ସାବିତ୍ରୀ ପାଇଁ ସତ୍ୟବାନ ମାଗୁଛି ଜୀବନ ଭିକ୍ଷା…କରୁଛି ଆକୁଳ ନିବେଦନ, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ ଏହି Video  

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ମାନେ କିଛି ସମୟ ପାଇଁ ସ୍ତବ୍ଦ ହୋଇ ରହିଯିବେ । ହସ ଖୁସିରେ ଚାଲିଥିଲା ଖୁସିର ଜୀବନ । ସୁଖରେ ସୁଖୀ ଦୁଃଖରେ ଦୁଃଖୀ ହେଉଥିଲେ ଉଭୟ । ଦୁହେଁ ଦୁହିଁଙ୍କୁ କ୍ଷଣକେ ନ ଦେଖିଲେ ବିଚଳିତ ହେଉଥିଲେ । କେମିତି ନ ହୋଇଥାନ୍ତେ ୭ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ କଥା ଦେଇଥିଲେ । ଏକାଠି ହୋଇ ରହିବା ପାଇଁ ଶପଥ ନେଇଥିଲେ ।

ହେଲେ କିଏ ବ ଜାଣିଥିଲା ସେମାନଙ୍କର ଏହି ସୁଖର ଦୁନିଆରେ ମାଡି ଆସିବ ଦିନ କଳା ବାଦଲ । ଜୀବନ ମରଣ ସହ ସଂଘର୍ଷ କରୁଥିବା ସାବିତ୍ରୀ ପାଇଁ ଆଜି ସତ୍ୟବାନ ମାଗିବ ଜୀବନ ଭିକ୍ଷା । ଆଜି ଆମେ କହୁଛୁ ଅନୁଗୁଳ ତାଳଚେରର ଦମ୍ପତ୍ତି ତୁଷାର ଓ ନିରୁପମାଙ୍କ କଥା । ୩ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଦମ୍ପତ୍ତିଙ୍କ ଜୀବନରେ ମାଡି ଆସିଛି ଦୁଃଖର କଳା ବାଦଲ ।

୨ ବର୍ଷ ହେବ ବ୍ରେନ ଷ୍ଟ୍ରୋକରେ ପୀଡିତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ନିରୁପମା । ଏମିତିରେ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିବା ନିରୁପମାଙ୍କୁ ଆଜି ବଞ୍ଚେଇବା ପାଇଁ ସ୍ଵାମୀ କରୁଛନ୍ତି ସଂଘର୍ଷ । ନିଜ ଜୀବନର ସବୁ ପୁଞ୍ଜିକୁ ନିରୁପମାଙ୍କ ଚିକିତ୍ସାରେ ଲଗେଇ ଦେଇଛନ୍ତି । ଆଉ ଏବେ ରାଜ୍ୟବାସୀଙ୍କୁ ମାଗିଛନ୍ତି ସହଯୋଗର ହାତ । ଆଜି ବି ସେହି ପୁରୁଣା ସ୍ମୃତିର କିଛି ଭିଡିଓକୁ ମୋବାଇଲରେ ନିଜ ଶଯ୍ୟା ସାଇ ପତ୍ନୀଙ୍କୁ ଦେଖାଇ ଖୁସି ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି ତୁଷାର ।

୨୦୧୭ ମସିହାରେ ତୁଷାର ଓ ନିରୁପମାଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମର ସମ୍ପର୍କ । ପରେ ଏହି ଦୁଇ ପ୍ରେମିଯୁଗଳ ନିଜ ପ୍ରେମ ସମ୍ପର୍କକୁ ନାଁ ଦେଇଥିଲେ । ୨୦୧୯ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତୁଷାର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ ବେସ ହସ ଖୁସିରେ ଚାଲିଥିଲା ତାଙ୍କ ଜୀବନ । ଆଉ ୨୦୨୧ ମସିହାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ନିରୁପମା ।

ହେଲେ ଜନ୍ମ ଦେବାର ଗୋଟିଏ ଦିନରେ ହଠାତ ବେହୋସ ହୋଇଯାଇଥିଲେ । ଏହା ପରେ ତାଙ୍କୁ ଅନୁଗୁଳ ମେଡିକାଲ ନେବା ପରେ କଟକ ବଡ ମେଡିକାଲ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନିରୁପମାଙ୍କ ବ୍ରେନ ଷ୍ଟ୍ରୋକ ହୋଇଥିଲା । ଆଉ ସେହି ଦିନ ଠାରୁ ବେଡରେ ଚାଲିଛି ନିରୁପମାଙ୍କ ଚିକିତ୍ସା । ହେଲେ ଜୀବନ ମରଣ ସହ ସଂଘର୍ଷ କରୁଥିବା ନିରୁପମାଙ୍କ ପାଇଁ ଏବେ ଅର୍ଥ ସାଜିଛି ବାଧକ ।

ରାଜ୍ୟବାସୀଙ୍କ ଟିକେ ସାହାର୍ଯ୍ୟ ନିରୁପମା ଓ ତୁଷାରଙ୍କ ଜୀବନରେ ପୁଣି ଆଣି ପାରେ ସେହି ଖୁସି । ଯଦି ଆପଣ କେହି ସହାୟତା କରିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ୯୯୮୭୪୬୬୧୦୨ ନମ୍ବରରେ କଲ୍ କରି ଯୋଗାଯୋଗ କରିପାରିବେ ।

Leave a Reply

Your email address will not be published. Required fields are marked *