ସିନ୍ଦୂର ହେଉଛି ବିବାହିତ ମହିଳାର ମୁଖ୍ୟ ପରିଚୟ, କେବେ ଓ କାହିଁକି ହୋଇଥିଲା ସିନ୍ଦୂର ଲଗାଇବାର ପ୍ରଥା ପ୍ରଚଳନ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସିନ୍ଦୁର କେବଳ ଯେ ମାତ୍ର ଏକ ରଙ୍ଗ ନୁହେଁ । ସିନ୍ଦୁର ହେଉଛି ଜଣେ ସଧବା ନାରୀର ସବୁଠାରୁ ପ୍ରମୁଖ ପରିଚୟ । ବିବାହିତ ମହିଳା ମାନଙ୍କର ଷୋଳଟି ଶ୍ରୁଙ୍ଗାର ମଧ୍ୟରୁ ମୁଖ୍ୟ ଶ୍ରୁଙ୍ଗାର ରୂପେ ସିନ୍ଦୁରକୁ ମାନ୍ୟତା ଦିଆଯାଇଛି । ହେଲେ ଆପଣ କଣ ଜାଣିଛନ୍ତି ସିନ୍ଦୁର କାହିଁକି ଓ କେବେ ଠାରୁ ସିନ୍ଦୁର ଲଗାଇବାର ପ୍ରଥା ପ୍ରଚଳିତ ହୋଇ ଆସିଛି ।

ହିନ୍ଦୁ ଧର୍ମଶାସ୍ତ୍ରର ମାନ୍ୟତା ଅନୁଯାଇ ବିବାହିତ ମହିଳା ମାନେ  ନିଜର ସ୍ଵାମୀର ମଙ୍ଗଳକାମନାର୍ଥେ ତଥା ସ୍ଵାମୀର ଆୟୁଷ ବୃଦ୍ଧି ନିମନ୍ତେ ନିଜର ମଥାରେ ସିନ୍ଦୁର ଲଗାଇଥାନ୍ତି । ହରପ୍ପା ମହେଞ୍ଜଦାରୋ ସଭ୍ୟତା କାଳରୁ ହିଁ ମହିଳା ମାନେ ସିନ୍ଦୁର ଲଗାଇ ଆସିଛନ୍ତି । କାରଣ କିଛି ପୁରାତନ ମହିଳା ମାନଙ୍କର ମୂର୍ତ୍ତିରୁ ସିନ୍ଦୁର ଲାଗି ଥିବାର ଜଣା ପଡିଛି । ଦୀର୍ଘ ୫ ହଜାର ବର୍ଷ ତଳରୁ ହିଁ ମହିଳା ମାନେ ନିଜ ସ୍ଵାମୀଙ୍କ ନାମରେ ମଥାରେ ସିନ୍ଦୁର ଲଗାଇ ଆସିଛନ୍ତି ।

ତ୍ରେତୟା ଯୁଗରେ ମଧ୍ୟ ମା’ ସୀତା ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପାଇଁ ଅର୍ଥାତ ତାଙ୍କ ସ୍ଵାମୀଙ୍କ ପାଇଁ ନିଜ ମଥାରେ ସିନ୍ଦୁର ଲଗେଇଥାନ୍ତି । ମା’ ସୀତାଙ୍କର ପ୍ରତିଦିନ ନିଜ ମଥାରେ ସିନ୍ଦୁର ଲଗାଉଥିବାର ଦେଖି ପ୍ରଭୁ ହନୁମାନ ମଧ୍ୟ ଥରେ ମା’ ସୀତାଙ୍କୁ ପଚାରିଥିଲେ । ଯେ ଆପଣ ସବୁବେଳେ କଣ ପାଇଁ ମଥାରେ ସିନ୍ଦୁର ଲଗେଇଥାନ୍ତି ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମା’ ସୀତା ହନୁମାନଙ୍କୁ କହିଥିଲେ । ଯେ ମୁଁ ମୋ ସ୍ଵାମୀଙ୍କର ମଙ୍ଗଳ ପାଇଁ ମଥାରେ ସିନ୍ଦୁର ଲଗାଉଛି ।

ସେବେଠାରୁ ମାନ୍ୟତା ରହିଛି । ପ୍ରଭୁ ହନୁମାନ ମଧ୍ୟ ତାଙ୍କର ପ୍ରଭୁ ରାମଚନ୍ଦ୍ରଙ୍କର ମଙ୍ଗଳ ପାଇଁ ନିଜର ସଂପୂର୍ଣ୍ଣ ଦେହ ସାରା ସିନ୍ଦୁର ଲଗାଇଥାନ୍ତି । ଖାଲି ଧାର୍ମିକ କାହିଁକି ମଥାରେ ସିନ୍ଦୁର ଲଗାଇବାକୁ ନେଇ ବୈଜ୍ଞାନିକ ଭାଷାରେ ମଧ୍ୟ ରୋଚକପୂର୍ଣ୍ଣ ମତ ରହିଛି । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ମହିଳା ମାନଙ୍କର ସିନ୍ଦୁର ଲାଗୁଥିବା କପାଳକୁ ଆଜ୍ଞାଚକ୍ର ବୋଲି କୁହାଯାଇଥାଏ ।

ଯାହା ଯୋଗ ଦ୍ରୁଷ୍ଟି କାରଣରୁ ବହୁତ ଭଲ ବୋଲି ବିବେଚନା କରାଯାଇଛି । ତେବେ ମହିଳା ମାନେ ନିଜର ମଥାରେ ସିନ୍ଦୁର ଲଗାଇବା ଦ୍ଵାରା ଚିନ୍ତାରୁ ଅଧିକାଂଶ ସମୟରେ ମୁକ୍ତି ପାଇବା ସହ ତାଙ୍କର ବ୍ଲଡ଼ପ୍ରେସର ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *