Rahul Rescue Update: ଶେଷ ପର୍ଯ୍ୟାୟରେ ପହଞ୍ଚିଛି Rahul ର ରେସ୍କ୍ୟୁ ଅପରେସନ୍, ଦେଖନ୍ତୁ ଏ ନେଇ କଣ କହିଲେ ODRF ଟୀମ ମେମ୍ବର, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାହୁଲ ଙ୍କୁ ଉଦ୍ଧାର କରିବା ନିମନ୍ତେ ପୁରୀ ରୁ ସ୍ଵତନ୍ତ୍ର ଟିମ ଯାଇଛନ୍ତି ସେମାନଙ୍କ କହିବା ଅନୁସାରେ ପ୍ରାଏ ସେମାନେ ପହଞ୍ଚି ଗଲେଣି ସେହି ଜାଗାକୁ ଯେଉଁଠାରେ ପିଲାଟି ରହିଅଛି । ସେ ଓପନିଂ ଟା ଖୋଲିଦେଲେ ସେହି ଭିତରୁ ରାହୁଲ କୁ ବାହାର କରିହେବ । ମାତ୍ର ଆଉ ୨ ଘଣ୍ଟା ଭିତରେ ସବୁ ହୋଇଯିବ ବୋଲି ଆଶା ରଖିଛନ୍ତି ଉଦ୍ଧାରକାରୀ ଟିମ । ପଥର ଗୁଡିକ ଅଧିକ ଥିବାରୁ ବିଳମ୍ବ ହେଲା କାରଣ ଯଦି ବହୁତ ଆଘାତ ଦେଇ ପଥରକୁ ଫଟାଇଥାନ୍ତୁ ତେବେ ରାହୁଲ ଙ୍କ ନିମନ୍ତେ ବିପତ୍ତି ହୋଇଥାନ୍ତା ।

ପଥରକୁ କାଟି ରାହୁଲ ଙ୍କ ନିକଟରେ ପହଞ୍ଚିବାକୁ ସମୟ ଲାଗୁଛି । ସେଥିରେ ଯଦି ଅଧିକ ରିସ୍କ ନେବେ ତେବେ ବାଇଚାନ୍ସ ପଥର ଧସିକି ଭିତରକୁ ପଳାଇଲେ ପିଲାଟି ଇନଯୋର୍ଡ ହୋଇଯିବ । ତେବେ ତାହାକୁ କଣ୍ଟ୍ରୋଲ କରି ଧୀରେ ଧୀରେ ଖୋଳି ରାହୁଲ ନିକଟରେ ପହଞ୍ଚିଗଲେଣି । ଖାଲି ଓପନିଂ କରି ବର୍ତ୍ତମାନ ବାହାର କରିବା ପରିସ୍ଥିତି ରେ ଆସିଗଲାଣି ରାହୁଲ ।

ସେହି ଭିତର ଏରିଆ ରେ ଅକ୍ସିଜେନ କମ ହୋଇଯିବ ବୋଲି ସେଠାକୁ ଅକ୍ସିଜେନ ଦିଆ ଯାଉଅଛି । ଖାଇବାକୁ କଦଳୀ ପାଣି ମଧ୍ୟ ଦିଆଯାଉଅଛି । ମାତ୍ର ଅନ୍ୟାନ୍ୟ ଜାଗାରେ ଏହିଭଳି ଓପନ ବୋରୱେଲ କରି ଛାଡି ଦେଉଛନ୍ତି ତଥା କୂଅ ମଧ୍ୟ ଏହିଭଳି ଖୋଳିକି ଛାଡିଦେଉଛନ୍ତି ଏହା ବହୁତ ବିପଦ ଜିନିଷ ବୋଲି କହିଛନ୍ତି ଓଡିଶା ରୁ ଛତିଶଗଡ ଯାଇଥିବା ଉଦ୍ଧାରକାରୀ ଟିମ ।

ତାଙ୍କୁ ସଙ୍ଗେ ସାଙ୍ଗେ ବନ୍ଧ କରିବା କଥା ଯେମିତିକି ଛୁଆପିଲା ଗାଈ ଗୋରୁ ପଡି ନଯିବେ । ମାତ୍ର ଏହା ରାହୁଲ ଙ୍କ ଘର ପଛପଟେ ହିଁ ହୋଇଗଲା ଏହିଭଳି କେସ । ଏଣୁ ସାବଧାନତା ର ସହିତ ଧ୍ୟାନ ଦେବାକୁ ପଡିବ । ଯେଉଁ ଗୁଡାକ ଆବଶ୍ୟକ ନାହିଁ ତାହାକୁ ଯଥାଶୀଘ୍ର କ୍ଳୋଜ କରିଦେବା ଆବଶ୍ୟକ । ତେବେ ରାହୁଲ ଙ୍କୁ ଉଦ୍ଧାର କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଙ୍କ ସମେତ ୩ ଟି ଟିମ ଲାଗିପଡିଛନ୍ତି ।

ରାହୁଲ ଙ୍କ ମା’ ବାପା ଙ୍କ ସମେତ ବନ୍ଧୁ ପରିବାର ଲୋକେ ଚାତକର ସହିତ ଚାହିଁବସିଛନ୍ତି ଯେ ରାହୁଲ କିଭଳି ବାହାରକୁ ଆସିବେ । ତେବେ ଉଦ୍ଧାରକାରୀ ଟିମ କହିଛନ୍ତି ଯେ ରାହୁଲ ୨ ଘଣ୍ଟା ମଧ୍ୟରେ ବାହାରକୁ ବାହାରି ଆସିବ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *