ବନ୍ଧୁଗଣ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାଟି ଏବେ ସନ୍ଦେହ ଘେରରେ ରହିଛି । ରଶ୍ମିରେଖା ଆତ୍ମହତୟଆ କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତୟଆ ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଛନ୍ତି । ତେବେ ବନ୍ଧୁଗଣ ଏହି ମାମଲା ସହ ଜଡିତ ଅନେକ ନୂଆ ନୂଆ ଗୁମର ଏବେ ଖୋଲିବାରେ ଲାଗିଛି ।
ରଶ୍ମିରେଖା ନୟାପଲ୍ଲୀ ସ୍ଥିତ ଏକ ଭଡା ଘର ନେଇ ରହୁଥିଲେ ଆଉ ଏମିତି କି ସନ୍ତୋଷ ବି ସେହି ଘରେ ରହୁଥିଲେ । ଘର ମାଲିକଙ୍କ ପୁତୁରା ଏନେଇ ଗଣମାଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି । ତେବେ ଘର ମାଲିକଙ୍କ ପୁତୁରା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘କିଏ ରହୁଥିଲେ କଣ କରୁଥିଲେ ଆମେ ଜାଣିନୁ ଖାଲି ସନ୍ତୋଷ ପାତ୍ର ଆଉ ଗୋଟେ ଝିଅ ରହୁଥିଲେ ଏଇଟା ଆମ ଦାଦାଙ୍କ ଘର ।
ମୁଁ ଏଇଠି 9ଟା ବେଳେ ପହଞ୍ଚିଳି ପୋଲିସ ଏଇଠି ଥିଲେ । ଦେଖିଲା ବେଳୁ ଝିଅଟି ସୁସାଇଡ କରିଛି । ପୋଲିସର ପ୍ରେଜେଣ୍ଟରେ ଆମେ ଦେଖିଲୁ ଝିଅଟି ସୁସାଇଡ କରିଛି । ରାତିରେ ଶବ ବେବଛେଦ ପାଇଁ ପଠା ହେଲା ଏତିକି ଆମେ ଜାଣିଛୁ । ସେ ଝିଅ ଆଉ ସନ୍ତୋଷ ପାତ୍ର ରହୁଥିଲେ ଆମେ ଜାଣିବା ହିସାବରେ ସେମାନେ ସ୍ଵାମୀ-ସ୍ତ୍ରୀ ଥିଲେ । ଆଗେ ପୁଅ ଘର ନେଇଥିଲା ତା ପରେ ସେ ଝିଅ ଆସି ରହିଥିଲା ଆଉ ।
ସେମାନେ ସ୍ଵାମୀ-ସ୍ତ୍ରୀ ହେଇ ରହୁଥିଲେ । ସେ ଝିଅ ଏଇଠି ସାବିତ୍ରୀ ପୂଜା କରେ ଆମ ପରିବାର ସହ ଚଳେ । ସ୍ଵାମୀ-ସ୍ତ୍ରୀ ଭଳିଆ ଆମେ ତାଙ୍କୁ ଦେଖୁ ଆଉ ସେମାନେ ବି ସ୍ଵାମୀ-ସ୍ତ୍ରୀ ଭଳିଆ ଚଳନ୍ତି । ସେ ସବୁବେଳେ ସିନ୍ଦୁର ଆଉ ଚୁଡି ପିନ୍ଧେ ଆମେ ଦେଖିଛୁ । ବେବଫା ବେବାଫ ଗୀତ ଲଗାତାର ଲାଗିଥିଲା ଘଟଣା ଦିନ ଆଉ ପାୱାର ବେଙ୍କ ବି ଲାଗିଥିଲା ।
ସୁସାଇଡ ନୋଟ ବି ମିଳିଛି ହେଲେ ସେ ସୁସାଇଡ ନୋଟରେ କଣ ଲେଖା ହେଇଛି ତା ବିଷୟରେ ମୁଁ କିଛି ଜାଣିନି । ସେ ଘର ପୋଲିସ ସିଜ କରିଦେଇଛନ୍ତି ତା ଭିତରେ କଣ ଅଛି ଆମେ ଜାଣିନୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଘର ମାଲିକର ପୁତୁରା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।