ଅଯୋଧ୍ୟାରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ପୂର୍ବରୁ… ମାତା ସୀତାଙ୍କ ପଛରେ ଚାଲିଲେ… ପ୍ରଭୁ ରାମ ଓ ଲକ୍ଷ୍ମଣ Ram Temple

ସୀତାଙ୍କ ମାତାଙ୍କ ପଛରେ ଚାଲିଲେ ରାମ ଓ ଲକ୍ଷ୍ମଣ ! ହଁ ବନ୍ଧୁଗଣ ଅଯୋଧ୍ୟାରେ ରାମ, ଲକ୍ଷ୍ମଣ ଓ ସୀତାଙ୍କୁ ଏକାଠି ଦେଖିବାକୁ ମିଳିଛି । 3 ଜଣ ମିଶି ଏକାଠି ଚାଲିଲେ । ଆଗରେ ମାତା ସୀତା ଓ ପଛରେ 2 ଭାଇ ରାମ ଲକ୍ଷ୍ମଣ ଚାଲିଲେ । ବହୁ ବର୍ଷ ପରେ ପୁଣି ଥରେ ଆଖି ଆଗରେ ଝଲସିଗଲା ରାମାୟଣର ସେହି ଚିତ୍ର । ଲୋକ ମାନଙ୍କ ଆଖିରୁ ମଧ୍ୟ ଏଭଳି ଅପୂର୍ବ ଦୃଶ୍ୟ ଦେଖି ଆଖିରୁ ଖୁସିର ଲୁହ ଝରିଗଲା । ତେବେ ଆମେ ଏଠାରେ ରାମାନନ୍ଦ ସାଗରରେ ଅଭିନୟ କରିଥିବା ରାମ, ଲକ୍ଷ୍ମଣ ଓ ସୀତାଙ୍କ ବିଷୟରେ କହୁଛୁ ।

ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଓ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରଙ୍କୁ ଅଯୋଧ୍ୟାରେ ଏକାଠି ଦେଖିବାକୁ ମିଳିଛି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ ପାଇଲା ପରେ ଅଯୋଧ୍ୟାରେ ପହଞ୍ଚି ଚାଲି ଚାଲି ଯାତ୍ରା କରିଛନ୍ତି । ପଦଯାତ୍ରାରେ ରାମଧ୍ୱନିରେ ପରିବେଶ ପ୍ରକମ୍ପିତ ହେଉଥିବା ସହ ଆଗରେ ମାତା ସୀତା ଓ ପଛେ ପଛେ ଚାଲିଯାଉଛନ୍ତି 2 ଭାଇ ପ୍ରଭୁ ରାମ ଲକ୍ଷ୍ମଣ  ।

ବର୍ତ୍ତମାନ ସବୁଆଡେ ଖାଲି ପ୍ରଭୁ ରାମମୟ ପରିବେଶ ହୋଇଯାଇଛି । ଏହି 3 ଜଣ ଅଭିନେତା ଓ ଅଭିନେତ୍ରୀ ଯେବେଠାରୁ ରାମାୟଣର ମେଗାଧାରାବାହୀକରେ ଅଭିନୟ କରିଛନ୍ତି । ସେବେଠାରୁ ଭାରତର କୋଣ ଅନୁକୋଣର ଲୋକମାନେ ଏମାନଙ୍କୁ ତାଙ୍କ ନିଜ ପରିଚୟ ବଦଳରେ ଭଗବାନ ରାମ, ଲକ୍ଷ୍ମଣ ଓ ସୀତାଙ୍କ ନାମରେ ଜାଣିଆସିଛନ୍ତି । ଯେଉଁଠାରେ ମଧ୍ୟ ଏମାନଙ୍କୁ ଦେଖିନିଅନ୍ତି ।

ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ଯାଇ ତାଙ୍କର ପାଦ ଧରି ପ୍ରମାଣ ମଧ୍ୟ କରିପକାଇଥାନ୍ତି । ଯେଉଁଥି ପାଇଁ ଅଯୋଧ୍ୟାର ରାସ୍ତା ଉପରେ ଚାଲି ଚାଲି ପଦଯାତ୍ରା କରିବାର ଏମାନଙ୍କୁ ଦେଖି ଲୋକମାନେ ଖୁବ ଆନନ୍ଦିତ ହୋଇଯାଇଛନ୍ତି । ଲୋକ ମାନଙ୍କ ମୁହଁରେ ଖୁସି କହିଲେ ନସରେ । ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ବାରମ୍ବାର ପ୍ରକମ୍ପିତ ହେଉଥାଏ ।

ତାହା ହେଉଛି ଜୟ ଶ୍ରୀ ରାମ । ଯେଉଁ ଶବ୍ଦରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ସବୁଆଡେ ରାମମୟ ପରିବେଶ ହୋଇଉଠିଥିଲା । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଏଥିସହ କମେଣ୍ଟରେ ଜୟ ଶ୍ରୀରାମ ଲେଖିକି ଅବଶ୍ୟ ଜଣାନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *