ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସିଦ୍ଧାର୍ଥ ଟିଭି ରେ ଏକ ରିଆଲିଟି ସୋ ପ୍ରସାରିତ ହେଉଛି ଓ ଯାହାର ନାମ ରହିଛି ଓଡିଶା ର ନୂଆ ସ୍ଵର , ତେବେ ବନ୍ଧୁଗଣ ଏହି ରିଆଲିଟି ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇ ପାରିଛି ଓ ଏହା ବେସ ଲୋକ ପ୍ରିୟ ହେବା ର କାରଣ ହେଲା ଏହି ସୋ ରେ ଭାଗ ନେଇଥିବା ଶାନ୍ତନୁ , ତେବେ ବର୍ତ୍ତମାନ ସମୟ ରେ ଶାନ୍ତନୁ ଓଡିଶା ର ଘର ଘରେ ପରିଚିତ ।
ତେବେ ଶାନ୍ତନୁ ନିଜ କଣ୍ଠ ପାଇଁ ବେଶ ନାମ ଅର୍ଜନ କରିଛନ୍ତି ଓ ତାଙ୍କୁ ସମସ୍ତେ କୁନି ହ୍ୟୁମାନ ସାଗର ବୋଲି ଡାକୁଛନ୍ତି , ତେବେ ଆଉ କିଏ ଶାନ୍ତନୁ ଙ୍କ ଜବରଦସ୍ତ କମିଡି ଅଭିନୟ କୁ ପସନ୍ଦ କରି ତାଙ୍କୁ କୁନି ବାବୁଷାନ ବୋଲି ଡାକୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଶାନ୍ତନୁ ଙ୍କ ଅନେକ ଗୀତ ଶୁଣିବା ସହ ତାଙ୍କ ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ସେ ଗୀତ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଶ୍ରୋତା ମାନେ ।
ଅନେକ ପ୍ରଶଂସା ବି ମିଳୁଛି ସାନ୍ତନୁ ଙ୍କୁ । ତେବେ ସେ ଯେଉଁ ଭଳି ଭାବେ ନିଜର ଗୀତ ଗାଉଛନ୍ତି । ବେଶ ଶୃତି ମଧୁର ଏବଂ ହୃଦୟ ଛୁଇଁବା ଭଳି ଲାଗୁଛି । ଜାହାକୁ ସୁଣିବା ପରେ ଖୁସୀ ହେଉଛନ୍ତି ସମସ୍ତେ କାରଣ କେବଳ ଗୀତ ନୁହେଁ ବରଂ ଗୀତ ସାଙ୍ଗକୁ ପିଲାଟିର କଥା ଏବଂ ଅଭିନୟ ମଧ୍ୟ ବହୁତ ଆକର୍ଷଣିୟ ଅଟେ । ଏହି ବାଳକ ଟି ଯେମିତି ଭାବେ ତାର ସ୍ୱର ର ଯାଦୁ ରେ ସମସ୍ତ ଙ୍କୁ ଦିୱାନା କରିଛି ।
ପିଲାର ଭିଡ଼ିଓ ଦେଖି ଆପଣ ମାନେ ଜାଣି ପାରିବେ ଏବଂ ତାର ସ୍ୱର ସୁଣିଲେ ଜାଣି ପାରିବେ । ଏହିଥି ପାଇଁ ତାଙ୍କର ଲୋକପ୍ରିୟତା ଓ ଲୋକଙ୍କର ତାଙ୍କ ପ୍ରତି ଥିବା ଆକର୍ଷଣ କୁ ଲକ୍ଷ୍ୟ କରି ତାଙ୍କୁ ଷ୍ଟୁଡିଓ ରେ ଅନେକ ଗୀତ ଗାଇବାର ଅଫର ମଧ୍ୟ ମିଳୁଛି । ଆଉ ତାଙ୍କର ମୁହଁର ଦୁଇ ପଦ ନଟଖଟି କୈତୁକିଆ କଥା ସୁଣିବାକୁ ଅନେକ ଜଣ ତାଙ୍କର ସାକ୍ଷ୍ୟାତ କରିବାକୁ ମଧ୍ୟ ଘରେ ପହଁଚି ଯାଉଛନ୍ତି ।
ତେବେ ସେହିପରି କମେଡିଆନ ଶଙ୍କର ମଧ୍ୟ ଏହି ଭାଇରାଲ ବୟ ର ଇଣ୍ଟରଭିୟୁ ନେଇଥିଲେ । ତେବେ ସେଥିରେ ସାନ୍ତନୁ ନିଜ କଥା କହିଥିଲେ ଏବଂ ଗୀତ ମଧ୍ୟ ଗାଇଥିଲେ ଏହା ସହ ଭଲ ଅଭିନୟ ଏବଂ ମଜା ମସ୍ତି ମଧ୍ୟ କରୁଥିଲେ । ତେବେ ତାଙ୍କ ବୟସ ହେଉଛି ମାତ୍ର ୭ ବର୍ଷ । ତେବେ ସେ ନିଜ ଇଣ୍ଟରଭିୟୁ ରେ କହିଛନ୍ତି କି ସେ ଏହି ଚାରି ମାସ ହେବ ଗୀତ ଶିଖୁଛନ୍ତି ଏବଂ ତାଙ୍କୁ ନୃତ୍ୟ କରିବା ଏବଂ ଅଭିନୟ କରିବା ମଧ୍ୟ ତାଙ୍କୁ ବହୁତ ଭଲ ଲାଗେ । ତେବେ ସେ ସାର୍ଥକ ର ଡ୍ରାମେଵାଜ ରେ ମଧ୍ୟ ଯାଇଥିଲେ ।
ତେବେ ସେ ଏହା ମଧ୍ୟ କହିଛନ୍ତି କି ସେ ସବୁ ବିଷୟ କୁ ପସନ୍ଦ କରନ୍ତି ଏବଂ ମନ ଧ୍ୟାନ ଦେଇ ପାଠ ପଢ଼ନ୍ତି ଏବଂ ସେ ଏକ ଦମ ସାଧା ପିଲା ନନଭେଜ ନୁହେଁ । ଅର୍ଥ ସେ ବହୁତ ଭଲ ପିଲା ଦୁଷ୍ଟ ନୁହେଁ । ତେବେ ସେ କହିଥିଲେ କି ସେ ଶଙ୍କର ଙ୍କ ଭଳି କମେଡିଆନ ଏବଂ ବାବୁଶାନ ଙ୍କ ପରି ଅଭିନେତା ହେବେ ଏବଂ ଅରିଜିତ ଙ୍କ ଭଳି ଗୀତ ଗାଇବେ । ତେବେ ତାଙ୍କୁ ସବୁ ପ୍ରକାର ର ଗୀତ ଗାଇବାକୁ ପସନ୍ଦ କରନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଭଲ ଭଲ ଗୀତ ଗାଇବା ତାଙ୍କର ସ୍ୱପ୍ନ । ତେବେ ସେ ନିଜ ପରିବାର ବିଷୟରେ କହିଥିଲେ ଏବଂ ନିଜ କୁନି ଭଉଣୀ ଏବଂ ନିଜ ବାପା ମାଆ ଙ୍କ ସହ ମଧ୍ୟ ଗୀତ ଗାଇଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।