ଭଗବାନ ମହାଦେବଙ୍କ ବେକରେ ନକଲି ନୁହେଁ ବଂର ଅସଲି ସାପ, ଫଣା ଟେକି ଫଁ ଫଁ ଗର୍ଜନ କରୁଛି, ଦେଖନ୍ତୁ ଏହି ଅଲୌକିକ ଦୃଶ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମହାଦେବଙ୍କ ବେକରେ ନକଲି ନୁହେଁ ପୁରା ଅସଲି ସାପ ! ପ୍ରଭୁ ମହାଦେବଙ୍କ ବେକରେ ଗୁଡେଇ ହୋଇ ସୁସୁ କରି ଗର୍ଜନ କରୁଛି । ତେବେ ଏପରି କିଛି ଦୃଶ୍ୟ ସୁବର୍ଣ୍ଣପୁର ଡ଼ୁଙ୍ଗୁରୀପାଲି କପିଳେଶ୍ଵର ଶିବ ମନ୍ଦିରରେ ଦେଖିବାକୁ ମିଳିଛି । ପ୍ରତ୍ଯେକ ଦିନ ଭଳି ମନ୍ଦିର ର ପୂଜକ ସେହି ସ୍ଥାନକୁ ପୂଜା କରିବାକୁ ଯାଇଥିଲେ । ଏହା ସହିତ ନିତ୍ୟ ଦିନ ଭଳି ଶ୍ରଦ୍ଧାଳୁ ମଧ୍ୟ ମଧ୍ୟ ପ୍ରଭୁଙ୍କ ଦର୍ଶନ ନିମନ୍ତେ ମନ୍ଦିରକୁ ଯାଇଥିଲେ ।

ହେଲେ ପ୍ରତ୍ଯେକ ଦିନ ଠାରୁ ଗତକାଲିର ଦୃଶ୍ୟ କିଛି ଅଲଗା ଥିଲା । କାରଣ ଗତ କାଲି ମନ୍ଦିରର ପୂଜକ ଯେତେବେଳେ ମନ୍ଦିର ମଧ୍ୟକୁ ପୂଜା କରିବାକୁ ଯାଇଥିଲେ । ସେଠାରେ ପ୍ରଭୁ ଶିବଙ୍କ ମୂର୍ତ୍ତିର ବେକରେ ଏକ ସତସତିକିଆ ସାପ ଗୁଡେଇ ହୋଇ ରହିଯାଇଥିଲା । ଯାହାକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହେବ ସହ ସାମାନ୍ୟ ଭୟଭୀୟତ ହୋଇଯାଇଥିଲେ ମନ୍ଦିର ପୂଜକ । ହେଲେ ତାପରେ ଏହା ପ୍ରଭୁଙ୍କର ମହିମା ଭାବି ନିଜ ମନକୁ ବୁଝାଇ ଦେଇଥିଲେ ।

ତାପରେ ଶିବ ମନ୍ଦିର ଘଟି ଥିବା ଏପରି ଅଲୌକିକ ଦ୍ରୁଶ୍ଯକୁ ଦେଖିବା ପାଇଁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଅନ୍ୟ ଦିନ ତୁଳନାରେ ଟିକେଆଧିକ ଦେଖା ଯାଇଥିଲା । ଶହ ଶହ ଭକ୍ତଙ୍କ ଭିଡ ସେହି ଶିବ ମନ୍ଦିରରେ ଦେଖିବାକୁ ମିଳିଥିଲା । ତେବେ ଭାବବାନ ଭୋଳାନାଥ ଓ ମାତା ପାର୍ବତୀଙ୍କ ମୂର୍ତ୍ତି ପଥର ମୂର୍ତ୍ତି ସେହି ମନ୍ଦିରରେ ରହି ପୂଜା ପାଉଅଛି । ଏହା ସହିତ ପଥର ମୂର୍ତ୍ତି ତଳଉ ପିତ୍ତଳର ଶିବ ପାର୍ବତୀଙ୍କ ମୂର୍ତ୍ତି ମଧ୍ୟ ରଖି ପୂଜାଅର୍ଚନା କରାଯାଉଛି ।

ସେହି ପିତ୍ତଳ ଶିବଙ୍କ ମୂର୍ତ୍ତିରେ ହିଁ ପ୍ରକୃତରେ ସାପ ଗୁଡେଇ ହୋଇ ରହିଥିଲା । ଏହା ସହ ଫଣା ଟେକି ଫଁ ଫଁ ମଧ୍ୟ ହେଉଥିଲା । ତେବେ ପ୍ରଭୁ ମହାଦେବଙ୍କ ବେକରେ ପ୍ରକୃତ ସାପ ଆସି ଗୁଡେଇ ହୋଇଯିବା ଦୃଶ୍ୟ ବଉତ ନିଆରା ଥିଲା । ଏଭଳି ଦୃଶ୍ୟକୁ ନିଜ ଚର୍ମ ଚକ୍ଷୁରେ ଭକ୍ତ ମାନେ ଦେଖି ଅତ୍ୟନ୍ତ ଖୁସି ହେବା ସହିତ ଅନେକ ଭକ୍ତ ଭାବବିହ୍ଵଳ ମଧ୍ୟ ହୋଇଯାଇଥିଲେ ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଏହା ସହ କମେଣ୍ଟରେ ହର ହର ମହାଦେବ ଲେଖିକି ଆମକୁ ନିଶ୍ଚୟ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *