ଦର୍ଶକ ବନ୍ଧୁ ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲାରେ ଆଜି ଏକ ବଡ ଟୁଇଷ୍ଟ ଦେଖିବାକୁ ମିଳିଛି । ତେବେ ଆପଣ ମାନେ ସମସ୍ତେ ଉଭୟଙ୍କ ପ୍ରେମ କାହାଣୀ ବିଷୟରେ ତ ନିଶ୍ଚୟ ଜାଣିଥିବେ । ଉଭୟ ଗତ କିଛି ବର୍ଷ ତଳେ ପରସ୍ପରକୁ ପ୍ରେମ କରୁଥିଲେ ଏବଂ ସ୍ଵାମୀ-ସ୍ତ୍ରୀ ଭଳି ରହୁଥିଲେ । ଦିନେଶ ଆଉ ଦୀପିକା ବାରମ୍ବାର ଅନେକ ହୋଟେଲ ଯାଇ ଶାରୀରିକ ସମ୍ପର୍କ ରଖୁଥିଲେ ହେଲେ ଭୁଲ ବଶତଃ ଦୀପିକାଙ୍କ ପେଟରେ ପିଲା ରହିଗଲା ।
ପିଲା ରହିବା ପରେ ଦିନେଶ ଦୀପିକାଙ୍କ ଜୀବନରୁ ଦୂରେଇ ଯିବା ପାଇଁ ଚେଷ୍ଟା କରିଲେ ଆଉ ଏହା ପରେ ଦୀପିକା ଦିନେଶଙ୍କ ବିରୋଧରେ ରେପ କେସ କରି ତାଙ୍କୁ ଜେଲ ପଠାଇ ଥିଲେ । ଏବେ ଦୀପିକାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ଆଉ ଦୀପିକା ଏବେ ନିଜ ପୁଅ ପାଇଁ ନ୍ୟାୟ ମାଗୁଛନ୍ତି । ତେବେ ଆଜିକୁ ଦୁଇ ମାସ ହେଲାଣି ଦୀପିକା ନିଜ ଶାଶୂ ଘର ସାମନାରେ ଧାରଣା ଦେଇ ବସୁଛନ୍ତି ।
ଦର୍ଶକ ବନ୍ଧୁ ଆଜି ଦୀପିକା ଆଉ ତାଙ୍କ ଶାଶୂ ମଧ୍ୟରେ ପ୍ରବଳ ଝଗଡା ହୋଇଛି । ଦୀପିକାଙ୍କୁ ଦିନେଶଙ୍କ ପରିବାର ଲୋକ ମାଡ ମାରିଛନ୍ତି । ଦୀପିକା ଏବେ ଏକା ନାହାନ୍ତି ବନ୍ଧୁଗଣ ଆଗରୁ ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଥିଲେ ଆଉ ଏବେ ଦୀପିକାଙ୍କ ସହ ଜନସାଧାରଣଙ୍କ ସମର୍ଥନ ଅଛି । ତେବେ ଏହି କଳହ ଦୀପିକାଙ୍କ ପାଲ ଭାଙ୍ଗିବା ପରେ ହେଇଛି । ପ୍ରବଳ ବର୍ଷାରେ ଦୀପିକା ପାଲ ବାନ୍ଧି ବାରଣ୍ଡାରେ ରହୁଥିଲେ ହେଲେ ହଠାତ ଦିନେଶଙ୍କ ଜେଜେ ମାଆ ଆସି ଦୀପିକାଙ୍କ ପାଲ ଭାଙ୍ଗି ଦେଇଥିଲେ ଆଉ ଏହା ପରେ ଆରମ୍ଭ ହୋଇଥିଲା ଝଗଡା ।
ଝଗଡା ଶେଷ ହେବା ପରେ ଆଜି ଏକ ନୂଆ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଝଗଡା ଶେଷ ହେବା ପରେ ଦିନେଶଙ୍କ ପରିବାର ଲୋକ ରାଗରେ ଘରେ ପଶି ଭିତରେ ତାଲା ଦେଇଛନ୍ତି ଆଉ ଅନ୍ୟ ପଟେ ଦୀପିକା ବି ବାହାରେ ଥାଇ ଦିନେଶଙ୍କ ବାହାର ଗେଟରେ ତାଲା ଦେଇଛନ୍ତି । ଘର ବାହାରେ ଦୀପିକାଙ୍କ ଆଇ ଶାଶୂ ବି ଛିଡା ହୋଇଛନ୍ତି । ଦୀପିକା କହିଛନ୍ତି, ସେମାନେ ମୋର ପାଲ ଭାଙ୍ଗିଲେ ମୁଁ ବହୁତ ସହିଗଲି ଆଉ ନୁହେଁ ମୋର ଧର୍ଯ୍ୟ ଶକ୍ତି ଶେଷ ହେଇଯାଇଛି ।
ଏବେ ମୁଁ ବାହାରୁ ତାଲା ଦେଲି ସେମାନେ ଏବେ କେମିତି ବାହାରିବେ ମୁଁ ଦେଖିବି ବର୍ଷା ହେଉ କି ଯାହା ହେଉ । ଅନ୍ୟ ପକ୍ଷେ ଦୀପିକାଙ୍କ ଶାଶୂ କହିଛନ୍ତି, ଆମେ ଗେଟ ଖୋଲିଲେ ସେ ପାଲ ଭାଙ୍ଗି ଯାଉଛି ଆମେ କଣ କରିପାରିବୁ ଏ ଝିଅ ଆମକୁ ବହୁତ ହଇରାଣ କରୁଛି । ସମାଧାନର ବାଟ ବାହାରିବ କୋର୍ଟରେ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।