School ଟାଇମ ରେ କିଛି ଏମିତି ଦେଖା ଯାଉଥିଲେ ମିସ ୟୁନିଭର୍ସ Harnaaz Sandhu, ଦେଖନ୍ତୁ ପିଲା ଦିନଠାରୁ ନେଇ ଏ ପର୍ଯ୍ୟନ୍ତ ର photo

ବନ୍ଧୁଗଣ ୭୦ତମ ମିସ ୟୁନିଭର୍ସ ପ୍ରତିଯୋଗୀତାରେ ଅଲଗା ଅଲଗା ରାଉନରେ ୮୦ ଦେଶର ସୁନ୍ଦରୀ ମାନଙ୍କୁ ପଛରେ ପକାଇ ମିସ ୟୁନିଭର୍ସ ୨୦୨୧ର ଟାଇଟେଲ ଜିତି ଛନ୍ତି ଭାରତୀୟ ଝିଅ ହରଜାନ କୌର ସନ୍ଧୁ । ୨୧ ବର୍ଷ ପରେ ଏହି ଟାଇଟେଲ ଜିତି ପଞ୍ଜାବୀ ହିରୋଇନ ହରଜାନ ସନ୍ଧୁ ଭାରତ ପାଇଁ ଗୌରବ ଆଣି ଛନ୍ତି । ମିସ ୟୁନିଭର୍ସ ଟାଇଟେଲ ଜିତିବା ପରେ ହରଜାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ସମସ୍ତ ଲୋକ ହରଜାନଙ୍କର ପ୍ରଶଂସା କରୁଛନ୍ତି । ଇତିହାସ ଦେଖିବାକୁ ଗଲେ ଭାରତ ଏହି ମିସ ୟୁନିଭର୍ସ ଟାଇଟେଲ ଦୁଇ ଥର ଜିତିଛି । ୧୯୯୪ ମସିହାରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ବହୁତ ସୁନ୍ଦର ପଦର୍ଶନ କରି ମିସ ୟୁନିଭର୍ସ ଟାଇଟେଲ ଜିତି ଥିଲେ ।

ଏହା ପରେ ୨୦୦୦ ମସିହାରେ ବଲିଉଡ ଅଭିନେତ୍ରୀ ଲାରା ଦତ୍ତ ମଧ୍ୟ ଏହି ଟାଇଟେଲ ଜିତି ଥିଲେ । ଏବେ ୨୧ ବର୍ଷ ପରେ ହରଜାନ ସନ୍ଧୁ ଏହି ଟାଇଟେଲ ଜିତି ଭାରତ ପାଇଁ ଗୌରବ ଆଣି ଛନ୍ତି । ହରଜାନଙ୍କ ପାଇଁ ସେହି ସମୟ ବହୁତ ଭାବୁକ ଥିଲା ।

ଏବେ ଦେଶ ବିଦେଶରେ ହରଜାନଙ୍କର ଚର୍ଚା ଚାଲିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ହରଜାନଙ୍କର ସ୍କୁଲ ସମୟର କିଛି ଫଟୋ ବିଷୟରେ କହିବାକୁ ଯାଉଛୁ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ମିସ ୟୁନିଭର୍ସ ହରଜାନ ସନ୍ଧୁଙ୍କ ପିଲା ଦିନର ଫଟୋ ବିଷୟରେ । ସ୍କୁଲ ସମୟରେ ହରଜାନ ବହୁତ କ୍ୟୁଟ ଓ ସୁନ୍ଦର ନଜର ଆସୁଥିଲେ ।

ସୋସିଆଲ ମିଡିଆରେ ହରଜାନଙ୍କ ଫ୍ୟାନ ଫାଲୋଇଙ୍ଗ ବହୁତ ଅଧିକ ରହିଛି । ସୋସିଆଲ ମିଡିଆରେ ତାଙ୍କୁ ୧.୭ ମିଲିୟନ ଲୋକ ଫାଲୋ କରୁଛନ୍ତି ।ଏ ପର୍ଯ୍ୟନ୍ତ ହରଜାନ ନିଜ ଆକାଉଣ୍ଟରେ ୩୮୧ଟି ପୋଷ୍ଟ ଅପଲୋଡ କରିଛନ୍ତି । ସେ ୨୪ ଫେବୃୟାରି ୨୦୧୭ରେ ପ୍ରଥମ ପୋଷ୍ଟ ଅପଲୋଡ କରିଥିଲେ । ଏହା ପରେ ୨୦୧୭ ମାର୍ଚ୍ଚ ୩ ତାରିଖରେ ହରଜାନ ଅଲଗା ଅଲଗା ପୋଷ୍ଟ ଅପଲୋଡ କରିଛନ୍ତି ।

କେତେକ ଫଟୋରେ ସେ ତାଙ୍କ ମାଙ୍କ ସହ ନଜର ଆସୁଛନ୍ତି ତ ଅନେକ ଫଟୋରେ ସେ ଏକା ଅଛନ୍ତି । ହରଜାନଙ୍କ ଜନ୍ମଦିନ ୩ ମାର୍ଚ୍ଚରେ ପାଳିତ ହୁଏ । ସେ ନିଜ ଜନ୍ମଦିନ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ହରଜାନ ନିଜ ସୁନ୍ଦରତା ପାଇଁ ଜାତୀୟ ସ୍ତରରେ କେତେକ ପୁରସ୍କାର ମଧ୍ୟ ପାଇଛନ୍ତି ଯାହାର ଫଟୋ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ପିଲା ଦିନରେ ହରଜାନ ବହୁତ ସୁନ୍ଦର ନଜର ଆସୁଥିଲେ ହେଲେ ଏବେ ତାଙ୍କ ଲୁକ୍ ବହୁତ ଅଧିକ ବଦଳି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମିସ ୟୁନିଭର୍ସ ହରଜାନ ସନ୍ଧୁଙ୍କ ପିଲା ଦିନର ଫଟୋ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *