“ସେମାନେ ଚାହୁଁଥିଲେ ମୁଁ ସରକାରୀ ଚାକିରୀ କରେ, ହେଲେ ଡ୍ୟାନ୍ସ କରିବା ହେଉଛି ମୋର ନିଶା Juli kar

ସେମାନେ ଚାହୁଁଥିଲେ ମୁଁ ସରକାରୀ ଚାକିରୀଟିଏ କରେ, ହେଲେ ନାଚିବା ମୋର ନିଶା ଥିଲା । ତେବେ ଭିନ୍ନକ୍ଷମ ହେଲେ ମଧ୍ୟ ସେ ନିଜ ଦକ୍ଷତା ବଳରେ ଜୀବନକୁ ସଫଳ କରିବାରେ ସକ୍ଷମ ହୋଇପାରିଛନ୍ତି । ହଁ ଆଜ୍ଞା ଏଠାରେ ଆମେ ଜୁଲି କରଙ୍କ ବିଷୟରେ କହୁଛୁ । ଯାହାଙ୍କୁ ଆପଣ ସୋସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସ ପାଇଁ ବହୁତ ସାରା ଭଲ ପାଇବା ଆଡେଇଆସିଛନ୍ତି । ତେବେ ଜୁଲି ଗଣ ମାଧ୍ୟମ ସାମ୍ନାରେ ନିଜର ଲାଇଫ ଷ୍ଟୋରି ଉପରେ ପ୍ରତିକ୍ରିୟା ରଖିଛନ୍ତି ।

ଜୁଲି କହିଛନ୍ତି । ଯେ ଛୋଟ ବେଳୁ ମୋର ପାଠ ପଢାରେ ବହୁତ ଧ୍ୟାନ ଥିଲା । ତାପରେ ମୋ ମା’ ମୋତେ ଛାଡି ଆରପାରକୁ ଚାଲିଯାଇଥିଲେ । ବାପା ମଧ୍ୟ ମୋତେ ଗ୍ରହଣ କରିବାକୁ ପସନ୍ଦ ନଥିଲେ । ତାପରେ ମୁଁ ମାମୁଁ ଘରେ ରହି ପାଠ ପଢୁଥିଲି । ପଥ ପଢିବା ସହ ଡ୍ୟାନ୍ସ କରିବାର ମଧ୍ୟ ମୋତେ ନିଶା ଥିଲା । ହେଲେ ସେମାନେ ଚାହୁଁଥିଲେ କି ମୁଁ ଗୋଟେ ସରକାରୀ ଚାକିରୀ କରେ । ହେଲେ ଯେତେ ଯାହା କଲେ ବି ଡ୍ୟାନ୍ସ କରିବା ପ୍ରତି ମୋର ଯେଉଁ ନିଶା ଥିଲା ।

ମୁଁ ଡ୍ୟାନ୍ସକୁ ଛାଡିକି ରହିପାରେନା । ତାପରେ ମୁଁ ବହୁତ ଅଡିସନ ଦେଇଛି । ରାଷ୍ଟ୍ରପତି ଭବନରୁ ଥରେ ଡ୍ୟାନ୍ସ କରିବାର ମୋତେ ଅଫର ଆସିଥିଲା । ତାପରେ ସୋସିଆଲ ମିଡିଆରେ ଯେତେବେଳେ ମୁଁ ଡ୍ୟାନ୍ସ ଭିଡିଓ କରି ଛାଡିଲି । ସେତେବେଳେ ଲୋକଙ୍କର ମୋତେ ବହୁତ ସପର୍ଟ ମିଳିଥିଲା । ଯାହାଙ୍କ ଭଲ ପାଇବା ପାଇଁ ମୁଁ ଆଜି ଏଠାରେ ଅଛି । ଲୋକମାନେ ମୋତେ ମୋ ଡ୍ୟାନ୍ସ ପାଇଁ ଜାଣୁଛନ୍ତି ।

ଯାହାକୁ ଦେଖି ବହୁତ ଖୁସି ଲାଗେ ସତ ହେଲେ ବେଳେବେଳେ ମୁଁ ବି ଭାବେ ମୁଁ ବି ସମସ୍ତଙ୍କ ପରି ସାଧାରଣ ମଣିଷତେ ହେଇପାରିଥାନ୍ତି । ହେଲେ ଜନ୍ମରୁ ହିଁ ମୁଁ ଭିନ୍ନକ୍ଷମ ଥିଲି । ମନରେ କେବେକେବେ ଦୁଃଖ ଆସିଲେ ବି ତଥାପି ମୋ ଜୀବନରେ ଏତେ ସବୁ ଷ୍ଟ୍ରଗଲ ପରେ ବି ମୁଁ ହାରିଯାଇ ନଥିଲି । ମୁଁ ମୋର ପରିଶ୍ରମ କରି ଚାଲିଛି ଲୋକଙ୍କର ସପର୍ଟ ଓ ଭଲ ପାଇବା ଥିଲେ ମୁଁ ଲାଇଫରେ ବହୁତ ଉନ୍ନତି କରିପାରିବି । ଖବରର ଅପଡେଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *