିତ । ଯଦି ଆପଣଙ୍କ ସ୍ମାର୍ଟ ଫୋନ ହାତରୁ ଖସି ପଡ଼ିଥାଏ ତେବେ ବ୍ୟାଟେରୀ ଉପରେ ଏହାର ପ୍ରଭାବ ନିଶ୍ଚିତ ଭାବରେ ପଡ଼ିଥାଏ । ବ୍ୟାଟେରୀ ଖରାପ ଯୋଗୁଁ ନିଆଁ ଲାଗିବାର ସମ୍ଭାବନା ଥିବାରୁ ତୁରନ୍ତ ବ୍ୟାଟେରୀ କୁ ଚେକ କରିବା ଆବଶ୍ୟକ ହୋଇଥାଏ ।

୪. ଚତୁର୍ଥ ରେ ହେଉଛି, ଅନେକ କାମ କରନ୍ତୁ ନାହିଁ । ସ୍ମାର୍ଟ ଫୋନ ରେ ଏକା ସାଙ୍ଗରେ ଅନେକ କାମ କେବେବି କରନ୍ତୁ ନାହିଁ । ଗେମିଙ୍ଗ ଓ ମଲ୍ଟି ଟାସ୍କିଙ୍ଗ ରେ ଫୋନ ର ପ୍ରୋସେସର ବହୁତ ଶୀଘ୍ର ଗରମ ହୋଇଥାଏ । ଯେଉଁ କାରଣରୁ ସ୍ମାର୍ଟ ଫୋନ ରେ ନିଆଁ ଲାଗିପାରେ । ତେଣୁ ସ୍ମାର୍ଟ ଫୋନ କୁ ଆରାମ ଦେବା ଜରୁରୀ ଅଟେ ।


୫. ପଞ୍ଚମ ରେ ହେଉଛି, ଅନ୍ୟ ର ଚାର୍ଜର ବ୍ୟବହାର କରନ୍ତୁ ନାହିଁ । ସ୍କାର୍ଟ ଫୋନ କୁ କେବଳ ସେହି ବ୍ରାଣ୍ଡ କମ୍ପାନୀ ର ଚାର୍ଜର ଦ୍ୱାରା ହି ଚାର୍ଜ କରନ୍ତୁ । ଅନ୍ୟ ର ଚାର୍ଜର ବ୍ୟବହାର କରିବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଯାଇଥାଏ । ଯାହା ଫଳରେ ବ୍ୟାଟେରୀ ରେ ନିଆଁ ଲାଗିପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *