ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ 4 ଟି କାମ, ପଡିଥାଏ ଶନି ମହାଦଶା, ଶନିଦେବଙ୍କ କ୍ରୋଧର ହେବେ ଶିକାର !

ନମସ୍କାର ବନ୍ଧୁଗଣ ତେବେ ଶନିବାର ଦିନ ଏହି ଅଶୁଭ କାର୍ଯ୍ୟ କରନ୍ତୁ ନାହିଁ ଶନିଦେବଙ୍କୁ ହୋଇଥାଏ ପୀଡା । ଶନିବାର ଦିନ କରନ୍ତୁ ନାହିଁ ଏହି କାମ । ଶନିବାର ଦିନ ଭଗବାନ ଶନିଦେବଙ୍କୁ ସମର୍ପିତ ଅଟେ । ଏହି ଦିନ ଭଗବାନ ଶନିଦେବଙ୍କ ପୂଜା କରାଯାଏ । ଶନିବାର ଦିନ ଭଗବାନ ଶନିଙ୍କର ପ୍ରିୟ ଅଟେ । ମାନ୍ୟତା ଅଛି ଏହି ଦିନ ଯେଉଁ ଭକ୍ତ ପବିତ୍ର ମନରେ ଶନିଦେବଙ୍କର ପୂଜା କରି ଯାହାବି ମାଗିଥାଏ ନିଶ୍ଚୟ ପୁରା ହୋଇଥାଏ । ସେଥିପାଇଁ ଭୁଲରେ ବି ଶନିବାର ଦିନ ଏହି ଭୁଲ କରନ୍ତୁ ନାହିଁ ।

ଶନିଦେବ କ୍ରୋଧିତ ହୋଇଯାନ୍ତି । କାରଣ ଶନିବାର ଦିନ ଶନିଦେବଙ୍କର ବହୁତ ଭାରି ଗ୍ରହ ମାନାଯାଏ । ଅଶୁଭ ଶନି ଅମଙ୍ଗଳକାରୀ ହୋଇଯାନ୍ତି । ଯାହାଙ୍କ ପ୍ରଭାବରେ ପ୍ରଭାବିତ ମନୁଷ୍ୟ କ୍ରୋଧି ଆତଙ୍କବାଦୀ ଦୁରାଚାରି ଏବଂ ବିଦ୍ରୋହୀ ହୋଇଥାନ୍ତି । ବ୍ୟକ୍ତି ଉପରେ ଯଦି ଶନି ଅଶୁଭ ପ୍ରଭାବ ପକାନ୍ତି ତେବେ ବ୍ୟକ୍ତି ଦରିଦ୍ର ହୋଇଯାଏ । ଘରକୁ କରଜ ଆସିବା ଆରମ୍ଭ ହୋଇଯାଏ । ଆସନ୍ତୁ ସେସବୁ ବିଷୟରେ ଆଲୋଚନା କରି ନେବା ।

୧- ଶନିବାର ଦିନ ବ୍ୟକ୍ତି ସମ୍ଭୋଗ କରିବା ଠାରୁ ଦୂରେଇ ରହିବା ଉଚିତ । ସର୍ବଦା ଲୋକେ ଏହି ଭୋଗ ବିଳାସରେ ବୁଡି ରହିଥାନ୍ତି ଆଉ ତାଙ୍କୁ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ । ଏହି ଦିନ ସମ୍ଭୋଗ କଲେ ସନ୍ତାନ କିନ୍ନର ଜନ୍ମ ହୋଇଥାଏ କିମ୍ବା ଖରାପ ହୋଇଥାଏ ।

୨- ଶାସ୍ତ୍ର ମାନ୍ୟତା ଅନୁସାରେ ଶନିବାର ଦିନ କୁକୁର ବିଲେଇ ଘରେ କାନ୍ଦିଲେ ବହୁତ ଅଶୁଭ ହୋଇଥାଏ । ଏହା ଘରକୁ ଗରିବୀ ଆସିବାର ସଂକେତ ହୋଇପାରେ ।  ଝଗଡା କ୍ଳେଶ ଆଦି ଘରେ ହୋଇପାରେ । ୩- ଶନିବାର ଦିନ ଭଙ୍ଗା ପାନିଆ ଏବଂ ଆଇନାର ବ୍ୟବହାର କରିବା ଉଚିତ ନୁହେଁ । କାରଣ ଏମିତି କଲେ ଶନିଗ୍ରହ ଅଶୁଭ ପ୍ରଭାବ ଦେଇଥାନ୍ତି । ଆଉ ବ୍ୟକ୍ତି କାଙ୍ଗାଳ ହୋଇଯାନ୍ତି ।

୪- ଶନିବାର ଦିନ କୌଣସି ବି ଜିନିଷ ଭାଙ୍ଗି ଯିବା ଅଶୁଭ ମାନାଯାଏ । ଶନିବାର ଦିନ ଭଙ୍ଗା ଥିବା ଗାଡ଼ିରେ ବସି ବୁଲିବା ଉଚିତ ନୁହେଁ । ଏହା ଦ୍ବାରା ଆପଣଙ୍କ ସହିତ ବହୁତ ଖରାପ ହୋଇପାରେ । ଶନିବାର ଦିନ ଯେଉଁ ବ୍ୟକ୍ତି ସ୍ନାନ କରନ୍ତି ନାହିଁ ତାଙ୍କୁ ସଫଳତା କେବେବି ମିଳେ ନାହିଁ । ଶନି ଏମିତି ଗ୍ରହ ଅଟନ୍ତି ବ୍ୟକ୍ତିଙ୍କୁ ତାଙ୍କର କର୍ମ ଅନୁଯାୟୀ ଫଳ ଦେଇଥାନ୍ତି ।

୫- ଶନିବାର ଦିନ ପିଆଜ ରସୁଣ ମାଂ-ସ ମ-ଦ ସି-ଗା-ରେ-ଟ ଖାଇବା ଉଚିତ ନୁହେଁ । ଏହି ଦିନ ଏହିସବୁ ସେବନ କରିବା ଦ୍ୱାରା ଶନି ଦେବଙ୍କୁ କଷ୍ଟ ହୋଇଥାଏ ଆଉ ଆପଣଙ୍କୁ ବି ପାପ ଲାଗିଥାଏ । ଏହା ଦ୍ବାରା ଆପଣଙ୍କ ଗ୍ରହର ସ୍ଥିତି ଖରାପ ହୋଇଯାଇଥାଏ । ଶନିଦେବଙ୍କୁ ନ୍ୟାୟଧିସ ଦେବତା ମାନାଯାଏ । ସେଥିପାଇଁ ଶନିବାର ଦିନ ଝଗଡା ଆଦି କରିବା ଉଚିତ ନୁହେଁ । ମୁଖରୁ ଗାଳି ବି ବାହାର କରିବା ଉଚିତ ନୁହେଁ । ଲୁଚିକି କାହାରି କଥା ଶୁଣିବା ଉଚିତ ନୁହେଁ । ସ୍ତ୍ରୀଙ୍କୁ ଲୁଚିକି ଦେଖିବା ବି ଉଚିତ ନୁହେଁ । ନଚେତ ଶନିଦେବ କ୍ରୋଧିତ ହୋଇପାରନ୍ତି ।

୬- ଶନିବାର ଦିନ ଶନିଦେବଙ୍କ ବ୍ୟତୀତ ଭଗବାନ ହନୁମାନଙ୍କ ଦର୍ଶନ ନକଲେ ଶନିଦେବ ପ୍ରସନ୍ନ ହୁଅନ୍ତି ନାହିଁ । ଏଥିପାଇଁ ଶନିଦେବଙ୍କ ପୂଜା ପରେ ଭଗବାନ ହନୁମାନଙ୍କ ଦର୍ଶନ କରିବା ଉଚିତ । ବହୁତ ଶୁଭ ହୋଇଥାଏ । ଶନିବାର ଦିନ ସୋରିଷ ତେଲରେ ତିଳ ପକେଇ ଦୀପ ଜଳାଇବା ଉଚିତ ଏବଂ ଶେଷରେ ଶନିଦେବଙ୍କ ଉପରେ ତେଲ ଅର୍ପଣ କରିବା ଉଚିତ । ଏହା ଦ୍ବାରା ବ୍ୟକ୍ତିର ସବୁ କଷ୍ଟ ଭଗବାନ ଶନିଦେବ ହରଣ କରିନିଅନ୍ତି ।

୭- ଏହିଦିନ ଶନିଦେବଙ୍କ ଆଖିକୁ ଦେଖିବା ଉଚିତ ନୁହେଁ ଓଲଟା ବ୍ୟକ୍ତିକୁ କଷ୍ଟ ମିଳିଥାଏ । ଶନିବାର ଦିନ ସୂର୍ଯ୍ୟଦେବଙ୍କର ପୂଜା କରନ୍ତୁ ନାହିଁ । ଆଉ ଏହି ଦିନ କଳା କପଡା ବି ପିଦ୍ଧନ୍ତୁ ନାହିଁ । ଯେଉଁ ଲୋକ ଶନିବାର ଦିନ ଦାନ ଧର୍ମ କରିଥାନ୍ତି ତାଙ୍କ ଉପରେ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଶନିବାର ଦିନ କୌଣସି ପ୍ରକାରର ତେଲ ଯେପରି ଖାଇବା ତେଲ ରୋଷେଇରେ ବ୍ୟବହାର ହେଉଥିବା ତେଲ ଘରକୁ ଆଣିବା ଉଚିତ ନୁହେଁ ।

ଶନିବାର ଦିନ ତେଲ ଘରକୁ ଆଣିବା ଦ୍ୱାରା ଘରକୁ କଷ୍ଟ ଏବଂ ରୋଗ ମଧ୍ୟ ଆସିଥାଏ । ଶନିବାର ଦିନ ଭୁଲରେ ମଧ୍ୟ ଲୁହା କିମ୍ବା ଲୁହାର କୌଣସି ବି ବସ୍ତୁ କିଣନ୍ତୁ ନାହିଁ । ବରଂ ଦାନ କରନ୍ତୁ । ଶନିବାର ଦିନ କଳା ଜିନିଷ ଯେମିତିକି କଳା ଡାଲି ଏମତିକି କୌଣସି ବି କଳା ଜିନିଷ ଘରେ ପ୍ରସ୍ତୁତ କରିବା ଉଚିତ ନୁହେଁ । ଏହି ଦିନ କଳା ଜିନିଷ ଦାନ କରିବା ବହୁତ ଶୁଭ ମାନାଯାଏ । ଏହା ଦ୍ବାରା ଘରେ ଦୁର୍ଘଟଣା ହୋଇନଥାଏ ।

୮- ଶନିବାର ଦିନ ଅଚାନକ ଖର୍ଚ୍ଚ ବଢିବା କରଜ ବଢିବା ଘରେ କ୍ଷୀର ପଡିଯିବା ତେଲ ପଡ଼ିଯାଏ କାଚ ଭାଙ୍ଗିଯାଏ ତ ଏହା ଘରକୁ ଆସୁଥିବା ସମୟରେ ଗରିବୀ ଆସିପାରେ । ଏହା ଏହି ସଂକେତ ଦେଇଥାଏ ଆପଣଙ୍କ ଘରେ ରାହୁ କେତୁର ବାସ ଅଛି । ଏମିତି ସ୍ଥିତିରେ ସୋରିଷ ତେଲର ଦୀପ ନିଶ୍ଚୟ ଜଳାନ୍ତୁ । ଶନିବାର ଦିନ ଏହି ଉପାୟ କରନ୍ତୁ ଶନି ଦୋଷ ରାହୁ ଦୋଷ ଦୂର ହୋଇଥାଏ । ଏହି ଉପାୟ କରିବା ସମୟରେ ଭଗବାନ ଶନିଦେବଙ୍କ ନାମ ନିଶ୍ଚୟ ନେବେ ।

ଏମିତି କରିଲେଆପଣ ଯାହାବି କାର୍ଯ୍ୟ କରିବେ ତାହା ନିଶ୍ଚୟ ସଫଳ ହେବ । ଆପଣ ନିଜ ଆଙ୍ଗୁଳିରେ ଅଳ୍ପ ଟିକେ ସୋରିଷ ତେଲ ନେବେ ଆଉ ଏହାକୁ ନିଜର ଆଇବ୍ରୋ ଉପରେ ଲଗାନ୍ତୁ ଆଉ କାନପାଟିରେ ପଛ ପଟ ଅଂଶରେ ଅଳ୍ପ ଟିକେ ସୋରିଷ ତେଲ ଲଗେଇ ଛାଡି ଦିଅନ୍ତୁ ଏମିତି ପ୍ରତି ଶନିବାର ୨ ରୁ ୩ ଥର କରନ୍ତୁ । ଦେଖିବେ ଆପଣଙ୍କୁ କେତେ ଶାନ୍ତି ମିଳିବ ।

୯-ଆପଣ ପ୍ରତିଦିନ ଶନି ଗଛରେ ସୋରିଷ ତେଲରେ ଦୀପ ଜାଳି ପୂଜା କଲେ ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଯେଉଁ ଘରେ ଶନି ଗଛ ଲଗାଯାଏ ତ କୌଣସି ଅଶୁଭ ଶକ୍ତିର ପ୍ରଭାବ ଘର ଉପରେ ପଡି ନଥାଏ । ଆଉ କେହି ବି ଯାଦୁ ମନ୍ତ୍ର କରିପାରି ନଥାଏ । ସବୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ । ଶତ୍ରୁଙ୍କ ଠାରୁ ମୁକ୍ତି ମିଳିଯାଇଥାଏ ।

୧୦- ଏହି ଗଛ ଲଗେଇବା ସମୟରେ ଧ୍ୟାନ ଦେବେ କି ଗଛ ପାଖରେ ନାଳ ନଥିବ । ଅପରିଷ୍କାର ନଥିବ ଅପରିଷ୍କାର ମାଟି ତାର ଆଖପାଖରେ ନଥିବ । ନଚେତ ସେ ବ୍ୟକ୍ତି ବର୍ବାଦ ହୋଇଯିବ । ଯେବେବି ଏହି ଗଛକୁ ଲଇବେତ ସେଥିରେ ଗୋବର ବାଲୀ ଭଲ ମାଟିରେ ହିଁ ଲଗେଇବେ । ଶନି ଗଛ ଆପଣ ନିଜ ବଗିଚାରେ ଲଗେଇ ପାରିବେ । ଏହାକୁ ଘରେ ଏମିତି ଲଗେଇବେ ଯେମିତି ଘରୁ ବାହାରିବା ସମୟରେ ଏହି ଗଛ ଆପଣଙ୍କ ଡାହାଣ ହାତ ଆଡ଼କୁ ରହିବ । ଆଉ ଏହି ଦିଗରେ ହିଁ ଏହି ଗଛକୁ ଲଗେଇବେ । ଏହି ଗଛକୁ ଛାତ ଉପରେ ବି ଲଗେଇ ପାରିବେ । ଛାତ ଉପରେ ଏହି ଗଛକୁ ଦକ୍ଷିଣ ଦିଗରେ ଲଗେଇବେ । ଯଦି ରଶ୍ମି ନ ପଡେ ତ ପୂର୍ବ କିମ୍ବା ଐଶ୍ଵଣ୍ୟ କୋଣରେ ଲଗେଇ ପାରିବେ ।

୧୧- ପୂଜାରେ ସୋରିଷ ତେଲ ଏବଂ ଅସ୍ତ ଗଛ ପାଖରେ ସୋରିଷ ତେଲର ଦୀପ ଜଳାଇବେ ତ ସର୍ବଦା ଏହି କଥାର ଧ୍ୟାନ ରଖିବେ ଯେ ସେଠାରେ ପୁରା ତେଲ ଦେଇ ଦେବେ ଘରକୁ ଫେରେଇ ଆଣିବେ ନାହିଁ ।

Leave a Reply

Your email address will not be published. Required fields are marked *