ଶିକ୍ଷକଙ୍କୁ ସରକାରଙ୍କ ଉପହାର, କ୍ୟାବିନେଟରେ ନିଆଗଲା ଏହି ବଡ ନିସ୍ପତି

ନମସ୍କାର ବନ୍ଧୁଗଣ ତେବେ ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ୧୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ତେବେ ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି । ତେବେ ମୁଖ୍ୟ ଶାସନ ଦେଇଥିବା ସୂଚନା ମୁତାବକ, ଆଜି ରାଜ୍ୟ କ୍ୟାବିନେଟରେ ଲୋକଙ୍କୁ ଉନ୍ନତ ମାନର ବିଜୁଳି ଦେବାକୁ କରାଯାଇଥିବା ପ୍ରକଳ୍ପରେ କ୍ୟାବିନେଟ୍ ମୋହର ବାଜିଛି ।

ଲୋ ଭୋଲଟେଜ୍ ସମସ୍ୟା ଦୂର କରିବା ପାଇଁ ଟ୍ରାନ୍ସମିସନ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏଥିପାଇଁ ମୋଟ ୨୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏବଂ ଲୋକମାନେ ଭଲ ବିଜୁଳି ପାଇପାରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଡ ସବଷ୍ଟେସନ ମଧ୍ୟ ପ୍ରତିଷ୍ଠା କରାଯିବ । ଯାହା ଫଳରେ ଗ୍ରାମାଞ୍ଚଳର ଲୋକମାନେ ଭଲ ବିଦ୍ୟୁତ ପାଇପାରିବେ ।

ଏହା ସହିତ ଗଣଶିକ୍ଷା ବିଭାଗ ଅଧୀନରେ ଶିକ୍ଷା ସହାୟକଙ୍କୁ ରେଗୁଲାର କରାଯିବ ବୋଲି ଆଜି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ୬ ବର୍ଷ ପରେ ଶିକ୍ଷା ସହାୟକଙ୍କୁ ରେଗୁଲାର କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ଆଦିବାସୀ ଅଂଚଳରେ ପାଠ ପଢୁଥିବା ପିଲାମାନେ ଉନ୍ନତ ଧରଣ ଶିକ୍ଷା ପାଇପାରିବେ ।

ତା ସହିତ ରାଜ୍ୟର ୩୩୨୮ ଜଣ ମଲ୍ଟି ଲିଙ୍ଗୁଆଲ୍ ଶିକ୍ଷକ ମାନେ ମଧ୍ୟ ଏହାଦ୍ୱାରା ରେଗୁଲାର ହୋଇପାରିବେ ବୋଲି ସୂଚନା ମିଳିଛି। ତେବେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ର ଦୁତ୍ତା ଗାଁ ନିକଟରେ ସାନ୍ଦୁଲ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ୍‌ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ବ୍ୟାରେଜ୍ ନିର୍ମାଣ ହେଲେ ୨୯ଟି ଗାଁର ୫ ହଜାର ହେକ୍ଟର ଜମିକୁ ଜଳ ସେଚନ କରାଯାଇପାରିବ।

ଏହି ବ୍ୟାରେଜର ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୨୬ କୋଟି ୪୬ ଲକ୍ଷ ୮୨ ହଜାର ୪୯୮ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ତା’ପରବର୍ତ୍ତୀ ୫ ବର୍ଷ ପାଇଁ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ୧କୋଟି ୮୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ତେବେ ଏହି ବ୍ୟାରେଜ ନିର୍ମାଣ ହେଲେ ପାଖାପାଖି ୩୦ ଟି ଗାଁ ଉପକୃତ ହେବ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *