କେମିତି ଭୁଲିପାରିବେ ମୋଦୀ, ଯାହାଙ୍କ ପାଇଁ ଛିଡା ହେଲା ରାମ ମନ୍ଦିର, ପାଖକୁ ଡ଼ାକି କଲେ ଫୁଲ ବର୍ଷା… Ayodhya ram temple

ଶ୍ରମିକ ମାନଙ୍କୁ ପାଖକୁ ଡାକି ଫୁଲ ବର୍ଷା କରିଲେ ପ୍ରଧାନମନ୍ତ୍ରୀ ! ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ସମସ୍ତଙ୍କ ନଜର ଅଯୋଧ୍ୟା ଉପରେ ରହିଥିଲା । ସମସ୍ତେ ପ୍ରଭୁ ରାମଲାଲାଙ୍କ ଉତ୍ସବରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରୁଥିଲେ । କାରଣ ଏତେ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ପ୍ରଭୁ ଶ୍ରୀରାମ ନିଜ ଜନ୍ମଭୂମୀ ଅଯୋଧ୍ୟାକୁ ଫେରିଛନ୍ତି । ତେବେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭୁଲିଯାଇନଥିଲେ ।

ଯେଉଁ ମାନେ ଅଯୋଧ୍ୟାର ଏହି ପବିତ୍ର ଭୂମୀରେ ଏତେ ସୁନ୍ଦର ମନ୍ଦିର ଓ ଏତେ ସୁନ୍ଦର ପ୍ରଭୁ ରାମଲାଲାଙ୍କ ମୂର୍ତ୍ତି ଗଢିଛନ୍ତି । ଯେଉଁ ମାନେ ବି ଏହି ମନ୍ଦିର କାର୍ଯ୍ୟରେ ଦୀର୍ଘ ଦିନ ଧରି ଲିପ୍ତ ରହି ନିଜର ସମୟ ଓ ଶ୍ରମକୁ ଭଗବାନ ରାମଙ୍କ ଉଦ୍ଧେଶ୍ୟରେ ସମର୍ପଣ କରିଦେଇଛନ୍ତି । ସେମାନଙ୍କ ଉପରେ ଗତ କାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପନ ହେଲା ପରେ ପ୍ରଧାନମନ୍ତ୍ରୀ ପୁଷ୍ପ ବର୍ଷା କରିଥିଲେ । ମନ୍ଦିରର ପ୍ରତ୍ଯେକଟି କାର୍ଯ୍ୟରେ ଯେଉଁ ମାନେ ସାମିଲ ଥିଲେ ।

ସମସ୍ତଙ୍କୁ ଗୋଟିଏ ଜାଗାକୁ ଡାକି ମାନ୍ୟବର ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଉପରେ ଫୁଲ ପକାଇଥିଲେ । ଯେଉଁ ଦୃଶ୍ୟଟି ବେଶ ହୃଦୟସ୍ପର୍ଶୀ ହୋଇପାରିଥିଲା । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଭଳି ଏକ ବଡ ଐତିହାସିକ ଦିନରେ ଲୋକ ମାନଙ୍କର ଆନନ୍ଦର ସୀମା କହିଲେ ନସରେ । ସବୁ ଲୋକ ଭାବବିହ୍ଵଳ ହୋଇ ଅଯୋଧ୍ୟାରେ ନିର୍ମିତ ଏତେ ସୁନ୍ଦର ପ୍ରଭୁ ରାମଙ୍କ ମନ୍ଦିର ଓ ମନ୍ଦିର ମଧ୍ୟରେ ଥିବା ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିକୁ ଦେଖୁଛନ୍ତି । ହେଲେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପନ କରିଦେଇ ସବୁ ଶ୍ରମିକ ମାନଙ୍କୁ ଡାକି ନିଜ ହାତରେ ତାଙ୍କ ଉପରେ ଫୁଲ ପକାଇଛନ୍ତି ।

ଏତେ ବଡ ଉତ୍ସବ ଏତେ ଆଡମ୍ବର ଭାବେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମକୁ ଅନେକ ବିଶିଷ୍ଠ ଲୋକ ଆସିଥିଲେ । ଏତେ ସବୁ ଗହଳି ମଧ୍ୟରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁଙ୍କ କାର୍ଯ୍ୟରେ ଲିପ୍ତ ଥିବା ଶ୍ରମିକ ମାନଙ୍କୁ ଭୁଲି ନଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି କାର୍ଯ୍ୟ ଦେଖି ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା । ସତରେ ଆମ ପ୍ରଧାନମନ୍ତ୍ରୀଙ୍କ ହୃଦୟ କେତେ ବଡ । ତାପରେ ସମସ୍ତଙ୍କୁ ସମସ୍ତଙ୍କର କାମ ପାଇଁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *