ନମସ୍କାର ବନ୍ଧୁଗଣ ତେବେ ଭୁବନେଶ୍ୱର ରୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା ଆଉ ପାଦେ ଆଗେଇଛି ପୋଲିସ । ଏହି ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଥମେ ଅର୍ଚ୍ଚନା ନାଗଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । ଅକ୍ଟୋବର ୨ ତାରିଖରେ ଖଣ୍ଡଗିରି ଥାନାରେ ଏହି ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ଅନୁଯାୟୀ, ଅର୍ଚ୍ଚନା ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଫଟୋ ରଖି ବ୍ଲାକ୍ମେଲ କରୁଥିଲେ ।
ଅର୍ଚ୍ଚନାଙ୍କ ନାଁରେ ୪୯୬//୨୨ରେ କେସ୍ ରୁଜୁ ହୋଇଛି । ୩୮୭, ୪୨୦, ୫୦୬ ଓ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ଡିସିପି । ତେବେ ଡିସିପି ଆହୁରି ସୂଚନା ଦେଇଛନ୍ତି ଯେ, ଅର୍ଚ୍ଚନା ପ୍ରଥମେ ବନ୍ଧୁତ୍ୱ ବଢାଉଥିଲେ । ଆଉ ତାଙ୍କ ସହ ବ୍ୟକ୍ତିଗତ ଫଟୋ ଉଠାଉଥିଲେ । ପରେ ସେହି ଫଟୋକୁ ନେଇ ବ୍ଲାକମେଲ କରୁଥିଲେ ।
ଅର୍ଚ୍ଚନାଙ୍କ ଘରୁ ପେନ୍ଡ୍ରାଇଭ୍, ଲାପ୍ଟପ୍, ବ୍ୟାଙ୍କ ପାସ୍ବୁକ୍ ଜବତ ହୋଇଛି । ଅର୍ଚ୍ଚନାଙ୍କ ବ୍ୟାଙ୍କ କାରବାରକୁ ନେଇ ତନ୍ନ ତନ୍ନ କରି ତଦନ୍ତ କରାଯିବ । ବ୍ୟାଙ୍କ କାରବାର ସଂପର୍କିତ ତଥ୍ୟ ଆରବିଆଇ କୁ ମଗା ଯାଇଛି । କେଉଁମାନେ ବ୍ଲାକମେଲର ଶିକାର ହୋଇଛନ୍ତି ସେନେଇ ମଧ୍ୟ ତଦନ୍ତ ହେଉଛି । ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ହାଜର ହେବା ଲାଗି ମଧ୍ୟ ନୋଟିସ୍ ହୋଇଛି ।
ତେବେ ସେପଟେ ଏହି ଅର୍ଚ୍ଚନା ନାଗ୍ଙ୍କ ଅନେକ ନେତା-ମନ୍ତ୍ରୀଙ୍କ ସହ ଭଲ ଲିଙ୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଏମିତି ଅନେକ ଫଟୋ ମଧ୍ୟ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ସେହିଭଳି ଏକ ଫଟୋରେ ସଂପୃକ୍ତ ମହିଳାଙ୍କ ସହିତ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ରହିଛନ୍ତି । ଗୋଟିଏ ଫଟୋରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ଉଭୟେ ଅଛନ୍ତି ।
ସେହିପରି ଆଉ ଏକ ଫଟୋରେ କେବଳ ଜଗବନ୍ଧୁଙ୍କ ସହିତ ସୂର୍ଯ୍ୟ ପାତ୍ର ଓ ମନ୍ମଥ ରାଉତରାୟ ରହିଛନ୍ତି । ପୋଲିସ୍ ସୂଚନା ଅନୁସାରେ ଅର୍ଚ୍ଚନା ନାଗ ଓ ତାଙ୍କ ଫେରାର୍ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଭୁବନେଶ୍ୱରର ସତ୍ୟବିହାର ଅଂଚଳରେ ୨୦୨୧ ଜାନୁଆରୀ ମାସରେ ଏକ ଆଲିଶାନ୍ ଘରର ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲେ । ତତ୍କାଳୀନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଫିତା କାଟିଥିବା ଫଟୋ ପଦାକୁ ଆସିଛି ।
କେବଳ ସେତିକି ନୁହେଁ, ଜଗବନ୍ଧୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନାଙ୍କ ସହ ବିଜେଡିର ଅନେକ ବରିଷ୍ଠ ବିଧାୟକଙ୍କ ଘନିଷ୍ଠତା ରହିଥିଲା । ସୂର୍ଯ୍ୟ ପାତ୍ର ବାଚସ୍ପତି ଥିବାବେଳେ ବିଧାନସଭା ବାଚସ୍ପତିଙ୍କ ଚାମ୍ବରକୁ ମଧ୍ୟ ଏହି ପତି-ପତ୍ନୀ ଯାଇଥିବାର ଫଟୋଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ପ୍ରାୟ ସବୁ ଘଟଣା ଉପରେ ସୁର ରାଉତରାୟ ନିଜର ନିର୍ଭିକ ମତ ଦେଇଥାନ୍ତି । ଆଉ ଅସୁବିଧା ସମୟରେ ଲୋକମାନଙ୍କୁ ବହୁତ ସାହାଯ୍ୟ କରିଥାନ୍ତି । ସେଥିପାଇଁ ଲୋକମାନେ ତାଙ୍କୁ ବହୁତ ବିଶ୍ଵାସ ଓ ଭରସା କରନ୍ତି । ବହୁ ଲୋକ ତାଙ୍କୁ ନିଜର ଦୁଃଖ ଜଣାନ୍ତି ।
ତେବେ ବର୍ତ୍ତମାନ ସମୟରେ ସୁର ରାଉତରାୟଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆର ଭାଇରାଲ ହେଉଛି । ଏହି ଭିଡିଓ ରେ ସୁର ରାଉତରାୟ କହିଛନ୍ତି କି ଯେଉଁ ବିଧାୟକ କିମ୍ବା ମନ୍ତ୍ରୀ ନେତା ସବୁ ସାମିଲ ଅଛନ୍ତି ସେହି ମାନଂକୁ କଡା ରୁ କଡା ଦଣ୍ଡ ମିଳାଯାଉ ଏବଂ ଏମିତି କିଛି ଶାସ୍ତି ମିଳୁ ଯେପରି ସେମାନେ ଆଉ ଏପରି କାମ କରିବେ ନାହିଁ । ତେବେ ନବୀନ ପଟ୍ଟନାୟକ ତାଙ୍କୁ ଦଣ୍ଡ ଦେବା ଆବଶ୍ୟକ ଅଟେ । ତେବେ ଶେଷରେ ସେ କହିଛନ୍ତି କି ତୁମେ ବିଧାୟକ ଭଗବାନ ନୁହେଁ ତୁମେ ଭୁଲ କଲେ ଦଣ୍ଡ ମିଳିବା ଉଚିତ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।