‘ମୁଁ ତାକୁ ବହୁତ ବୁଝେଇଥିଲି, ହେଲେ ସେ ମୋ ଫଟୋ ଦେଖି ପୁରା ଫସିଗଲା…’ ଫେସବୁକ ପ୍ରେମ ପରେ ବିବାହ, ଚଉଠି ରାତିରେ ଜାଣିଲେ ବୋହୂ ବେଶରେ ଯୁବକ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ବିବାହ କୁ ନେଇ ଅନେକ ଅଜବ ଅଜବ ଘଟଣା ମାନ ଦେଖିବାକୁ ମିଳୁଛି । ତେବେ ହାତରେ ମେହେନ୍ଦି, ମୁଣ୍ଡରେ ସୁନ୍ଦର । ନୂଆ କରି ସଂସାର ବାନ୍ଧିବାକୁ ବଳିଛି ମନ । ନୂଆ ବୋହୂ ସାଜି ଆସିଥିବା ପରିବାର ମଧ୍ୟରେ ଖୁସିର ମାହୋଲ । ଫେସବୁକରେ ପ୍ରେମ କରି ବୋହୂ ହୋଇ ଯାଇଥିବା ମେଘନାର ସକାଳର ସ୍ୱପ୍ନ ସନ୍ଧ୍ୟାରେ ଭାଙ୍ଗିରୁଜି ଚୁନମାର ହୋଇ ଯାଇଛି, କେନ୍ଦ୍ରାପଡାର ଝିଅ ମେଘନାର ।

ଧରା ପଡିଯିବା ପରେ ସବୁ ଓଲଟ ପାଲଟ ହୋଇ ଯାଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବାସୁଦେବ ପୁର ବ୍ଲକର କଶିଆ ଅଞ୍ଚଳରେ । କୋଲକାତା ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଆଲୋକ କୁମାର ମିସ୍ତ୍ରୀଙ୍କ ଘର ।   ତେବେ ଫେସବୁକରେ ଓଡ଼ିଶାର କେନ୍ଦ୍ରାପଡାର ଜମ୍ବୁ ମେରାଇନ ରାମନଗର ଅଞ୍ଚଳର ମେଘନା ମଣ୍ଡଳଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିଛିଦିନର ସମ୍ପର୍କ ବିବାହର ରୂପ ନେଲା ।

ମେଘନା ଜଣେ ପୁଅ ପିଲା । କିନ୍ତୁ ଚୁଟି ଛାଡି ନିଜକୁ ଝିଅ ବେଶରେ ସଜେଇ ହୋଇ ଫ୍ରେସବୁକ୍ ପ୍ରେମକୁ ଅଧିକ ଆକର୍ଷିତ କରିଥିଲେ । ଫେସବୁକର ପ୍ରେମ ବିବାହର ରୂପ ନେଲା । ଉଭୟଙ୍କ କଥା ଅନୁସାରେ ଆଲୋକ ଚଣ୍ଡିଖୋଲରେ ମେଘନାକୁ ଅପେକ୍ଷା କରି ବସିଥିଲେ । ତେବେ ଆଲୋକର ମାମୁଁଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବ ପୁର ବ୍ଲକର ବିନୋବା ଭାବେ ନଗର ଅଞ୍ଚଳର । ଦୁହିଁଙ୍କର ମୁହାଁମୁହିଁ ଭେଟ ହୋଇଥିଲା ଚଣ୍ଡିଖୋଲରେ ।

ପ୍ରେମୀଯୁଗଳ ପହଞ୍ଚି ଥିଲେ ମାମୁଁ ଘରେ । ଦୁହିଁଙ୍କୁ ପାଛୋଟି ନେଇଥିଲେ । ମେଘନା ବୋହୂ ବେଶରେ ସଜେଇ ହୋଇଛି । ଦେଖିବା ପାଇଁ ଲମ୍ବା ଲାଇନ ଲାଗିଲା ଆଖପାଖ ପଡୋଶୀଙ୍କ । ସନ୍ଧ୍ୟାର ଭୋଜି ଭାତ ଆୟୋଜିତ ହେଲା । ଗ୍ରାମର ଲୋକମାନେ ବର କନ୍ୟାକୁ ଆର୍ଶୀବାଦ କରିବାକୁ ଗଲେ । ସେହି ଗ୍ରାମର ଜଣେ ମହିଳା ମେଘନାକୁ ଦେଖି ମନରେ ସନ୍ଦେହ ହେଲା । ପଚାରିବାରୁ ମେଘନା କଥାକୁ ଏଡାଇ ଦେଇଥିଲା ।

ତେବେ ମେଘନା ଝିଅ ନୁହେଁ ପୁଅ ବୋଲି କହିଥିଲେ । ହେଲେ ମହିଳା ଜଣଙ୍କ ନିଜ ବାପ ଘରକୁ ଫୋନ କରିବାରୁ ମେଘନାଦ ନାହିଁ ବୋଲି ଜାଣିବାକୁ ପାଇଥିଲେ । ତାପରେ ହସ ଖୁସିର ଭୋଜି ମଉଜ ଉଭେଇ ଯାଇଥିଲା । ସକାଳେ ମେଘନାଦର ପରିବାର ଲୋକଙ୍କୁ ଡକାଇ ଥିଲେ । ମେଘନାଦ ଡ୍ରେସ ଖୋଲିବା ପରେ ଘଟଣା ପଦାକୁ ଆସିଲା । ଗ୍ରାମର ଯୁବକ ଏକତ୍ରୀତ ହୋଇ ଚୁଟି କାଟିବା ସହିତ ମାରପିଟ କରିଥିଲେ ।

ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ମେଘନାଦକୁ ପୋଲିସରେ ନଦେଇ ତାଙ୍କର ପରିବାର ଲୋକଙ୍କ ସହିତ ଛାଡିଦେଲେ ଗ୍ରାମବାସୀ । ତେବେ ମେଘନାଦ ଙ୍କ କହିବା କଥା କି ସେ ପୁଅ ଫେସବୁକରେ ମୋ ଫୋଟୋ ଦେଖି ପାଗଳ ହୋଇ ଯାଇଥିଲା ଆଉ ମୋତେ ନମ୍ବର ମାଗିଲା ଏବଂ ବାହା ହେବାକୁ କହିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *