ସିଦ୍ଧାର୍ଥ ପାଇଁ ନିମାପଡ଼ା ତା ବାପା ଆସିଛି, ରେଡ଼ି ତ ! Suresh Raut ray

ସିଦ୍ଧାର୍ଥ ପାଇଁ ତା’ ବାପା ଆସିଛି । ତେବେ ରାଜ୍ୟରେ ରାଜ୍ୟ ରାଜନୀତିକୁ ନେଇ ମାହୋଲ ପୁରା ସରଗରମ ଥିବା ବେଳେ ଜଟଣୀ ବିଧାୟକ ସୁର ରାଉତରାୟ ନିଜ ପୁଅ ସିଦ୍ଧାର୍ଥ ପାଇଁ ଏଭଳି କିଛି ମନ୍ତବ୍ୟ ଗଣ ମାଧ୍ୟମରେ ଦେଇ କହିଛନ୍ତି । ଯେ ମୋ ପୁଅ ମାନଙ୍କ ପାଇଁ ତା’ ବାପା ସବୁବେଳେ ରେଡି ହେଇକି ଅଛି । ସେପଟେ ଶଙ୍ଖରେ ମନ୍ମଥ ରାଉତରାୟ ଛିଡା ହୋଇଛି । ସେଠାକୁ ମୁଁ ପ୍ରଚାର ପାଇଁ ଯାଇଥିଲି । ଏପଟେ ନିମାପଡାରେ ମୋ ପୁଅ ସିଦ୍ଧାର୍ଥ କଙ୍ଗ୍ରେଶରୁ ଛିଡା ହୋଇଛି ।

ତେଣୁ ସିଦ୍ଧାର୍ଥ ପାଇଁ ମଧ୍ୟ ତା’ ବାପା ଆସିଛି । ଆମ ପୁରା ପରିବାର ସିଦ୍ଧାର୍ଥ ସାଥିରେ ଅଛନ୍ତି । ମୋ ପୁଅ ସିଦ୍ଧାର୍ଥ ରାଉତରାୟ ଜଣେ ଆଇରନ ମ୍ୟାନ । ବହୁତ ସିଦ୍ଧାର୍ଥ ତା’ ଜୀବନରେ ହାସିଲ କରିବା ପରେ ମଧ୍ୟ ସେ ଏବେ ଲୋକଙ୍କର ସେବା କରିବାକୁ ଏଠାକୁ ଆସିଛି । ନିମାପଡା ଅଞ୍ଚଳର ଲୋକଙ୍କ ସୁଖ ଓ ଦୁଃଖର ସାଥି ହେବାକୁ ସିଦ୍ଧାର୍ଥ ରାଉତରାୟ ଆସିଛି । ବିଜେଡି କି ବିଜେପି ନିର୍ବାଚନ ପାଇଁ ଯେତେ ଟଙ୍କା ଖର୍ଚ କରିଲେ ନିମାପଡା ଲୋକ ସ୍ତିର କରିସାରିଛନ୍ତି ।

ସେମାନେ ନିର୍ବାଚନରେ କାହାକୁ ଭୋଟ ଦେବାକୁ ଯାଉଛନ୍ତି । ଯିଏ ତାଙ୍କ ସୁଖ ଓ ଦୁଃଖର ସବୁଦିନ ର ସାଥି ହୋଇ ରହିବ । ସେହି ଯୋଗ୍ୟ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ହିଁ ନିମାପଡାବାସୀ ଜିତାଇବେ ବୋଲି ମୋର ଆଶା ରହିଛି । ହେଲେ ଜିତିବା କି ହାରିବା ଏ ସବୁ କଥାରେ ମୋ ପୁଅ ଧ୍ୟାନ ନଦେଇ ସେମାନେ ଲୋକଙ୍କର ସେବାରେ ସବୁବେଳେ ରଖିବାକୁ ଚାହୁଁଛନ୍ତି ।

ତେଣୁ ନିମାପଡାରେ ପଦ୍ମ, ଶଙ୍ଖକୁ ଆଡେଇ କଙ୍ଗ୍ରେଶ ପ୍ରାର୍ଥୀ ଭାବେ ନିମାପଡାରୁ ଛିଡା ହୋଇଥିବା ସିଦ୍ଧାର୍ଥ ରାଉତରାୟଙ୍କୁ ବହୁ ସଂଖ୍ୟକ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ । ମୁଁ ବାପା ହିସାବରେ ମୋର 2 ପୁଅଙ୍କ ସାଥିରେ ସବୁବେଳେ ରହିଛି ଓ ଆଗକୁ ମଧ୍ୟ ରହିବି । ସୁର ପରିବାରରେ କେହି ପଇସା ପ୍ୟାରା ନୁହେଁ ।

ଲୋକଙ୍କ ସେବା ଆମ ପରିବାର ଲୋକଙ୍କର ମୁଖ୍ୟ ଉଦ୍ଧେଶ୍ୟ ରହିଛି । ତେଣୁ ସ୍ବାଭିମାନୀ ନିମାପଡାବାସୀଙ୍କୁ ଅନୁରୋଧ କରିବି ସିଦ୍ଧାର୍ଥକୁ ଭୋଟ ଦେଇ ଜିତାଇଡିଆନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *