ବନ୍ଧୁଗଣ ସାବିତ୍ରି ଓଷା ଜ୍ୟୋଷ୍ଟ ମାସ ଅମାବାସ୍ୟା ତିଥିରେ ପଡିବାକୁ ଯାଉଛି । ସାବିତ୍ରି ବ୍ରତକୁ ଏକ ବଡ ବ୍ରତ ବୋଲି ମାନା ଯାଇଥାଏ । ବିବାହିତା ମହିଳା ମାନଙ୍କ ପାଇଁ ଏହା ବହୁତ ଖାସ ଅଟେ । ଏହି ବ୍ରତକୁ ମହିଳା ମାନେ ନିଜ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ରଖିଥାନ୍ତି । ସାବିତ୍ରି ବ୍ରତକୁ କରିବା ଦ୍ଵାରା ସୁଖମୟ ଓ ସମୃଦ୍ଧିମୟ ଜୀବନର ବରଦାନ ମିଳିଥାଏ । ଯେଉଁ ମହିଳା ମାନେ ସାବିତ୍ରି ବ୍ରତ କରିଥାନ୍ତି ସେମାନେ ନିଜ ପରିବାରକୁ ଗୋଟେ ସୂତ୍ରରେ ବାନ୍ଧିକି ରଖିଥାନ୍ତି ।
ସାବିତ୍ରି ବ୍ରତ ସହିତ ସତ୍ୟବାନ ଓ ସାବିତ୍ରି ମାତାଙ୍କ କଥା ଯୋଡି ହୋଇ ରହିଛି । ସାବିତ୍ରି ମାତା ନିଜ ସଂକଲ୍ପ ଓ ଶ୍ରଦ୍ଧାରେ ଜମ ରାଜାଙ୍କ ଠାରୁ ସତ୍ୟବାନ ଅର୍ଥାତ ନିଜ ସ୍ଵାମୀଙ୍କ ପ୍ରାଣ ଫେରାଇ ଆଣିଥିଲେ । ମହିଳା ମାନେ ମଧ୍ୟ ଏହି ଦିନ କିଛି ଏଭଳି ସଂକଲ୍ପ କରନ୍ତି ନିଜ ସ୍ଵାମୀଙ୍କ ଆୟୁ ଓ ପ୍ରାଣ ରକ୍ଷା ପାଇଁ । ଏହି ବ୍ରତକୁ ପୁରା ବିଧି ବିଧାନରେ ପୂର୍ଣ୍ଣ କରିଥାନ୍ତି ।
ସାବିତ୍ରି ମାତା ବଟ ବୃକ୍ଷର ପୂଜାର ବିଧାନ ବତାଇ ଛନ୍ତି । ବଟ ବୃକ୍ଷକୁ ଗୋଟେ ଦେବ ବୃକ୍ଷ ବୋଲି ମାନା ଯାଇଥାଏ । ହିନ୍ଦୁ ଧର୍ମ ଅନୁସାରେ ବଟ ବୃକ୍ଷରେ ବ୍ରମ୍ହା, ବିଷ୍ଣୁ ଓ ମହେଶ୍ଵରଙ୍କ ସହିତ ସାବିତ୍ରି ମାତା ବି ବାସ କରନ୍ତି । ଏହି ବୃକ୍ଷକୁ ବହୁତ ପବିତ୍ର ମାନା ଯାଇଥାଏ । ଏହି ଦିନ ପ୍ରାତଃ କାଳରୁ ଉଠିବା ଉଚିତ । ସ୍ନାନ ଆଦି ସାରି ବ୍ରତର ସଂକଲ୍ପ ନେବା ଉଚିତ । ଏହି ଦିନ ଆପଣ ଯେଉଁ ସାବିତ୍ରି ବ୍ରତ କରିବେ ତାହା ବଟ ବୃକ୍ଷ ତଳେ ହିଁ କରିବା ଉଚିତ ।
ଯଦି ଆପଣ ଏଭଳି କରିପାରୁ ନାହାନ୍ତି ତା ହେଲେ ଆପଣ ନିଜ ଘରେ ସାବିତ୍ରି, ସତ୍ୟବାନ ଓ ଜମ ରାଜାଙ୍କ ଫଟୋକୁ ରଖି ପୂଜା କରିପାରିବେ । ଏହି ଦିନ ବଟ ବୃକ୍ଷର ପରିକ୍ରମା କରିବା ଉଚିତ କମ ସେ କମ 7 ଥର ପରିକ୍ରମା କରିବାର ନିୟମ ରହିଛି । ଏହି ପୂଜାରେ ଆପଣ ହାତରେ କିଛି ଚଣା ନେଇ ସାବିତ୍ରି ଓ ସତ୍ୟବାନଙ୍କ କଥା ଶୁଣନ୍ତୁ । ସାବିତ୍ରି ବ୍ରତରେ ଆପଣ ଯାହା ପୂଜା କରିବେ ତା ପରେ ସେସବୁ ନିଜ ଶାଶୁଙ୍କୁ ଉପହାରରେ ଦେଇ ତାଙ୍କର ଆଶୀର୍ବାଦ ନିଅନ୍ତୁ ଏହି ବିଧାନ ଆଗରୁ ରହିଛି ।
ଏହା ପରେ ଆପଣ ବ୍ରତ ସମାପ୍ତ କରିବେ ସେତେବେଳେ ଗୋଟେ ଖାସ ଜିନିଷର ଧ୍ୟାନ ରଖନ୍ତୁ । ବଟ ବୃକ୍ଷର ଏକ କୋମଳ ପତ୍ର ଆଣି ଘରେ ରଖନ୍ତୁ । ସେହି କୋମଳ ପତ୍ରକୁ ଖାଇ ଏହି ଉପବାସ ଭଙ୍ଗ କରନ୍ତୁ । ଏହି ସବୁ ଜିନିଷକୁ ବିଶେଷ ଧ୍ୟାନ ରଖନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।