ମଣିଷ ଭଳି ହସୁଛି ଶୁଆ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ଜଡ଼ିତ ଅଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ବ୍ୟକ୍ତି କିଛି ନା କିଛି ଭିନ୍ନ ଧରଣର ଭିଡିଓ ସେୟାର କରିଥାନ୍ତି । ତା ଭିତରୁ ଏଭଳି ବି କିଛି ଭିଡିଓ ଥାଏ ଯାହା ଲୋକ ମାନଙ୍କୁ ଆଶ୍ଚର୍ୟ୍ଯ କରିଦିଏ । ତେବେ ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିନ୍ନ ଧରଣର ଓ ମଜାଦାର ଭିଡିଓ ଭାଇରାଲ ହେବାର ଲାଗିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।


ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଗୋଟିଏ ଶୁଆ ଅବିକଳ ମହିଳାଙ୍କ ଭଳି ହସୁଛି । ତେବେ ସାଧାରଣତଃ ଶୁଆ ଶାରୀ ଭଳି ପକ୍ଷୀ ମାନେ ବିଭିନ୍ନ ଶବ୍ଦର ନକଲ କରିଥାନ୍ତି । ଯେ କୌଣସି ଶବ୍ଦ ତାଙ୍କ ପାଖରେ ସୁଭିଲେ ସେମାନେ ସେହି ଅନୁସାରେ ଶବ୍ଦ କରିଥାନ୍ତି । ଆଉ ଏଥିପାଇଁ ତାଙ୍କୁ ନିଜର ସଉକ ପାଇଁ କେତେକ ଲୋକମାନେ ନିଜ ଘରେ ରଖିଥାନ୍ତି । ଆପଣମାନେ ଆଗରୁ ଅନେକ ଶୁଆ ଙ୍କୁ କିଛି ମାତ୍ରାରେ ମଣିଷ ଭଳି କଥା କହୁଥିବାର ଦେଖିଥିବେ ।

ହେଲେ ଆଜି ଆମେ ଏଭଳି ଏକ ଶୁଆ ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଏହି ଶୁଆ ଟି ଅବିକଳ ମହିଳା ଙ୍କ ହସର ନକଲ କରୁଛି । ଏହି ଶୁଆ ର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଏହି ଶୁଆ ଟି କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ । ମହିଳା ମାନଙ୍କର ହସକୁ ଅବିକଳ ଭାବରେ ନକଲ କରିପାରେ ଏହି ଶୁଆ । ଯଦି ତା ନିକଟରେ ଥାଇ କୌଣସି ମହିଳା ହସନ୍ତି ତାହାଲେ ସେ ସଙ୍ଗେ ସଙ୍ଗେ ଏହାକୁ ନକଲ କରି ହସିଥାଏ । ଏମିତିକି ଜଣେ ଅଜଣା ଲୋକ ବି ହଠାତ୍ ଜାଣିପାରିବ ନାହିଁକି ବାସ୍ତବରେ ଏହା ଜଣେ ମହିଳା ହସୁଛି ନା ଶୁଆ । ତେବେ ସୂଚନା ଅନୁଯାୟୀ, ଆମେରିକାର କାଲିଫର୍ଣୀୟା ଅଞ୍ଚଳରେ ଏହି ବିଶେଷ ଶୁଆ ବାସ କରୁଛି ।


ସେଠାରେ ଥିବା ଜଣେ ବାସିନ୍ଦା ହିଁ ଏହି ଶୁଆ କୁ ପୋଷା ଭାବରେ ଅନେକ ଦିନ ହେବ ପାଳିଛନ୍ତି । ଏହି ଶୁଆଟି ହସିବା ସମୟର ଭିଡିଓ ରେକର୍ଡ କରି ସେ ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଏବେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଭିଡିଓ ଦେଖି ଆଶ୍ଚର୍ୟ୍ଯ ହେବା ସହିତ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି ଏବଂ ଏହି ଭିଡିଓ କୁ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *