ନମସ୍କାର ବନ୍ଧୁଗଣ ତେବେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଖରାପ ସିନେମାରେ ହିରୋ ଭୂମିକାରେ ଅଭିନୟ କରୁଥିବା ଯେଉଁ ଚର୍ଚ୍ଚା ହେଉଛି, କ୍ରାଇମବ୍ରାଞ୍ଚ ଏହାକୁ ତଦନ୍ତ ପରିସରଭୁକ୍ତ କରିଛି । ଦିନରେ ଭଜନ ଆଲବମ୍ ସୁଟିଂ କରୁଥିବା ବେଳେ ରାତିରେ ହୋଟେଲରେ ଖରାପ ସିନେମାର ସୁଟିଂ ହେଉଥିବା ଘଟଣାକୁ କ୍ରାଇମବ୍ରାଞ୍ଚ ଗୁରୁତ୍ବର ସହିତ ଗ୍ରହଣ କରିଛି ।
ଶର୍ମିଷ୍ଠାର ସମ୍ପୂର୍ଣ୍ଣା ୱେବ୍ପୋର୍ଟାଲ୍ ଅଫିସରୁ ମେମୋରି କାର୍ଡ ଜବତ କରି ଖରାପ ସିନେମା କାରବାର ଘଟଣାକୁ ଅନୁଧ୍ୟାନ ଚଳାଇଛି । ତେବେ ଶର୍ମିଷ୍ଠାଙ୍କର ‘ସମ୍ପୂର୍ଣ୍ଣ ନ୍ୟୁଜ୍ ଓଡ଼ିଆ’ ନାମରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଥିଲେ । ତା’ଛଡା ‘ସମ୍ପୂର୍ଣ୍ଣ ଏଣ୍ଟରଟେନ୍ମେଣ୍ଟ’ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ୍ ଖୋଲି ସେଥିରେ ବିଭିନ୍ନ ସଟ୍ ଫିଲ୍ମ, ଆଲବମ୍ ଓ ଭଜନ ଅପ୍ଲୋଡ୍ କରିବାକୁ ଯୋଜନା କରୁଥିଲେ । ଏଥିପାଇଁ ୧୩ଟି ଭଜନ ସୁଟିଂ କରିଥିଲେ ।
୬ଟି ଭଜନରେ ମୁଖ୍ୟ ଅଭିନେତା ଥିଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ । ସବୁ ଠାରୁ ବଡ଼ କଥା ୮ଟି ଖରାପ ଫିଲ୍ମ (୧୫ରୁ ୨୦ ମିନିଟ୍ର) ସୁଟିଂ କରିଥିଲେ । ୩ ଟିରେ ନିରଞ୍ଜନ ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମ ଭିତରୁ ଗୋଟିଏରେ ଦୁଷ୍କର୍ମ ଦୃଶ୍ୟ ଥିଲା । ଆଉ ରିଲ୍ରେ କଏଦ ହୋଇଥିଲା ନିରଞ୍ଜନଙ୍କ ଏହି ରିୟଲ ଦୁଷ୍କର୍ମର ଦୃଶ୍ୟ । ଏହାକୁ ସୁଟିଂ କରିଥିଲେ ମାନସ ।
ମାନସଙ୍କ ସହଯୋଗୀ ଥିବା କ୍ୟାମେରାମ୍ୟାନ୍ ଜୟନ୍ତ ମଧ୍ୟ ଏ ବିଷୟରେ ଅବଗତ ଥିଲେ । ଉକ୍ତ ମେମୋରି ଚିପ ପାଇଁ ମାନସଙ୍କୁ ହତୟଆ କରାଯାଇଥିବା ଜଣାପଡ଼ିଛି । ପୁରୀରେ ନିରଞ୍ଜନର ସୁଟିଂ ସମୟର ଭାଇରାଲ୍ ଭିଡିଓକୁ କ୍ରାଇମବ୍ରାଞ୍ଚ ଜବତ କରି ତଦନ୍ତ ଚଳାଇଛି । ତେବେ ଅନ୍ୟପଟେ ଶର୍ମିଷ୍ଠାର ବି ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି । ମାନସ ନିକଟରୁ ମେମୋରି କାର୍ଡ ପାଇବା ପରେ ତାଙ୍କୁ ଏକ ଅଣ୍ଡରଟେକିଂ ଲେଖାଇ ଛାଡ଼ିଦେଇଥିବା ସମ୍ପର୍କିତ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ପ୍ରକୃତରେ ଏହି ଭିଡିଓ ଶର୍ମିଷ୍ଠା ଜାଣିଶୁଣି ଭାଇରାଲ୍ କରିଥିଲା । ମାନସର ଶବ ପରବର୍ତ୍ତୀ ସମୟରେ ମିଳିଲେ ଯେଭଳି ପୁଲିସ ଶର୍ମିଷ୍ଠାକୁ ସନ୍ଦେହ କରିବ ନାହିଁ, ସେଥିପାଇଁ ଜାଲ୍ଅ ଣ୍ଡରଟେକିଂ ପ୍ରସ୍ତୁତ ହୋଇଥିଲା । ମାନସ ଯେଉଁ ଅଣ୍ଡରଟେକିଂ ଲେଖିଥିବା କୁହାଯାଉଛି ପ୍ରକୃତରେ ଏହି ଅଣ୍ଡରଟେକିଂ ଝୁନା ଭୋଇ ଲେଖିଥିଲା । ନିରଞ୍ଜନ ଓ ଶର୍ମିଷ୍ଠାଙ୍କ କହିବା ଅନୁଯାୟୀ ଝୁନା ଏହାକୁ ଲେଖିଥିଲା । ମାନସଙ୍କୁ ଅପହରଣ ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଏହି ଅଣ୍ଡରଟେକିଂରେ ଦର୍ଶାଯାଇଥିବା କୁହାଯାଉଛି ।
ତେବେ ଅଣ୍ଡରଟେକିଂରେ ଥିବା ଦସ୍ତଖତ ଶର୍ମିଷ୍ଠା ଓ ନିରଞ୍ଜନ ବଳପୂର୍ବକ ମାନସଙ୍କଠାରୁ ସାଦା କାଗଜରେ ନେଇଥିଲେ । କ୍ରାଇମବ୍ରାଞ୍ଚ ଜବତ କରିଥିବା ଏହି ଅଣ୍ଡରଟେକିଂକୁ ଭୁବନେଶ୍ବର ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯାଇଛି । ଅଣ୍ଡରଟେକିଂ ଏବଂ ଦସ୍ତଖତ କାହାର ହସ୍ତାକ୍ଷର ସେ ନେଇ ବ୍ୟୁରୋ ଯାଞ୍ଚ କରି ଏକ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ଯୋଗାଇବାକୁ କୁହାଯାଇଛି ।
ଏହାବାଦ୍ ଫେବ୍ରୁଆରି ୨ ତାରିଖରେ ମାନସ ସମ୍ପୂର୍ଣ୍ଣା ୱେବ ପୋର୍ଟାଲରୁ ଚାକିରି ଛାଡ଼ିବା ପୂର୍ବରୁ ଶେଷ ଥର ପାଇଁ ଜାନୁଆରି ୨୯ ତାରିଖରେ ପୁରୀରେ ଏକ ଭଜନ ଭିଡିଓ ପ୍ରସ୍ତୁତ କରିବାକୁ ମାନସ ଓଟିଡିସିର ଏକ ଚାରିଚକିଆ ଗାଡ଼ିରେ ଯାଇଥିଲେ । ତେବେ ମାନସ ଗାଡ଼ିରେ ପୁରୀ ଯିବା ସମୟରେ ସେଦିନ ଦିନ ପ୍ରାୟ ୧୦ଟା ୧୦ରେ ଫେସବୁକ ଲାଇଭ୍ କରିଥିଲେ । ଏଥିରେ ଓଟିଡିସି ଗାଡ଼ି ଡ୍ରାଇଭରଙ୍କ ସମେତ ମୋଟ ୯ ଜଣ ଥିଲେ ।
ମାନସଙ୍କ ପଛରେ ଦୁଇ ଜଣ ନାବାଳିକା ବି ଥିଲେ । ୨ ମିନିଟ୍ ୫୮ ସେକେଣ୍ଡର ଏହି ଲାଇଭ୍ ମାନସଙ୍କ ଶେଷ ଲାଇଭ୍ ଥିଲା । ତେବେ ସେଦିନ ପୁରୀ ବେଳାଭୂମିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କର ଏକ ଭଜନ ସୁଟିଂ ହୋଇଥିଲା । ଓଟିଡିସିରୁ ଗାଡ଼ି କିଏ ବୁକ୍ କରିଥିଲେ ସେ ନେଇ କ୍ରାଇମବ୍ରାଞ୍ଚ ବି ପଚରାଉଚରା ଆରମ୍ଭ କରିଛି ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।