ଜୁନ 2 ଟ୍ରେନ ଦୁର୍ଘଟଣାର ଦିନ । ହଁ ଆଜ୍ଞା ଠିକ ବର୍ଷ ପୂର୍ବେ ଜୁନ 2 ତାରିଖ ଦିନ ବାହାନଗା ଠାରେ ଘଟିଯାଇଥିଲା ବହୁତ ବଡ ରେଳ ଦୁର୍ଘଟଣା । ଯାହା ସାରା ଭାରତକୁ ଦୋହଲାଇ ଦେଇଥିଲା । ସେହି କାଳ ରାତ୍ରୀର କଥା ମନେ ପଡିଲେ ଆଜି ମଧ୍ୟ ଲୋମଟାଙ୍କୁରୀ ଉଠେ । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ସାରା ଦେଶର ଛାତିକୁ ଦୋହଲାଇ ଦେଇଥିଲା । ତେବେ ଗତକାଲି ଅର୍ଥାତ ଅର୍ଥାତ 2024 ଜୁନ 2 ତାରିଖରେ ପୁଣି ଘଟିଛି ଏକ ବହୁତ ବଡ ରେଳ ଦୁର୍ଘଟଣା ।
ତେବେ ପଞ୍ଜାବର ଫତେଗଡ ଠାରେ ବାହାନଗା ଭଳି ଆଉ ଏକ ଟ୍ରେନ ଦୁର୍ଘଟଣା ଘଟିଯାଇଛି । ଗତକାଲି ରବିବାର ସମୟ ଭୋର 4 ଟା ପାଖାପାଖି ସମୟରେ ଦୁଇଟି ମାଲବାହୀ ଟ୍ରେନ ଓ ଗୋଟିଏ ପାସେଞ୍ଜର ଟ୍ରେନ ମଧ୍ୟ ଦୁର୍ଘଟଣା ଘଟିଛି । ଦୁଇ ଟି କୋଇଲା ବୋଝେଇ ମାଲବାହୀ ଟ୍ରେନ ଟ୍ରକରେ ଛିଡା ହୋଇଥିବା ବେଳେ ଗୋଟିଏ ଅନ୍ୟ ପଟକୁ ଜୋରରେ ଧକ୍କା ଦେବ ପରେ ତା’ ଉପରେ ଚଢି ଯାଇଥିଲା । ଏହି ସମୟରେ ଅମ୍ବାଲାରୁ ଯାଉଥିବା ପାସେଞ୍ଜର ଟ୍ରେନ ଉପରେ ମାଲଗାଡି ଇଞ୍ଜିନ ଓଲଟି ପଡି ଚାପି ହୋଇଯାଇଥିଲା ।
ଦୁର୍ଘଟଣା ପରେ ଯାତ୍ରୀ ଭୟରେ ଚିତ୍କାର କରୁଥିବା ବେଳେ ଦୁର୍ଘଟଣାରେ ବିଶେଷ କାହାର କିଛି ହୋଇନଥିଲା । ତେବେ ବହୁତ ବଡ ଦୁର୍ଘଟଣାରୁ ଅଳ୍ପକେ କିନ୍ତୁ ବଞ୍ଚି ଯାଇଛନ୍ତି । ତେବେ ଏହି ରେଳ ଦୁର୍ଘଟଣାରେ କେବଳ 2 ଲୋକ ପାଇଲଟ ହିଁ ଆହତ ହୋଇଛନ୍ତି । ତେବେ ଗତ ବର୍ଷ ଜୁନ 2 ତାରିଖର ବାହାନଗା ଟ୍ରେନ ଦୁର୍ଘଟଣା ଓ ଚଳିତ ବର୍ଷ ଜୁନ 2 ତାରିଖର ପଞ୍ଜାବ ଫତେଗଡ ଟ୍ରେନ ଦୁର୍ଘଟଣାରେ ସ୍ଥାନ ଓ ସମୟ ଅଲଗା ଥିଲେ ମଧ୍ୟ ତାରିଖ ମାସ କିନ୍ତୁ ସମାନ ରହିଥିଲା ।
ତେଣୁ ଏହି ଜୁନ 2 ତାରିଖକୁ ଅନେକ ଲୋକ ଟ୍ରେନ ଦୁର୍ଘଟଣାର ତାରିଖ ବୋଲି କହୁଛନ୍ତି । ଆଉ କେହି କେହି ଏହି ଦିନକୁ ଟ୍ରେନ ପାଇଁ ଅଶୁଭ ବାର ବୋଲି ମଧ୍ୟ କହୁଛନ୍ତି । ତେଣୁ ଏହି ତାରିଖ କଥା ଶୁଣିଲେ ମାତ୍ରେ ଲୋକଙ୍କ ମନରେ ଏକ ଭୟର ଭାବନା ଖେଳି ଯାଉଛି । କାରଣ ବାହାନଗା ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣା କଥା ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭିନାହିଁ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।