ଶୀତ ଦିନେ ରୁପି ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା- Dr Kishan Agarwal

ବନ୍ଧୁଗଣ ଶୀତ ଦିନରେ ଅଧିକାଂଶ ଲୋକଙ୍କର ରୁପି ହୋଇଥାଏ ଓ ମାଛ କାତି ଭଳି ଚମ ଛାଡି ଥାଏ । ଅନେକ ଲୋକଙ୍କର ଡେଣ୍ଡ୍ରଫ କାନ୍ଧରେ ପଡିଥାଏ ଆଉ କେବେ କେବେ କୁଣ୍ଡେଇ ହେଇକି ଘା ମଧ୍ୟ ହୋଇଯାଏ । ତେଣୁ ପ୍ରଥମେ ଆମକୁ ଦେଖିବା ଦରକାର ମୁଣ୍ଡରେ ଯଦି ରୁପି ଝଡୁଛି ସେଇଟା କଣ ପାଇଁ ଝଡୁଛି । ସେଇଟା ଫଙ୍ଗସ ପାଇଁ ହେଉଛି ନା ଇନଫେକ୍ସନ ପାଇଁ ହେଉଛି ତାହା ଜାଣିବା ଦରକାର ।

ବନ୍ଧୁଗଣ ରୋଗ ବିଷୟରେ ଜଣା ପଡିବା ପରେ ତାର ଚିକିତ୍ସା କରାଯାଇଥାଏ । ପ୍ରଥମେ ଯଦି ଡେଣ୍ଡ୍ରଫ ହେଉଛି ତା ହେଲେ ତେଲ ଲଗେଇବେ ନାହିଁ । ଅନେକ ଲୋକ ଡେଣ୍ଡ୍ରଫ ହେଲେ ତେଲ ଲଗାଇ ଥାନ୍ତି ତେଲ ଲଗାଇବା ଦ୍ଵାରା ସେହି ଫଙ୍ଗସ ତାକୁ ଖାଦ୍ୟ ମିଳିବ । ଅନେକ ଲୋକ ରୁପି ହେଲେ ତେଲ, ଅଣ୍ଡା, ଦହି ଓ ଲେମ୍ବୁ ଆଦି ଲଗାନ୍ତି । ବନ୍ଧୁଗଣ ରୁପି ହେଲେ ଆପଣଙ୍କୁ ଏ ସବୁ ଜିନିଷ ଲଗାଇବା ଉଚିତ ନୁହେଁ ।

ଯଦି ଆପଣଙ୍କ ରୁପି ହେଉଛି ଓ ଆପଣ ଡାକ୍ତରଙ୍କ ପାଖକୁ ଯାଇ ପାରିଲେ ନାହିଁ ତା ହେଲେ ପ୍ରଥମ ନିୟମ ହେଉଛି ଆପଣ ସେହି ସ୍ଥାନରେ ନଖ ମାରିବେ ନାହିଁ । ଦ୍ଵିତୀୟ ନିୟମ ହେଉଛି ଆପଣ ମୁଣ୍ଡ ସବୁ ଦିନ ଧୋଇବେ । ବହୁତ ଲୋକ ଶୀତ ଦିନରେ ମୁଣ୍ଡ ଧୋଇ ନଥାନ୍ତି ଯାହାଫଳରେ ରୁପି ଆଦି ସମସ୍ୟା ହୋଇଥାଏ ।

ବନ୍ଧୁଗଣ ଆପଣ ମାନେ ନଖ ଉଷୁମ ପାଣିରେ ମୁଣ୍ଡ ଧୋଇବା ଉଚିତ । ବନ୍ଧୁଗଣ ତୃତୀୟରେ ହେଉଛି ଡେଣ୍ଡ୍ରଫ ସାମ୍ପୁ । ଆପଣ ମାନେ ମାର୍କେଟରୁ ମିଳୁ ଥିବା ଯେକୌଣସି ସାମ୍ପୁର ବ୍ୟବହାର କରନ୍ତୁ ନାହିଁ । ଆପଣ ମାନେ ଡାକ୍ତରଙ୍କ ପରାମର୍ଶ ନେଇ ସାମ୍ପୁ ନିଅନ୍ତୁ । ଆପଣଙ୍କ ସ୍ଥିତି ଦେଖି ଡାକ୍ତର କହିବେ ଆପଣଙ୍କୁ ସପ୍ତାହରେ କେତେ ଥର କେସ ଧୋଇବା ଉଚିତ ।

ସାମ୍ପୁ ଲଗାଇବାର ବି କିଛି ଉପାୟ ରହିଛି । ଗୋଟେ ଗୋଟେ ସାମ୍ପୁ ଅଛି ଯାହାକୁ ଲଗାଇ ତିନି ମିନିଟ ମସାଜ କରାଯାଏ ଓ ତିନି ମିନିଟ ପରେ କେଶ ଧୁଆ ଯାଏ । ଏମିତି ମଧ୍ୟ ସାମ୍ପୁ ଅଛି ଯାହାକୁ ଲଗାଇ ୪୫ ମିନିଟ ପରେ କେଶ ଧୁଆ ଯାଏ । ତେଣୁ ଏଥିପାଇଁ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ।

ଏହା ସହିତ ଆପଣ ମାନେ ବାହାରକୁ ଯିବା ବେଳେ କୌଣସି ରୁମାଲ ବା କ୍ୟାପ ପିନ୍ଧି ଯିବା ନିହାତି ଆବଶ୍ୟକ ଏହା ଦ୍ଵାରା ପ୍ରଦୂଷିତ ଧୁଳି ଆପଣଙ୍କ କେଶକୁ ଡ୍ୟାମେଜ କରିବ ନାହିଁ । ବନ୍ଧୁଗଣ ଶୀତ ଦିନରେ ବହୁତ କେଶ ମରିଯାଇଥାଏ ଓ ସାମ୍ପୁ କରିବା ବେଳେ ତାହା ଝଡି ଯାଇଥାଏ । ତେଣୁ ଯଦି ଆପଣଙ୍କ କେଶ ଥଣ୍ଡା ଦିନରେ ଝଡୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ତାହା ପୁଣି ବଢିଯିବ ।

Leave a Reply

Your email address will not be published. Required fields are marked *