Sharmistha ଫେରାର ହେବା ପୂର୍ବର ଭିଡିଓ, କ୍ୟାମେରା ମ୍ୟାନ Manas ଙ୍କ ମୃତ୍ୟୁକୁ ନେଇ ଦେଉଛନ୍ତି ଏମିତି ସଫେଇ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କ୍ୟାମେରା ମ୍ୟାନ ମାନସ ଙ୍କ ହତୟା ଘଟଣା ସମ୍ପର୍କରେ ଅବଗତ ନିଶ୍ଚିତ ଥିବେ। ତେବେ ଗତକାଲି ଏହି କେଶ ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଗିରଫ ହୋଇଛନ୍ତି। ତେବେ ବର୍ତ୍ତମାନ ସାମ୍ନାକୁ ଆସିଛି ଶର୍ମିଷ୍ଠା ରାଉତଙ୍କ ଷ୍ଟିଙ୍ଗ ଭିଡିଓ । କ୍ୟାମେରାମ୍ୟାନ ମାନସଙ୍କୁ ହତୟା କରିବା ପରେ ପ୍ରାୟ ମାସେ ଧରି ଭୁବନେଶ୍ୱରରେ ଲୁଚି ବୁଲୁଥିଲେ ଶର୍ମିଷ୍ଠା ରାଉତ । ଏକ ମେମୋରୀ ଚିପକୁ ନେଇ ଏହି ସୁଚିନ୍ତିତ ହତୟା କାଣ୍ଡ ଘଟାଇବା ପରେ ମଧ୍ୟ ପୋଲିସ ନଜରରୁ ବର୍ତିବାରେ ସମର୍ଥ ହେଉଥିଲେ ।


ଜାଣିଲେ ଆଶ୍ଚର୍ଯ୍ୟ ହେବେ ମେମୋରୀ ଚିପଟି ହାତେଇବା ପାଇଁ ମାନସଙ୍କଠାରୁ ଏକ ଅଣ୍ଡରଟେକିଂ ଲେଖାଇ ନେଇଥିଲେ ଶର୍ମିଷ୍ଠା । ଆଉ ସେହି ଅଣ୍ଡରଟେକିଂ ବଳରେ ମେମୋରୀ ଚିପଟି ହାତେଇ ନେବାରେ ସମର୍ଥ ହେଲେ। ଯାହା ଷ୍ଟିଙ୍ଗ ଭିଡିଓରେ ଶର୍ମିଷ୍ଠାଙ୍କ ସ୍ୱରରୁ ଜଣା ପଡୁଛି। ତେବେ କଥା ଉଠୁଛି ମେମୋରୀ ଚିପଟି ହାତେଇବା ପରେ ମାନସଙ୍କୁ ରାସ୍ତାରୁ ହଟାଇ ଦେବାକୁ ହତୟା ଷଡଯନ୍ତ୍ର କରିଥିଲେ କି ଶର୍ମିଷ୍ଠା ରାଉତ ।

ମେମୋରୀ ଚିପରେ ଥିବା ଡାଟା କାଳେ ଆଉ କେଉଁଠି ରଖିଥିବେ ମାନସ, ସେଥିପାଇଁ ତାଙ୍କୁ ହତୟା କରିବାକୁ ବନାଇଥିଲେ ପୁରା ମାଷ୍ଟର ପ୍ଲାନ । ତେବେ ଏହି ମେମୋରୀ ଚିପରେ କଣ ଥିଲା । କାହିଁକି ଶର୍ମିଷ୍ଠାଙ୍କ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ମାନସଙ୍କ ହେପାଜତରେ ଥିବା ମେମୋରୀ ଚିପଟିକୁ ହାତେଇବା । ଏହାଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାନସଙ୍କୁ ହତୟା କରିବା ପରେ ପୋଲିସ ଜେରାର ସମ୍ମୁଖୀନ ହୋଇମଧ୍ୟ ଭୁବନେଶ୍ୱରରେ ଲୁଚିଥିଲେ ଶର୍ମିଷ୍ଠା।

ତେବେ ପ୍ରାୟ ମାସେ ଧରି ଭୁବନେଶ୍ୱରରେ ଲୁଚି ରହିଥିଲେ ବି ପୋଲିସ ତାଙ୍କ ଟେର ପାଉନଥିଲା କେମିତି । ଏହି ଭିଡିଓଟି ମାର୍ଚ୍ଚ ୩ ତାରିଖ ପୂର୍ବରୁ ରେକର୍ଡ କରାଯାଇଥିବା ଜଣାପଡିଛି । ମାର୍ଚ୍ଚ ୧୨ ତାରିଖରେ ପୋଲିସକୁ ମାନଙ୍କ ମୃତଦେହ ମିଳିଥିଲା। ଏହାପରେ ହତୟା ମାମଲାରେ ଜୋରଦାର ଖୋଳତାଡ ଆରମ୍ଭ ହେଲା ବେଳକୁ ପୋଲିସ ଆଖିରେ ଧୁଳିଦେଇ ଫେରାର ହୋଇସାରିଥିଲେ ଶର୍ମିଷ୍ଠା ରାଉତ।

ତେବେ ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଉଦ୍ୟମରେ ଉଭୟଙ୍କୁ ଗିରଫ କରାଯାଇଛି । କାଲି ଚାନ୍ଦବାଲି ଜେଏମଏଫସି କୋର୍ଟରେ ଉଭୟଙ୍କୁ ହାଜର କରାଯିବ । ଏହାସହ ଦୁଇଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।

ଖବର ଅନୁଯାୟୀ, ମାନସ ସ୍ୱାଇଁ ହତୟା ଘଟଣାରେ ତଦନ୍ତ ଭାର ଏବେ କ୍ରାଇମ୍‌ବ୍ରାଞ୍ଚ ପାଖରେ । ହତୟା ମାମଲାର ଟିକିନିଖି ଯାଞ୍ଚ କରୁଛି କ୍ରାଇମ୍‌ବ୍ରାଞ୍ଚ । ଏହିକ୍ରମରେ ରବିବାର ଦିନ୍‌ କ୍ରାଇମ୍‌ବ୍ରାଞ୍ଚ ଏକ ଟିମ୍‌ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁଙ୍କୁ କେମିତି ହତୟା କରା ଯାଇଥିଲା। ତେବେ ମୃତଦେହକୁ କିଭଳି କାର ପର୍ଯ୍ୟନ୍ତ ନେଇଥିଲେ ହତୟା କାରୀ । ଯେଉଁ ରୁମରେ ମାନସଙ୍କୁ ମାଡ ମରା ଯାଇଥିଲା ଏବଂ ହତୟା କରାଯାଇଥିଲା ସେଠାରେ ଛାନଭିନ୍ କରିଛି ତଦନ୍ତକାରୀ ଟିମ୍ ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *