ବଡ ଯଦି ଲଢୁଆ ସେ ଏକା ପ୍ରଚାର କରୁ ! ମୁଁ ସାନ ପୁଅ ପାଇଁ ପ୍ରଚାର କରିବି ! ନିକଟରେ ବରିଷ୍ଠ ନେତା ସୁରେଶ ରାଉତ ରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତ ରାୟଙ୍କୁ କଙ୍ଗ୍ରେଶରୁ ଟିକେଟ ମିଳିଛି । କଙ୍ଗ୍ରେଶର ନିମାପଡା ବିଧାୟକ ପ୍ରାର୍ଥୀ ପାଇଁ ଦଳ ସିଦ୍ଧାର୍ଥ ରାଉତ ରାୟଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦେଇଛି । ତେବେ ବଡ ପୁଅ ସିଦ୍ଧାର୍ଥ ଟିକେଟ ପାଇଲା ପରେ ତାଙ୍କ ବାପା ସୁର ରାଉତ ରାୟ ମିଡିଆରେ ଏଭଳି କିଛି କହିଛନ୍ତି । ଯେ ମୋ ବଡ ପୁଅ ସିଦ୍ଧାର୍ଥକୁ କଙ୍ଗ୍ରେଶରୁ ଟିକେଟ ମିଳିଛି । ସେଥିପାଇଁ ମୁଁ ବହୁତ ଖୁସି ଅଛି ।
ଯେଉଁ ବରିଷ୍ଠ ଲୋକମାନେ ମୋ ପୁଅକୁ କଙ୍ଗ୍ରେଶ ପାଇଁ ନିମାପଡାରୁ ଉପଯୁକ୍ତ ପ୍ରାର୍ଥୀ ପାଇଁ ଭାବି ତାକୁ ଟିକେଟ ଦେଇଛନ୍ତି । ସେମାନଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ । ମୋ ପୁଅକୁ ଟିକେଟ ମିଳିବା ପରେ ନିମାପଡାରୁ ବହୁତ ଲୋକ ସକାଳୁ ମୋ ପାଖକୁ ଆସି ଶୁଭେଚ୍ଛା ଜଣାଉଛନ୍ତି । କାରଣ ଦଳ ସବୁବେଳେ ଗୋଟେ ଭଲ ତଥା ଉପଯୁକ୍ତ ଲୋକଙ୍କୁ ପ୍ରାର୍ଥୀ କରିବାକୁ ଚାହେଁ । କାରଣ ଭଲ ଲୋକଙ୍କୁ ହିଁ ଲୋକ ଭୋଟ ଦେବାକୁ ପସନ୍ଦ କରିବେ ।
ମୋ ପୁଅ ସିଦ୍ଧାର୍ଥ ଗୋଟେ କ୍ଳିନ ପିଲା ତା’ ନାମରେ କୌଣସ ଦୁର୍ନୀତି ଭଳି ଅଭିଯୋଗ ନାହିଁ । ବଂର ସେ ତା’ ର ଦକ୍ଷତା ବଳରେ ନିଜ ପାଇଁ ବହୁତ ସୁନାମ ଅର୍ଜନ କରିଛି । ତେଣୁ ଏଭଳି ପ୍ରାର୍ଥୀକୁ କଙ୍ଗ୍ରେଶ ନିମାପଡାର ବିଧାୟକ ପ୍ରାର୍ଥୀ କରି ବହୁତ ଭଲ କରିଛି । ଯଦି ପୁଅ ନିର୍ବାଚନ ପ୍ରଚାର ପାଇଁ ମୋତେ ଡାକିବ । ତେବେ ବଡ ପୁଅ ସିଦ୍ଧାର୍ଥ ପାଇଁ ପ୍ରଚାର କରିବିବାକୁ ଜିବି ।
ଯଦି ପୁଅ ନିଜେ ନିଜକୁ ଲଢୁଆ ଭାବି ଏକେଲା ସବୁ କରିବାକୁ ପ୍ରସ୍ତୁତ ଅଛି । ତାହେଲେ ମୁଁ ମୋର ସାନ ପୁଅ ମନ୍ମଥ ପାଇଁ ନିର୍ବାଚନ ପ୍ରଚାର ପ୍ରସାର କରୁଛି ଆଗକୁ ମଧ୍ୟ କରିବି । ହେଲେ ମୋର ବହୁତ ଇଛା । ମୋର ଦୁଇଟି ଜାକ ପୁଅ ବଡ ଓ ସାନ ପୁଅ ଜିତନ୍ତୁ ବୋଲି ମୋର ଇଚ୍ଛା ଅଛି । ତେଣୁ ଲୋକମାନେ ମୋର ଦୁଇଟି ଯାକ ପୁଅକୁ ବହୁତ ସଂଖ୍ୟାରେ ଭୋଟ ଦେଇ ଜିତେଇ ଦିଅନ୍ତୁ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।