ଦର୍ଶକ ବନ୍ଧୁ ଓଡିଆ ଫିଲ୍ମ ଜଗତରେ ଅଭିନୟ କରୁଥିବା ଅଭିନେତା ମାନଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ସାଧାରଣତଃ ସମସ୍ତ ଓଡିଆ ଅଭିନେତା ମାନେ ନିଜ ଅଭିନୟ ଆଉ ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣ ମାନଙ୍କର ପ୍ରିୟ ମୁନା ଭାଇ ।
ମୁନା ଭାଇ କହିଲେ ବୋଧ ହୁଏ ଆପଣ ଜାଣି ପାରିବେ ନାହିଁ କାରଣ ତାଙ୍କୁ ସାରା ଓଡିଶାବାସୀ ସିଦ୍ଧାନ୍ତ ମହାପାତ୍ର ନାଁରେ ଜାଣିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ ଏବଂ ସେ ଅଭିନୟ କରିଥିବା ଅନେକ ସୁପର ହିଟ ଫିଲ୍ମ ମଧ୍ୟ ଦେଖିଥିବେ । 90 ଦଶକରୁ ଆଜି ପର୍ଯ୍ୟନ୍ତ ସିଦ୍ଧାନ୍ତ ଅନେକ ସାରା ଫିଲ୍ମରେ ନିଜର ଅଭିନୟର ଜାଦୁ ଦେଖାଇ ଛନ୍ତି ।
ସେ ଓଡିଆ ଫିଲ୍ମ ଜଗତରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ସିଦ୍ଧାନ୍ତ ନିଜର ଦମଦାର ଅଭିନୟ ଆଉ ନିଜ ଷ୍ଟାଇଲ ପାଇଁ ସାରା ଓଡିଶାବାସୀଙ୍କ ମନରେ ରାଜ୍ କରନ୍ତି । ଆଉ ତାଙ୍କୁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ କରା ଯାଇଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସିଦ୍ଧାନ୍ତ ମହାପାତ୍ରଙ୍କ ପୁରା ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଅତି କମ ଲୋକ ଜାଣିଛନ୍ତି ।
ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ସିଦ୍ଧାନ୍ତଙ୍କ ବାପାଙ୍କ ନାମ ହେଉଛି ମନୋମୋହନ ମହାପାତ୍ର । ସିଦ୍ଧାନ୍ତ ମହାପାତ୍ର ଓଲିଉଡ ଅଭିନେତ୍ରୀ ମାମା ମିଶ୍ରଙ୍କ ସହ ପ୍ରେମ ବିବାହ କରିଛନ୍ତି । ଉଭୟ ଏକା ସହ କିଛି ଫିଲ୍ମରେ କାମ କରିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ଥିଲା ଆଉ ପରବର୍ତ୍ତୀ ସମୟରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେଲେ ।
ସିଦ୍ଧାନ୍ତ ଆଉ ମାମାଙ୍କର ଗୋଟେ ଝିଅ ଏବଂ ଗୋଟେ ପୁଅ ଅଛନ୍ତି । ସିଦ୍ଧାନ୍ତଙ୍କ ଉଭୟ ପୁଅ ଏବଂ ଝିଅ ବିଦେଶରେ ରହି ପାଠ ପଢୁଛନ୍ତି । ତେବେ ଦର୍ଶକ ବନ୍ଧୁ ସିଦ୍ଧାନ୍ତଙ୍କ ପରିବାରରେ ଏତିକି ଜଣ ସଦସ୍ୟ ରୁହନ୍ତି । ତା ହେଲେ ଆପଣ ମାନଙ୍କୁ ଓଲିଉଡ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।