ବନ୍ଧୁଗଣ ସାବିତ୍ରି ବ୍ରତକୁ ଏକ ବଡ ବ୍ରତ ବୋଲି ମାନା ଯାଇଥାଏ । ବିବାହିତା ମହିଳା ମାନଙ୍କ ପାଇଁ ଏହା ବହୁତ ଖାସ ଅଟେ । ଏହି ବ୍ରତକୁ ମହିଳା ମାନେ ନିଜ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ରଖିଥାନ୍ତି । ସାବିତ୍ରି ବ୍ରତକୁ କରିବା ଦ୍ଵାରା ସୁଖମୟ ଓ ସମୃଦ୍ଧିମୟ ଜୀବନର ବରଦାନ ମିଳିଥାଏ । ଯେଉଁ ମହିଳା ମାନେ ସାବିତ୍ରି ବ୍ରତ କରିଥାନ୍ତି ସେମାନେ ନିଜ ପରିବାରକୁ ଗୋଟେ ସୂତ୍ରରେ ବାନ୍ଧିକି ରଖିଥାନ୍ତି ।
ସାବିତ୍ରି ବ୍ରତ ସହିତ ସତ୍ୟବାନ ଓ ସାବିତ୍ରି ମାତାଙ୍କ କଥା ଯୋଡି ହୋଇ ରହିଛି । ସାବିତ୍ରି ମାତା ନିଜ ସଂକଲ୍ପ ଓ ଶ୍ରଦ୍ଧାରେ ଜମ ରାଜାଙ୍କ ଠାରୁ ସତ୍ୟବାନ ଅର୍ଥାତ ନିଜ ସ୍ଵାମୀଙ୍କ ପ୍ରାଣ ଫେରାଇ ଆଣିଥିଲେ । ମହିଳା ମାନେ ମଧ୍ୟ ଏହି ଦିନ କିଛି ଏଭଳି ସଂକଲ୍ପ କରନ୍ତି ନିଜ ସ୍ଵାମୀଙ୍କ ଆୟୁ ଓ ପ୍ରାଣ ରକ୍ଷା ପାଇଁ । ଏହି ବ୍ରତକୁ ପୁରା ବିଧି ବିଧାନରେ ପୂର୍ଣ୍ଣ କରିଥାନ୍ତି ।ସାବିତ୍ରୀ ବ୍ରତ ଦିନ ସବୁ ଗୃହିଣୀ ସଜ ହେବାକୁ ଭଲ ପାଇଥାନ୍ତି ।
ସାବିତ୍ରୀ ବ୍ରତ ଦିନ ସ୍ତ୍ରୀ ମାନେ ନୂଆ ଚୁଡି ପୂଜା କରି ପିନ୍ଧି ଥାନ୍ତି । ଆପଣ ମାନେ ପୁରୁଣା ଚୁଡି ପୂଜା ପୂର୍ବରୁ ଓଲହାଇବେ ଆଉ ନୂଆ ଚୁଡି ପିନ୍ଧିବେ । ସାବିତ୍ରୀ ବ୍ରତରେ ଯେଉଁ ଶଙ୍ଖା ପୂଜା କରାଯାଇଥାଏ ସେହି ଶଙ୍ଖାରୁ ଆପଣ ମାନେ ନିଜ ହାତରେ କିଛି ଲଗାଇବେ । ଏହି ଶଙ୍ଖାକୁ ଆପଣ ମାନେ 11 ତାରିଖ ପର୍ଯ୍ୟନ୍ତ ବାହାର କରିବେ ନାହିଁ । ତା ପରେ ଆପଣ 12 ତାରିଖରେ ଯଦି ଚାହିଁବେ ଚୁଡି ବାହାର କରିପାରିବେ ।
ସାବିତ୍ରୀ ପୂଜାରେ ମାଙ୍କୁ ସମସ୍ତ ଶିଂଗାର ଦେଇ ପୂଜା କରାଯାଇଥାଏ ତେଣୁ ମହିଳା ମାନେ ମଧ୍ୟ ସବୁ ଶିଂଗାର ଲଗାଇ ଥାନ୍ତି । ସେହିଦିନ ଚେଷ୍ଟା କରିବେ ଦେହରୁ କୌଣସି ଗହଣା ନ ଓଲହାଇବା ପାଇଁ । ଚେଷ୍ଟା କରିବେ ଏମିତି ଗହଣା ପିନ୍ଧିବା ପାଇଁ ଯେଉଁଥିରେ ଆପଣଙ୍କ କଷ୍ଟ ହେବ ନାହିଁ ଆଉ ଅତି ଭଲର ସହ ପୂଜା କରିପାରିବେ । ବନ୍ଧୁଗଣ ବହୁତ ମହିଳା ଚାହିଁ ଥାନ୍ତି ନୂଆ ଶାଢୀ ପିନ୍ଧି ପୂଜା କରିବା ପାଇଁ ହେଲେ ନୂଆ ଶାଢୀ ବାଧ୍ୟତା ମୂଳକ ନୁହେଁ ।
କାରଣ ଆଗ କାଳରେ ନୂଆ ଶାଢୀ ଅଧିକ ମହିଳା ପିନ୍ଧୁ ନଥିଲେ । ଆପଣ ମାନେ ରକ୍ଷା ସୂତ୍ର ମାଙ୍କ ପାଖରେ ପୂଜା କରି ନିଜ ହାତରେ ପିନ୍ଧି ପାରିବେ । ନୂଆ ଶାଢୀ ପାଇଁ ଆଦୌ ମନ ଦୁଃଖ କରନ୍ତୁ ନାହିଁ । ସାବିତ୍ରୀ ଅମାବାସ୍ୟା ଦିନଟି ସଂପୂର୍ଣ୍ଣ ପବିତ୍ର ଆପଣ ସକାଳ 10ଟାରେ ପୂଜା ଆରମ୍ଭ କରନ୍ତୁ । ଆପଣ ସାବିତ୍ରୀ ପୂଜା ମନ୍ଦିରରେ କରନ୍ତୁ ବା ଘରେ ନିୟମ ସବୁ ଜାଗାରେ ସମାନ ।
ଘରେ ଯେମିତି ଆପଣ ପୂଜା କରିବେ ସେମିତି ମନ୍ଦିରରେ ବି କରିବେ ପଣ୍ଡିତଙ୍କୁ ଆଳତି କରିବାକୁ ଦେବେ ନାହିଁ ଆପଣ ନିଜେ କରିବେ । ଆପଣ ମାନେ କଳା, ନୀଳ ଓ ସବୁଜ ରଙ୍ଗର ଶାଢୀ ପୂଜା କରିବେ ନାହିଁ । ଆପଣ ମାନେ ଧଳା କିମ୍ବା ହଳଦିଆ ଶାଢୀ ପୂଜା କରିବା ଉଚିତ । କାରଣ ଏହି ସବୁ ରଙ୍ଗ ମାଙ୍କୁ ବହୁତ ପସନ୍ଦ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।