ସ୍କୁଲ ଯିବା ପାଇଁ ପିଲା ଭୟଭୀତ, ତେଣୁ ଭଙ୍ଗା ହେବ ବାହାନଗା ହାଇସ୍କୁଲ, ବାହାନଗା Train Tragedy

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଙ୍ଗା ହେବ ବାହାନଗା ହାଇସ୍କୁଲ ! ବିଶ୍ବାସ ଓ ଅନ୍ଧବିଶ୍ବାସ ମଧ୍ୟରେ ରହିଛି ସୂତା ଖିଅର ଦୂରତା ! ତେବେ ଏତେ ବଡ ବାହାନଗା ରେଳ ଦୁର୍ଘଟଣା ପରେ ବାହାନଗା ହାଇସ୍କୁଲ ବର୍ତ୍ତମାନ ଚର୍ଚାରେ ରହିଛି । ତେବେ ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ପରେ ଶତାଧିକ ମୃ-ତ ଶରୀର ସ୍କୁଲ ଘର ମଧ୍ୟରେ ରଖା ଯାଇଥିଲା । ତେବେ ବାହାନଗା ଟ୍ରେନ ଟ୍ରାଜେଡି ସମୟରେ ଏହି ବାହାନଗା ସ୍କୁଲ ଏକ ଅସ୍ଥାୟୀ ଶବାଗାର ପାଲଟି ଯାଇଥିଲା ବୋଲି କହିଲେ କିଛି ମଧ୍ୟ ଅତ୍ଯୁକ୍ତି ହେବ ନାହିଁ ।

ହେଲେ ସବୁଠାରୁ ବଡ କଥା ହେଉଛି । ଏହି ସ୍କୁଲରେ ଶତାଧିକ ଡେଡବଡି ଦୁର୍ଘଟଣା ସମୟରେ ରଖା ଯାଇଥିବା କାରଣରୁ ସ୍ଥାନୀୟ ଲୋକଙ୍କ ମନରେ ଘଟଣା ପରେ ଏକ ଭୟର ବାତାବରଣ ଖେଳି ଯାଇଛି । ତେଣୁ ଏହି ସ୍କୁଲକୁ ଭଙ୍ଗା ଯିବା ନେଇ ବର୍ତ୍ତମାନ ସବୁଆଡେ ଚର୍ଚାର ବିଷୟ ପାଲଟିଛି । ଏହା ନେଇ ଖୋଦ ବାଲେଶ୍ଵର ଜିଲ୍ଲାପାଳ ଏହି ସ୍କୁଲ ବୁଲିକି ଦେଖିଛନ୍ତି । ତେବେ କିଛି ଲୋକଙ୍କ କହିବା ଅନୁଯାଇ ସଂପୂର୍ଣ୍ଣ ଭାବରେ ସ୍କୁଲ ଘର ଭଙ୍ଗାଯିବା ଉଚିତ ।

ଏହା ସହିତ ଏହି ସ୍ଥାନରେ ଆଉ ଏକ ନୂଆ ସ୍କୁଲ ଘର ନିର୍ମାଣ କରି ସେଠାରେ ପୂଜା ପାଠ କରାଯିବା ଉଚିତ । କାରଣ ବର୍ତ୍ତମାନ ଗ୍ରୀଷ୍ମ ଅବଜକାଶ ଚାଲିଛି । ହେଲେ ଆଉ କିଛି ଦିନ ଗଲେ ପୁଣି ପିଲା ମାନେ ବିଦ୍ୟାଳୟକୁ ପାଠ ପଢିବାକୁ ଆସିବେ । ଯଦି ସ୍କୁଲ ରେ କିଛି ପରିବର୍ତ୍ତନ କରାନଯାଏ କି ପୂଜାପାଠର ଆୟୋଜନ କରନଯାଏ । ତେବେ ଏଠାରେ ଥିବା ନକରାତ୍ମକ ଶକ୍ତି ବାହାରିପାରିବେ ନାହିଁ ।

ତେବେ ବାଲେଶ୍ଵର ଜିଲ୍ଲାପାଳଙ୍କ କହିବା ଅନୁଯାଇ ସ୍କୁଲ ଘର ଗୁଡିକର  ଆଗ ଅପେକ୍ଷା ଚେଞ୍ଜ କରାଯାଇ ଉନ୍ନତିକରଣ କରାଯିବ । ଏହା ସହ ଆଗାମୀ ସମୟରେ ସକାରାତ୍ମକ ଭାବନା ପାଇଁ ସ୍କୁଲ ଘରେ ପୂଜା ପାଠର ମଧ୍ୟ ବନ୍ଦୋବସ୍ତ କରାଯିବ । ତେବେ ଏହା ନେଇ ପଣ୍ଡିତ ମଧ୍ୟ ସ୍କୁଲ ଘର ପରିଦର୍ଶନ କରି ସ୍କୁଲର ଅବସ୍ତାକୁ ଦେଖି  ସାମୁହିକ ପୂଜାପାଠ କରାଯିବାର ପ୍ରସ୍ତାବ ଦେଇଛନ୍ତି ।

ଯାହା ଦ୍ଵାରା ଅକାଳ ମୃ-ତ୍ୟୁଲାଭ କରିଥିବା ଆତ୍ମାଙ୍କର ସଦଗତି ନିମନ୍ତେ ପୂଜା କରାଯିବା ଦରକାର ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *