ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶବର ପାହାଡ ଭିତରୁ ଖୋଜି ଖୋଜି ପୁଅକୁ ପାଇଲେ ବାପା ! ତେବେ ବାହାନଗା ରେଳ ଦୁର୍ଘଟଣାରେ ଅନେକ ପରିବାର ନିଜ ନିଜ ଆତ୍ମୀୟ ସ୍ଵଜନଙ୍କୁ ହରାଇଛନ୍ତି । ବର୍ତ୍ତମାନ ସମୟରେ ଅନେକ ଲୋକଙ୍କର ରେଳ ଦୁର୍ଘଟଣାରେ ମୃ-ତ୍ୟୁ ଘଟିଥିବା ବେଳେ ଅନେକ ଏବେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ରହି କଷ୍ଟ ଭୋଗୁଛନ୍ତି । ତେବେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶୁବ ଗାଁର ଗୋବିନ୍ଦ ସାହୁ । ଗୋବିନ୍ଦ ପଶ୍ଚିମବଙ୍ଗରେ ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ ।
ଗୋବିନ୍ଦ ନିଜ କୁନି ଝିଅ ଅର୍ଥାତ ମାତ୍ର ଦେଢ ମାସର ଝିଅର ଦେହ ଅସୁସ୍ଥ ଥିବା ଶୁଣି ଘରକୁ ଫେରୁଥିଲେ । ହେଲେ ବାହାନଗା ବାଟରେ ଜଗିବସିଥିଲା ମୃ-ତ୍ୟୁ ର କରାଳ ରୂପ । ତେବେ ସେଠାରେ ଯେଉଁ ରେଳ ଦୁର୍ଘଟଣାଟି ଘଟିଲା । ସେଥିରେ ଗୋବିନ୍ଦଙ୍କର ମୃ-ତ୍ୟୁହୋଇଯାଇଥିଲେ । ଗୋବିନ୍ଦଙ୍କ ଘରେ ତାଙ୍କର ବୃଦ୍ଧ ବାପା, ମାଆ ଏବଂ ଗୋବିନ୍ଦ ସ୍ତ୍ରୀ ଓ କୁନି ଝିଅ ରୁହନ୍ତି । ତେବେ ପୁରା ପରିବାରର କଥା ଗୋବିନ୍ଦ ହିନ ଏକା ବୁଝୁଥିଲେ ।
ତେବେ ପୁଅ ଗୋବିନ୍ଦ ଘରକୁ ନଆସିବା ଦେଖି ବାହାନଗା ଦୁର୍ଘଟଣା ସ୍ତଳକୁ ବୃଦ୍ଧ ବାପା ନିଜ ପୁଅ ଗୋବିନ୍ଦକୁ ଖୋଜିବାକୁ ଯାଇଥିଲା । ସେଠାରେ ପୁଅକୁ ଖୋଜି ଖୋଜି ବୃଦ୍ଧ ବାପା ନୟାନ୍ତ ହୋଇପଡିଥିଲେ । ତେବେ ବହୁ ବହୁ କଷ୍ଟରେ କିନ୍ତୁ ଗଦା ଗଦା ଶବ ମଧ୍ୟରୁ ନିଜ ପୁଅ ଗୋବିନ୍ଦକୁ ବୃଦ୍ଧ ବାପା ଖୋଜି ପାଇଥିଲେ । ହେଲେ ଯେଉଁ ଗୋବିନ୍ଦକୁ ବୃଦ୍ଧବାପ ଜଣଙ୍କ ପାଇଥିଲେ । ସେତେବେଳକୁ ଗୋବିନ୍ଦ ଆଉ ଜୀବିତ ଅବସ୍ଥାରେ ନଥିଲା ।
ତେବେ ଏପରି ନିଜ ଭେଣ୍ଡିଆ ପୁଅର ମୃ-ତ୍ୟୁକୁ ଦେଖି ବୃଦ୍ଧ ବାପା ଜଣଙ୍କ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ । ଗୋବିନ୍ଦଙ୍କ ଘରେ ତାଙ୍କ ବାପା, ମାଆ ସମେତ ତାଙ୍କ ସ୍ତ୍ରୀ ମଧ୍ୟ ଏହି ଘଟଣାରେ ସଂପୂର୍ଣ୍ଣ ରୂପରେ ମର୍ମାହତ ହୋଇପଡିଛନ୍ତି । ଘରର ଏକମାତ୍ର ରୋଜଗାରିଆ ପୁଅକୁ ବୃଦ୍ଧ ବାପା ଜଣଙ୍କ ହରାଇଥିବାର ବାପାଙ୍କ ଆଖିରୁ ଏହି ଦୁଃଖରେ ଆଖି ଲୁହଭିଜା ହୋଇଯାଇଛି ।
ଖାଲି ଗୋବିନ୍ଦ କାହିଁକି ବାହାନଗା ଠାରେ ଘଟିଥିବା ଟ୍ରେନ ଟ୍ରାଯେଡିରେ ଅନେକ ପରିବାର ନିଜ ନିଜ ଘର ସଦସ୍ୟଙ୍କୁ ହରାଇ ବସିଛନ୍ତି । ଯେଉଁ କାରଣରୁ ସାରା ରାଜ୍ୟବ୍ୟାପୀ ଏଥିରେ ଜଡିତ ଲୋକମାନେ ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି ।