ତୀବ୍ର ଗତିରେ ମାଡି ଚାଲିଛି Omicron, କଣ ପୁଣି ବନ୍ଦ ହେଇଯିବ School ? ଦେଖନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

ବନ୍ଧୁଗଣ ଗତ ଦେଢ ବର୍ଷ ହେବ ସାରା ବିଶ୍ଵରେ କରୋନା ମହାମାରୀ ନିଜ କୋପ ବର୍ଷାଇଛି । ଦେଢ ବର୍ଷ ପର୍ଯ୍ୟନ୍ତ ହଜାର ହଜାର ଲୋକ ଏହି ଭାଇରାସରେ ସଂକ୍ରମିତ ହୋଇ ନିଜ ପ୍ରା-ଣ ହରାଇଥିଲେ । ତେବେ ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଶେଷ ହୋଇଥିବା ବେଳେ ପୁଣି ବିଶ୍ଵକୁ ଏକ ବଡ ବିପଦ ଆସିଛି । ଗତ ଦେଢ ବର୍ଷ ହେବ କରୋନା ମହାମାରୀ ପାଇଁ ଭାରତ ଓ ଅନ୍ୟାନ୍ୟ ଦେଶରେ ଲକଡାଉନ ଜାରି କରଯାଇଥିଲା ।


ଲକଡାଉନ ହେତୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବେସରକାରୀ କାର୍ଯ୍ୟନୁଷ୍ଠାନ ବନ୍ଦ ରଖାଯାଇଥିଲା । ଗତ କିଛି ମାସ ହେବ ଲକଡାଉନ ଉଠାଯାଇଛି ଓ ବର୍ତ୍ତମାନ ଧୀରେ ଧୀରେ ସ୍ଥିତି ବଦଳିବା ସମୟରେ ପୁଣି ଏକ ବଡ ବିପଦ ମାଡି ଆସିଛି । ଏହି ବଡ ବିପଦଟି ହେଉଛି ଓମିକ୍ରନ ଭାଇରସ । ବନ୍ଧୁଗଣ ଏହି ଭାଇରସର ସଂକ୍ରମଣ ବର୍ତ୍ତମାନ କିଛି ଦେଶରେ ଦେଖିବାକୁ ମିଳିଛି । ଏହି ଭାଇରସଟି ଅତ୍ୟନ୍ତ ମାରାତ୍ମକ ହେବା ସହିତ ଏହାର ଲକ୍ଷଣ ମଧ୍ୟ ଭିନ୍ନ ଅଛି ।

ତେବେ ଆଗାମୀ ସମୟରେ ସ୍କୁଲ କଲେଜ ବନ୍ଦ ହେବ ନା ନାହିଁ ତାକୁ ନେଇ ଓଡିଶା ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଏକ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସମୀର ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଯେତେବେଳେ ନବମ, ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଳାଗଲା ସେତେବେଳେ ବି ଆମେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବ୍ୟବସ୍ଥା କଡାକଡି କରିଛୁ ।

ପରବର୍ତ୍ତୀ ସମୟରେ ଷଷ୍ଠ, ସପ୍ତମ, ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ବେଳେ ମଧ୍ୟ ଆମେ ନିୟମକୁ କଡାକଡି କରିଛୁ । ଆପଣ ମାସ୍କ କଥା କୁହନ୍ତୁ, ସାମାଜିକ ଦୂରତା କଥା କୁହନ୍ତୁ ଓ ସାନିଟାଇଜ କଥା ବି କୁହନ୍ତୁ ଆମେ ସମସ୍ତ ନିୟମକୁ କଡାକଡି କରିଛୁ । ସମସ୍ତ ଜିଲ୍ଲା ନୋଡାଲ ଅଫିସର ମାନେ ଜିଲ୍ଲା ଗସ୍ତ କରିବା ସହିତ ମୁ ମଧ୍ୟ ୯ ରୁ ୧୦ ଜିଲ୍ଲା ଗସ୍ତ କରିଛି । ତେଣୁ ଏ ସମ୍ପର୍କରେ ଆମେ କଡାକଡି ନିୟମ ଲାଗୁ କରିଛୁ ।

ତେବେ ଆଜି ଜେତୀଲେ ଓମିକ୍ରନ କଥା ଆସିଛି ଓ ଯେହେତୁ ସମଗ୍ର ବିଶ୍ଵ ଏବେ ବିପଦରେ ଅଛି ତେଣୁ ଏ କଥାକୁ ଆମେ ଆହୁରି କଡାକଡି କରୁଛୁ । ଆମେ ଆଶାବାଦୀ ଯେ ଏଭଳି କିଛି ସମସ୍ୟା ଆସିବ ନାହିଁ ହେଲେ ଯଦି ଏଭଳି ପରିସ୍ଥିତି ଆସେ ତେବେ ଜିଲ୍ଲା ପ୍ରଶାସନ ଆବଶ୍ୟକତା ମୂଳେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଓ ଯଦି ଦରକାର ପଡେ ତା ହେଲେ ସ୍କୁଲ ବନ୍ଦ କରାଯିବ । ହେଲେ ମୋର ଯାହା ବିଶ୍ବାସ ଅଛି ଏଭଳି ସମସ୍ୟା କିଛି ହେବ ନାହିଁ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *