‘ଇଏ ଖାଲି ପବ୍ଲିସିଟି…ଶହ ଶହ କୋକୋ ଅଛନ୍ତି, ସମସ୍ତଙ୍କୁ ନେଇ’ ବନ ବିଭାଗ କୋକୋ ନେବା ପରେ କିଛି ଏମିତି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ତଳେ କଟକ ମଧୁସୂଦନ ନଗର ସ୍ଥିତ ସୁସ୍ମିତା ବେହେରା ନିଜ ଘରେ କୋକୋ ନାମକ ଏକ କଥା କୁହା ଶୁଆ ରଖିଥିଲେ । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ଏହି ଶୁଆଟି ନିଖୋଜ ହୋଇଯାଇଥିଲା । ଗତ ୧୨ ଦିନ ପରେ ଗତ କାଲି କୋକୋ ନିଜ ଘରକୁ ଫେରି ଥିଲା । ହେଲେ ଗତ କାଲି ଜଣା ପଡିଥିଲା କଟକ ମଧୁସୂଦନ ନଗର ସ୍ଥିତ ସୁସ୍ମିତାଙ୍କ ଘର ବଦଳରେ ଏବେ ନନ୍ଦନ କାନନରେ ରହିବ କୋକୋ ।

ଆଇନର କଥା କହି ଗତ କାଲି ଶୁଆକୁ ନେଇଯାଇଛି ବନ ବିଭାଗ । କୋକୋ ଯିବା ପରେ ସୁସ୍ମିତା ଓ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ତେବେ ବନ ବିଭାଗ ଶୁଆକୁ ନେଇଯିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଇନ ଆଗରେ ହାର ମାନି ସୁସ୍ମିତା ଅନିଛା ସତ୍ବେ ସେ ବନ ବିଭାଗକୁ ନିଜ ଶୁଆକୁ ହସ୍ତାନ୍ତର କରିଛନ୍ତି ।

୧୨ ଦିନ ପରେ କୋକୋ ପରିବାର ପାଖକୁ ଫେରିଥିଲା ହେଲେ ବନ୍ୟାପ୍ରାଣୀ ସୁରକ୍ଷା ଆଇନ ଅନୁସାରେ ଶୁଆକୁ ଘରେ ରଖିବା ବେଆଇନ ଦର୍ଶାଇ ବନ ବିଭାଗ କୋକୋକୁ ନେଇଯାଇଛି । ତେବେ ବନ୍ଧୁଗଣ ଏହି ମାମଲାକୁ ନେଇ ଏବେ କଂଗ୍ରେସ ନେତା ସୁର ରାଉତରାୟ ନିଜର ମୁହଁ ଖୋଲିଛନ୍ତି । ସୁର ଭାଇଙ୍କ କଥା ଶୁଣିଲେ ଆପଣ ମାନଙ୍କ ମୁହଁରୁ ହସ ବାହାରିଯିବ । ତା ହେଲେ ଆସନ୍ତୁ ଜାଣିବା ସୁର ଭାଇଙ୍କ କଥା ।

ସୁର ଭାଇଙ୍କ ମତରେ-‘ଏ ଗୋଟେ ଜାଣିଶୁଣି ପବ୍ଲିସିଟି କରୁଛନ୍ତି ତାକୁ ନନ୍ଦନ କାନନରେ ରଖିବାକୁ ଗୋଟେ ହାଉୱା ଏ ଗୋଟେ ଶୁଆଟି । ଏ କୋକୋ ଏମିତି କାହାର କଣ ସେ କରି ପକେଇବ, କାହାର କଣ ବୁହାଇ ନେଇଗଲା, କାହାର କଣ ବୋହିକି ରଖିବ ପୁରେଇକି ରଖିବ । ଗୋଟେ ବେକାର ଟାରେ ଗୋଟେ ପବ୍ଲିସିଟି । ତାକୁ ନେଇ ତମେ ରଖୁଛ ଏଇ ଭଳିଆ ଯୁଆଡେ ଦେଖିବ କୋଟି କୋଟି ଅଛନ୍ତି’ ।

ଆଗକୁ ସୁର ଭାଇ କହିଛନ୍ତି-‘ଶହ ଶହ ଅଛନ୍ତି ହଜାର ହଜାର ଅଛନ୍ତି କୋକୋ । ଏଇଟା ଗୋଟେ ଡ୍ରାମା ଗୋଟେ ପ୍ରହସନ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ଏହି ମାମଲା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ପ୍ରତିକ୍ରିୟାଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *