‘ସେ ଭାବୁଛନ୍ତି ତାଙ୍କର କେହି କିଛି କରିପାରିବେନି, ମୁଁ ମରିଯିବି ପଛେ କିନ୍ତୁ ପଛ ଘୁଞ୍ଚା ଦେବିନି’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଗଞ୍ଜାମରେ ତପସ୍ୱିନୀଙ୍କୁ ଛାଡ଼ି ସ୍ୱାମୀ ସୁମିତ ଚାଲିଯିବା ଘଟଣା । ପୁଣି ଭିଡିଓ ଜାରି କରି ଦୁଃଖ ପ୍ରକାଶ କଲେ ତପସ୍ୱିନୀ । ପାଖରେ ପଇସା ନଥିବା କଥା ଅଭିଯୋଗ କଲେ ତପସ୍ନିନୀ । ମେଡିକାଲରୁ ୪ ଦିନ ଛୁଟି ନେଇ ସୁମିତ ମୋବାଇଲ ବନ୍ଦ କରିଥିବା ଅଭିଯୋଗ ଆଣିଛନ୍ତି ତପସ୍ୱିନୀ । ସ୍ୱାମୀ ସୁମିତଙ୍କୁ ତାଙ୍କ ସାଙ୍ଗମାନେ ଫେରାର୍ କରି ନେଇଯାଇଥିବା ତପସ୍ୱିନୀ କହିଛନ୍ତି । ମୋ ସହ ବଡ଼ ଷଡଯନ୍ତ୍ର ହୋଇଛି ।

ମୋତେ ମାରିଦେଲେ ବି ମୁଁ ନ୍ୟାୟ ପାଇଁ ଲଢ଼ିବି ବୋଲି କହିଛନ୍ତି ତପସ୍ୱିନୀ । ତେବେ ଗତକାଲି ତପସ୍ୱିନୀ ଏବଂ ସୁମିତ ଙ୍କ କ୍ଷେତ୍ରରେ ଭିନ୍ନ ମୋଡ଼ ଆସିଛି । ତପସ୍ୱିନୀ ଛାଡ଼ି ସୁମିତ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଥିଲେ ତପସ୍ୱିନୀ । ମେଡ଼ିକାଲରୁ ତପସ୍ୱିନୀ ବୁଝିଲେ,ସ୍ୱାମୀ କିଛି ଦିନ ପାଇଁ ଛୁଟି ପକେଇ କୁଆଡେ ଯାଇଛନ୍ତି । ସ୍ତ୍ରୀକୁ ଭଡାଘରେ ରଖି ସ୍ତ୍ରୀର ଯାବତୀୟ ଖର୍ଚ୍ଚକୁ ବହନ କରିବାକୁ ସ୍ୱାମୀ ସୁମିତକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ବର୍ତ୍ତମାନ ତପସ୍ୱିନୀ ଆସିକା ଚିନିକଳ ଆଇବି ରେ ଏକା ଅଛନ୍ତି । ତେବେ କୋର୍ଟଙ୍କ ନୂଆ ଆଦେଶ ଅନୁସାରେ ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ତପସ୍ୱିନୀ ଏବଂ ସୁମିତ ନିଜେ ଭଡାଘରେ ରହିବେ । କେସ ସରିଲା ଯାଏଁ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ । ପୋଲିସ ଏବଂ ପ୍ରୋଟେକ୍ସନ ଅଫିସର ସାପ୍ତାହିକ ରିପୋର୍ଟ ଦେବେ SDJM କୋର୍ଟଙ୍କ ନିକଟରେ । ଦୁହେଁ ଅନ୍ୟମାନଙ୍କ ସହ ମିଶିପାରିବେ ।

ବର୍ତ୍ତମାନ ପୋଲିସ ପକ୍ଷରୁ ପ୍ରୋଟେକ୍ସନକୁ କାଟିଦିଆଯାଇଛି । ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶରେ ଉଭୟଙ୍କୁ ଭଡା ଘରେ ରଖିବାକୁ ଆସିକା ପୋଲିସ୍ ଉଦ୍ୟମ କରିଥିଲା । କିନ୍ତୁ ଭଡା ଘର ତୁରନ୍ତ ନ ମିଳିବା ଯୋଗୁଁ ଉଭୟ ସ୍ୱାମୀ ସୁମିତ ଏବଂ ସ୍ତ୍ରୀ ତପସ୍ବିନୀଙ୍କୁ ଆସିକା ଚିନିକଳ ଅତିଥି ଭବନରେ  ୭ ଦିନ ରହିଥିଲେ ।

ସେପଟେ ସୁମିତଙ୍କ ଓକିଲ ସୁମିତ ଫେରାର ହେବା ଘଟଣାକୁ ଖଣ୍ଡନ କରିଛନ୍ତି । କହିଛନ୍ତି ସୁମିତ ଫେରାର ହୋଇନାହାନ୍ତି । ସୁମିତ ଏବେ ବାଲିଶରାରେ ଅଛନ୍ତି । ତାଙ୍କ ଦେହ ଖରାପ ଯୋଗୁଁ ସେ ୫ ଦିନ ଛୁଟିରେ ଅଛନ୍ତି । ତେବେ ଏହି ଖବର ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *