‘ପୋଲିସ ମୋ ରୁମ କବାଟ ପେଲି ଭିତରେ ପଶି ଚେୟାରରେ ଶୋଉଛନ୍ତି, ଆଉ ମୁଁ…’ ଦେଖନ୍ତୁ ପୁଲିସଙ୍କ ନାଁ ରେ କଣ ସବୁ କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗଞ୍ଜାମ ଜିଲ୍ଲାର ସୁମିତ ଓ ତପସ୍ଵିନୀ କେସ ବିଷୟରେ ନିଶ୍ଚୟ ଜାଣିଥିବେ । ତେବେ ଗତ କିଛି ଦିନ ତଳେ ସୁମିତ ନିଜ ପତ୍ନୀଙ୍କ ସହ ୭ ଦିନ ଗୋଟିଏ ଘରେ ରହିବା ପରେ ଫେରାର ହୋଇଯାଇଥିଲେ । ତେବେ କୋର୍ଟର ନିଷ୍ପତ୍ତି ଅନୁସାରେ ଉଭୟଙ୍କୁ ଏକା ସହ ରହିବାର ଥିଲା ହେଲେ ସୁମିତ ଫେରାର ହୋଇ ସମସ୍ତଙ୍କ ହୋସ ଉଡେଇ ଦେଇଥିଲେ । ଫେରାର ହେବାର କିଛି ଦିନ ପରେ ସୁମିତଙ୍କ ଓକିଲ ଗଣମାଧ୍ୟମ ସାମ୍ନାକୁ ଆସି କହିଥିଲେ ସୁମିତ ଅସୁସ୍ଥ ଅଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ତପସ୍ଵିନୀଙ୍କ ପାଦ ତଳେ ମାଟି ଖସି ଯାଇଛି ଓ ସେ ସୋସିଆଲ ମିଡିଆରେ ଗତ କାଲି ଏକ ନୂଆ ଭିଡିଓ ଅପଲୋଡ କରିଛନ୍ତି । ତେବେ ସେହି ନୂଆ ଭିଡିଓରେ ତପସ୍ଵିନୀ କଣ ସବୁ କହିଛନ୍ତି ତାକୁ ନେଇ ସବୁ ଆଡେ ଚର୍ଚା ଚାଲିଛି । ଆଜି ଆମେ ଆପଣ ମାନଙ୍କୁ ତପସ୍ଵିନୀଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଭିଡିଓରେ ତପସ୍ଵିନୀ କହୁଛନ୍ତି’ଆଜିକୁ ୩ ଦିନ ହେଇଗଲା ସେ ନିଖୋଜ ଅଛନ୍ତି । ତାଙ୍କର କୌଣସି ପତା ମିଳୁ ନାହିଁ ଓ କେହି ବି ମତେ କିଛି କହୁ ନାହାନ୍ତି । ମୋତେ ଏହି ଘରୁ ବାହାର କରିଦେବେ ବୋଲି ଷଡଯନ୍ତ୍ର ଚାଲିଛି ମୁ ଯାହା ଆଜି ଶୁଣିବା ପାଇଁ ପାଇଲି । ଦେଖନ୍ତୁ ମୁ ଗୋଟିଏ କଥା କହିବାକୁ ଚାହିଁବି ଯେହେତୁ ମୋ ସ୍ଵାମୀ ମତେ ଏଠି ଛାଡିକି ଯାଇଛନ୍ତି ତ ମୋର ବି ରହିବା ପାଇଁ ଆଉ କେଉଁଠି ଜାଗା ନାହିଁ ସେଥିପାଇଁ ମୁ ଏଠି ଅଛି’।

ଯଦି ମୋତେ ଏଠୁ କାଢିବା ପାଇଁ ଚାହୁଁ ଛନ୍ତି ତା ହେଲେ ମୋ ସ୍ଵାମୀ କେଉଁଠି ଅଛନ୍ତି ଖୋଜିକି କାଢନ୍ତୁ ଆଉ ମୋତେ ତାଙ୍କ ସହ ପଠେଇ ଦିଅନ୍ତୁ । ନହଲେ ମୋ ଶାଶୁ ଘରେ ମୋତେ ଛାଡନ୍ତୁ ନହେଲେ କିଛି ତ ମୋର ବ୍ୟବସ୍ଥା କରନ୍ତୁ ମୁ କୁଆଡେ ଯିବି । ଆଉ ଗୋଟେ କଥା କହିବି ଏଠି ଯେଉଁ ପୋଲିସ ମାନେ ପ୍ରୋଟେକ୍ସନରେ ଅଛନ୍ତି ସେମାନେ କିଛି ଅଲଗା କରୁଛନ୍ତି’ ।

ଆଗକୁ ସେ କହିଛନ୍ତି’ଯେଉଁ ମୋ ସ୍ଵାମୀ ଏଠୁ ଫେରାର ହୋଇଗଲେ ସେମାନେ ମୋ ସ୍ଵାମୀକୁ ଖୋଜିଲେ ନାହିଁ କି ମୋତେ ସହାୟତା କଲେ ନାହିଁ ସେମାନେ କହିଲେ ତମ ସ୍ଵାମୀ କଣ ମୁଦୁଲା ଆମେ ତାଙ୍କୁ ଖୋଜି ବୁଲିବୁ । ତା ହେଲେ ମୁ ଗୋଟେ କଥା କହୁଛି ମୁ କଣ ମୁଦୁଲା ମୋତେ କହୁଛନ୍ତି କବାଟ ଖୋଲିକି ସୁଅ । ମୁ କବାଟ ଖୋଲିକି ସୋଇଲେ ସେମାନେ କବାଟ ପେଲିକି ଆସି ରୁମ ଭିତରେ ସୋଉଛନ୍ତି’ ।

Leave a Reply

Your email address will not be published. Required fields are marked *