ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଏବଂ ସୋସିଆଲ ମିଡିଆ ସହ ଜଡିତ ରହୁଛନ୍ତି । ତେବେ ସୋସିଆଲ ମିଡିଆ ସହ ଜଡିତ ଥିବାରୁ ଲୋକ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।
ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ବହୁତ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କ ଦ୍ଵିତୀୟ ବିବାହ କରୁଛନ୍ତି । ଏ ନେଇ ଥାନାର ଦ୍ୱାରସ୍ଥ ହେଲେ ପ୍ରଥମ ପତ୍ନୀ ।
ବିବାହ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ । ଥାନାରେ ରୁଜୁ ହେଲା ମାମଲା । ବନ୍ଧୁଗଣ ଏନେଇ ପ୍ରଧାନ ଶିକ୍ଷକଙ୍କ ପ୍ରଥମ ପତ୍ନୀ ଗଣମାଧ୍ୟମ ଆଗରେ ନିଜର ଅଭିଯୋଗ ରଖିଛନ୍ତି । ସେ ଗଣମାଧ୍ୟମ ଆଗରେ କହିଛନ୍ତି-‘ଶ୍ରୀପତି ନାୟକ ଯିଏ ସୁଜାମତି ସ୍କୁଲରେ ହେଡ ମାଷ୍ଟର ଅଛନ୍ତି ସେ ହେଉଛନ୍ତି ମୋ ସ୍ଵାମୀ । ମୁଁ 2003 ମସିହାରେ ତାଙ୍କୁ ବିବାହ କରିଥିଲି ।
ଆଜିକୁ ପ୍ରାୟ 7 ବର୍ଷ ହେଇଗଲାଣି ସେ ମୋତେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଚାଲି ଛନ୍ତି । ତଥାପି ଘରେ କେତେ ବୁଝା ହେଲା ସେ ବୁଝିଲେନି ସେ ନିଜେ ବି ଫାମିଲି କୋର୍ଟରେ କେସ କରିଛନ୍ତି । ତାଙ୍କର ଏହି କେସ ଏବେ ବାଲିଉଡାରେ ଚାଲିଛି । ତା ପରେ ସେ ବର୍ତ୍ତମାନ ଫେବୃୟାରି 6 ତାରିଖରେ ଗୋଟେ ଝିଅ ସହ ଦ୍ଵିତୀୟ ବିବାହ କରିଛନ୍ତି । ସେ ସେହି ସ୍କୁଲରେ ଥିବା ଗୋଦାମ ଘରେ ଯେଉଁଠି ସ୍କୁଲର ସବୁ ଗ୍ରୋସରି ଜିନିଷ ରୁହେ ସେହି ଘରେ ତାକୁ ନେଇ ରହିଛନ୍ତି ।
ସେହି ସ୍କୁଲରେ ସମସ୍ତ ସ୍କୁଲ ଷ୍ଟାଫ ମାନେ ମିଶି ସେ ଝିଅର ବିବାହ ପାର୍ଟିରେ ଯୋଗ ଦେଉଛନ୍ତି । ସେଇଠି ସେମାନେ ଭୋଜି ଭାତ କରି ସେଲିବ୍ରେଟ କରୁଛନ୍ତି ଏଟା କେତେ ଦୂର ଠିକ କଥା । ଗୋଟେ ଲିଗାଲ ୱାଇଫ ଥାଇ ସେ ଯେଉଁ ଭଳି କାର୍ଯ୍ୟ କରିଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।