ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଶାର ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବିଷୟରେ ଅନେକ କଥା ଜାଣିଥିବେ । ତେବେ ଗତ କାଲି ବିଜୁ ଜୟନ୍ତୀ ଥିଲା ଆଉ ଅନେକ ସ୍ଥାନରେ ବିଜୁ ଜୟନ୍ତୀ ପାଳନ ହୋଇଥିଲା । ସମସ୍ତେ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇ ଥିଲେ କାରଣ ଓଡିଶା ଆଜି ଯେଉଁ ବିକାଶ ଦିଗରେ ଗତି କରୁଛି ସେଥିରେ ବିଜୁ ପଟ୍ଟନାୟକଙ୍କର ବହୁତ ବଡ ଭୂମିକା ରହିଛି ।
ତେବେ ବନ୍ଧୁଗଣ ଗତ କାଲି ବିଜୁ ଜୟନ୍ତୀ ଅବସରରେ ଡାକୋଟା ବିମାନ ଉଦ୍ଘାଟିତ ହୋଇଥିଲା । ଆଉ ଏହାରି ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ଜଣେ ସମ୍ପର୍କୀୟ ମହିଳା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବକ୍ତବ୍ୟ ଦେଇଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ମହିଳାଙ୍କ ନାମ ହେଲା ମୀରା ନାୟକ । ସେ ଗଣମାଧ୍ୟମ ଆଗରେ କହିଛନ୍ତି-‘ମାନ୍ୟବର ବିଜୁ ପଟ୍ଟନାୟକ ହେଉଛନ୍ତି ମୋ ବାପାଙ୍କର ଭାଇ ଆଉ ମୋ ବାପା ଏବେ ଗଲେ ସେ ଆଗରୁ ଚାଲି ଯାଇଛନ୍ତି ସେଥିପାଇଁ ମୁଁ ଭାରି ଦୁଃଖିତ । ମୁଁ ଆଜି ଆସିଲି ମତେ ଡକା ବି ଯାଇଥିଲା କିନ୍ତୁ ମୁଁ କେବେ କହିନି ମୁଁ କଳିଙ୍ଗଟିସର । ଆମେ ସ୍କୁଲ ଚଲାଉଛୁ ଭାବୁଛି ନବୀନ ପଟ୍ଟନାୟକଙ୍କୁ ଡାକିବି କେବେ ସ୍କୁଲ ଦେଖେଇବାକୁ ।
ମୁଁ ଏତିକି କହୁଛି ବିଜୁ ବାବୁ ଦେଶ ପାଇଁ ଯେତିକି କରିଥିଲେ ତାଙ୍କ ପୁଅ ଆହୁରି ବହୁତ ବଢେଇ ଦେଇଛନ୍ତି । ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ତ ମୁଁ କୋଟି କୋଟି ଧନ୍ୟବାଦ ଦେବି ସେ ତାଙ୍କ ବାପାଙ୍କ ସବୁ ସ୍ଵପ୍ନ ପୂରଣ କରିଛନ୍ତି । ଥରେ ୟୁନିୟନ ବାଲା କଥା ହେଇ ଥିଲେ ତାଙ୍କୁ ବାଡେଇବେ ମୁଁ ଗୋଟେ ଘଟଣା କହୁଛି । ତେଣୁ ୟୁନିୟର ଉପରେ ରାତି 12 ଟାରେ ମୁଁ ଘରୁ ଲୁଚିକି ଯାଇ ବସିଥିଲି ।
ଆଉ ହାତରେ ସେତେବେଳେ ବଡ ବଡ ମାଙ୍କଡା ପଥର ଧରିଥାଏ । ଯେତେବେଳେ ସମସ୍ତେ ଆସିଲେ ବିଜୁ ପଟ୍ଟନାୟକଙ୍କୁ ମାରିବାକୁ ମୁଁ ଗୋଟେ ମାଙ୍କଡା ପଥର ପକେଇଲି ଉପରୁ ସେମାନେ ଜାଣି ପାରିଲେନି । ମୁଁ ପୁଣି ଲୁଚି ଗଲି ତା ପରେ ମୋ ବାପା ଆଉ ଅନ୍ୟ ସବୁ ଆସିଲେ ତାଙ୍କୁ ନେଲେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।