‘ଭାରି ବଦମାସ ବର୍ଷା..ବର୍ଷା ମୋ ମା ଠୁ ସାନ, ମାଉସୀ ବୟସର,ମୁଁ ଜାଣି ନଥିଲି ସେ…’ ଦେଖନ୍ତୁ ବର୍ଷାଙ୍କୁ ନେଇ କଣ କହୁଛନ୍ତି Tunguru, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଧରା ପଡିଛି ଟୁଙ୍ଗୁରୁର ଆଉ ଏକ କାରନାମା । କଥା କଥାରେ ମିଛ କହୁଛି ଟୁଙ୍ଗୁରୁ । କ୍ଯାମେରା ଆଗରେ କରୁଛି ମିଛ ଅଭିନୟ । ଆଉ କ୍ଯାମେରା ପଛରେ ବର୍ଷାକୁ ନିଜର କରିବ ବୋଲି ଦେଉଛି କଥା । ଯାହାର ଏକ ଅଡିଓ ବର୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବର୍ଷା ମିଛରେ କହୁଛନ୍ତି ଯେ ସେ ହାତ କାଟି ଦେଇଛନ୍ତି, ଯାହାର ପ୍ରତିକ୍ରିୟାରେ ଟୁଙ୍ଗୁରୁ ପୁରା ଟେନସନ୍ ।

ଟୁଙ୍ଗୁରୁ କହୁଛନ୍ତି ତୁ ହାତ ଯଦି କାଟିବୁ ମୁଁ ତୋ ପ୍ରାଣ ନେଇଯିବି । ତାପରେ ବର୍ଷା କହୁଛନ୍ତି ମୁଁ ଆଉ କାହା ପାଇଁ ବଞ୍ଚିବି, ତାଠାରୁ ଭଲ ମୁଁ ମରିଯିବି । ଏକଥା ଶୁଣି ଟୁଙ୍ଗୁରୁ କହୁଛନ୍ତି “ବର୍ଷା ତୁ ମୋ ପାଇଁ ବଞ୍ଚିବୁ । ମୁଁ ତତେ ନେଇ ଆସିବି ମୋ ପାଖକୁ । ତୁ ଟିକେ ଧର୍ଯ୍ଯ ରଖ । ମୁଁ ତୋ ତୋତେ କହିଛି ବାହା ହେବି ବୋଲି ତେବେ ଏମିତି କାହିଁକି ହେଉଛୁ । ” ତେବେ ଏଭଳି କଥାବାର୍ତ୍ତା ବେଶ୍ କିଛି ସମୟ ଧରି ଚାଲିଥିଲା ଉଭୟଙ୍କ ଭିତରେ ।

ତେବେ ନିକଟରେ ଏଭଳି କିଛି ଅଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି । ଆଉ ତାହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଟୁଙ୍ଗୁରୁ ଭୋଳ । ସେ କହିଛନ୍ତି କି “ସେ ଯେହେତୁ ଝିଅ ପିଲାଟା ଜିଦିରେ ଆସି କଣ କିଛି କରିନେବ କି କୁଆଡେ ହଜିଯିବ ମରିଯିବ । ସେଥିପାଇଁ ପୋଲିସ୍ ବାବୁ ମାନେ କହିଥିଲେ ମୋତେ କି କିଛି ସମୟ ବାହାର କରି ତାସହ ପ୍ରେମରେ ଏମିତି କଥା ହେବା ପାଇଁ” ।

ଆଉ ଟୁଙ୍ଗୁରୁ ଭୟଭୀତ ହୋଇ ଜବରଦସ୍ତି ବର୍ଷାଙ୍କ ସହିତ କଥା ହେଇଥିଲେ ତେବେ ସେ ମୋ ମା ଠୁ ସାନ ମୋ ମାଉସୀ ବୟସ ର ମୁଁ କାଇଁ ତାକୁ ଭଲ ପାଇବି । ତେବେ କିଏ କଣ କହୁଛି ତାହା ଉପରେ ବର୍ତ୍ତମାନ ସମସ୍ତେ ଦ୍ଵନ୍ଦ ରେ ଅଛନ୍ତି । ତେବେ ଟୁଙ୍ଗୁରୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ଆଣିଥିଲେ ବର୍ଷା । ଏପରିକି ସ୍ୱାମୀ ଓ ୨ ସନ୍ତାନଙ୍କୁ ଛାଡ଼ି ଟୁଙ୍ଗୁରୁଙ୍କୁ ବାହାହେବା ପାଇଁ ଭରତପୁର ଥାନାରେ ବସି ରହିଥିଲେ ଭାଉଜ ବର୍ଷା ।

ବର୍ଷାଙ୍କ ଘରେ କିଛିଦିନ ଧରି ରହିଥିଲେ ଟୁଙ୍ଗୁରୁ । ପରେ ପୋଲିସକୁ ମାମଲା ଯିବା ପରେ ପରସ୍ପର ପରସ୍ପରଙ୍କ ଉପରେ ଦୋଷ ଲଦାଲଦି ହୋଇଥିଲେ । ତେବେ ବର୍ତ୍ତମାନର ଏହି ଅଡିଓ ଭାଇରାଲ ହେବା ପରେ ବର୍ଷା ଟୁଙ୍ଗୁରୁଙ୍କ ଲଭ୍ ଷ୍ଟୋରି କେଉଁ ମୋଡ ନେଉଛି ଦେଖିବାକୁ ବାକି ରହିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *