“କଂଗ୍ରେସ ପାଇଁ ଆମେ ଯୋଗ୍ୟ ନୁହେଁ , ସେଥିପାଇଁ ମୁଁ ସ୍ୱାଧୀନ ଭାବରେ ଜଟଣୀରୁ ଲଢ଼ିବି” Siddharth Raut ray

ବାପା କୌରବ ସହ ମିଶିଗଲେ, ମୁଁ ଜଟଣୀରୁ ସ୍ଵାଧୀନ ହୋଇ ଲଢିବି ! ହଁ ଆଜ୍ଞା ବର୍ତ୍ତମାନର ଚର୍ଚିତ ଖବର ମୁତାବିକ ଜଟଣୀ ବିଧାୟକ ସୁର ରାଉତ ରାୟଙ୍କ ବାଦ ସାନ ପୁଅ ସିଦ୍ଧାର୍ଥ ରାଉତ ରାୟ ଗଣ ମାଧ୍ୟମ ସାମ୍ନାରେ ରାଜନୀତିକୁ ଏଭଳି କିଛି ବିଷ୍ଫୋରକ ବୟାନ ରଖିଛନ୍ତି । ତେବେ ଯେବେଠାରୁ ତାଙ୍କ ସାନ ଭାଇ ମନ୍ମଥ ରାଉତ ରାୟ ବିଜେଡିରେ ସାମିଲ ହୋଇଛନ୍ତି । ସେବେଠାରୁ ସିଦ୍ଧାର୍ଥ ରାଉତ ରାୟ ଅନେକ ଥର ରାଜନୀତିକୁ ନେଇ ନିଜସ୍ୱ ଅନେକ ମତ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ସିଦ୍ଧାର୍ଥଙ୍କ କହିବା ଅନୁଯାଇ ଯେତେବେଳେ ଘରେ ବାପା ଭୁଲ କରିବେ । ସେହି ଭୁଲକୁ ଠିକ କରିବା ପାଇଁ ବଡ ପୁଅର ଭୂମିକା ନିହାତି ରହିବା ଦରକାର । ନିମାପଡାରେ ବର୍ଷେ ଧରି ଆମେ ଯେତେ ବି ଯାହା କରିଛୁ । ହେଲେ ଏପଟେ ଆମ ଜଟଣୀରେ ନିଆଁ ଲାଗିଗଲାଣି । ଯେଉଁ ଲୋକକୁ ଆମେ ଜଟଣୀରୁ ହରେଈ ଥିଲୁ । ମାଫିଆ ମାନେ ଯେପରି ଆମ ଜଟଣୀରେ ପଶିପାରିବେ ନାହିଁ । ଯେଉଁଥି ପାଇଁ ଆମେ ଅନେକ ପରିଶ୍ରମ କରିଥିଲୁ ।

ସେହି ପରିଶ୍ରମର ମୂଲ୍ୟ କିଛି ରହିଲା ନାହିଁ । ମୁଁ କୌଣସି ପରିସ୍ଥିତିରେ ବି ଜଟଣୀକୁ ବଳି ପକେଇ ପାରିବି ନାହିଁ । ଜଟଣୀର ଉନ୍ନତି ପାଇଁ ମୁଁ ସବୁବେଳେ ଚେଷ୍ଟା କରିବି । ବର୍ତ୍ତମାନ ସମୟରେ କ୍ଷମତା ପାଇଁ କୌଣସି ଦଳ ଉପରେ ଆଉ ମୁଁ ନିର୍ଭର କରିବି ନାହିଁ । ଏପରିକି କଙ୍ଗ୍ରେଶ ଉପରେ ବି ନୁହେଁ । କଙ୍ଗ୍ରେଶ ପାଇଁ ଆମେ ଯୋଗ୍ୟ ନୁହେଁ । ତେଣୁ ଏବେ ସମୟ ଆସିଯାଇଛି । ମୁଁ ଏବେ ଜଟଣୀରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢିବି ।

ଜଟଣୀକୁ ରକ୍ଷା କରିବା ପାଇଁ ଜଟଣୀର ଉନ୍ନତି କରିବା ପାଇଁ ମୁଁ ସ୍ଵାଧୀନ ପ୍ରାର୍ଥୀହୋଇ ଲଢିବି । ଏହି ସମୟରେ ଆଉ ବାପାକୁ ବୁଝାଇ ହେବ ନାହିଁ । ବାପା କୌରବ ସେନାରେ ପ୍ରବେଶ କରିସାରିଛନ୍ତି । ତେଣୁ ଏବେ ମୁଁ ଯାହା ବି କରିବି ସ୍ଵାଧୀନ ହୋଇ ନିଜେ କରିବି । ଜଟଣୀକୁ ମୁଁ ବହୁତ ଭଲ ପାଏ । ତେଣୁ ଜଟଣୀ ପାଇଁ ନିର୍ବାଚନ ଲଢିବି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *