ଠିକ ସମୟରେ ପିରିୟଡସ ହେଉନି କି ? ଜାଣନ୍ତୁ PCOS କଣ ଓ ଏହାର ଲକ୍ଷଣ ! Dr Lipika Moharana

PCOS ର ଫୁଲ ଫର୍ମ ହେଉଛି Polycystic Ovary Syndrome । ଏହା ଏକ ସାଧାରଣ ହାର୍ମୋନାଲ ଡିଜଅର୍ଡର ଅଟେ । ୧୪ – ୧୫ ବର୍ଷରୁ ପିରିୟଡସ ବନ୍ଦ ହେବା ପର୍ଯ୍ୟନ୍ତ ଏହି ସମୟରେ ମଧ୍ୟରେ ଯେଉଁ ହାର୍ମୋନାଲ ଡିଜଅର୍ଡର ଦେଖାଯାଏ ତାକୁ PCOS କୁହାଯାଏ । ସବୁ ମାସରେ ଆମର ଦୁଇଟି ଗର୍ଭାଶୟ ଅର୍ଥାତ ବାମ ପଟରୁ କିମ୍ବା ଡାହାଣ ପଟରୁ ଗୋଟିଏ – ଗୋଟିଏ ଅଣ୍ଡା ରିଲିଜ ହୁଏ । ଏହାର ୧୫ ଦିନ ପରେ ଆମର ପିରିୟଡସ ହୁଏ ।

ଯଦି ହାର୍ମୋନାଲ ସମସ୍ୟା ଅଛି ତେବେ ଅଣ୍ଡା ରିଲିଜ ହୁଏ ନାହିଁ । ସେଥିପାଇଁ ମେନ୍ସ ସଠିକ ରୂପରେ ହୋଇ ନ ଥାଏ । ଯେତେବେଳେ ଅଣ୍ଡା ରିଲିଜ ହୁଏ ନାହିଁ ତେବେ ପଲିକାଲ ଫାଟେ ନାହିଁ । ଧୀରେ ଧୀରେ ଏହା ଗର୍ଭାଶୟରେ ପାଣି ରୂପରେ ଜମାଟ ବାନ୍ଧି ରହିଯାଏ । ଏହାକୁ ହିଁ Polycystic Ovary Syndrome କୁହାଯାଏ ।

ଏହାର ମୁଖ୍ୟ କାରଣ ହେଉଛି ଯଦି ପରିବାରରେ କାହାର ଏହିଭଳି ସମସ୍ୟା ଥାଏ ତେବେ ଏହା ହୋଇପାରେ । ଖରାପ ଲାଇଫ ଷ୍ଟାଇଲ ଓ ବାତାବରଣ ଯୋଗୁ ବି ଏହି ସମସ୍ୟା ଦେଖା ଯାଇ ପାରେ । ଯେମିତି ଅଧିକ ରାତି ପର୍ଯ୍ୟନ୍ତ ଜଗି ରହିବା, ବାହାର ଖାଦ୍ୟ ଖାଇବା ଇତ୍ୟାଦି । କହିବାକୁ ଗଲେ କୋଭିଡ ସମୟରେ ଲୋକମାନେ ବାହାରକୁ ଯାଉ ନାହାନ୍ତି କିନ୍ତୁ ଘରେ ବସି ଟିଭି, ମୋବାଇଲ ଓ ଲ୍ୟାପଟପରେ ଫିଲ୍ମ ଦେଖୁଛନ୍ତି ।

ସଠିକ ଅମୟରେ ନ ଖାଇବା ଓ ନ ଶୋଇବା କାରଣରୁ ଏହି ରୋଗ ହୋଇଥାଏ । କହିବାକୁ ଗଲେ କୋଭିଡ କାରଣରୁ ଲୋକମାନଙ୍କ ଲାଇଫ ଷ୍ଟାଇଲ ବହୁତ ଜଲ୍ଦି ଚେଞ୍ଜ ହୋଇ ଯାଇଛି ସେଥିପାଇଁ ମହିଳାମାନଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ବଢି ଯାଇଛି । ପିସିଓଏସରେ ମୁଖ୍ୟତଃ ଦୁଇ ପ୍ରକାରର ସମସ୍ୟା ଦେଖାଯାଏ । ଗୋଟିଏ ଗାଇନିକ ସମସ୍ୟା ଦେଖାଯାଏ ଓ ଚର୍ମ ସମ୍ବନ୍ଧିତ ସମସ୍ୟା ଦେଖାଯାଏ । ଗାଇନିକ ସମସ୍ୟା ଯେମିତି କି କାହାର ଅଧିକ ରକ୍ତ ବାହାରୁଥିବ, କାହାର ସଠିକ ସମୟରେ ମେନ୍ସ ହବ ନାହିଁ, କାହାର ମାସକୁ ଦୁଇ ଥର ମେନ୍ସ ହବ ।

ଅନ୍ୟ କେତେକ ମହିଳାମାନେ କୁହନ୍ତି କି ସେମାନେ ଓଜନ କମ କରିବାକୁ ଚାହୁଁଛନ୍ତି କିନ୍ତୁ ଓଜନ କମ ହେଉ ନାହିଁ । ଏହା ହାର୍ମୋନାଲ ଇନବାଲ୍ନ୍ସ ପାଇଁ ହୋଇଥାଏ । ଅନ୍ୟ ଏକ ସମସ୍ୟା ହେଉଛି ସ୍କିନ ଜନିତ ସମସ୍ୟା । ଯାହାକି ଅଳ୍ପ ବୟସର ଝିଅମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । ଏହି ରୋଗ ହେଲେ ବେକ ସନ୍ଧିରେ ଯେଉଁ ଚର୍ମ ଥାଏ ତାହା ଅଧିକ ମୋଟା ଓ କଳା ହୋଇଯାଏ ।

ଝିଅମାନଙ୍କ ମୁଣ୍ଡର ସାମ୍ନା ଦିଗରୁ ଅଧିକ କେଶ ଝଡିବାକୁ ଲାଗିଥାଏ । ଯେଉଁ ସ୍ଥାନରେ କେଶ ଉଠିବା କଥା ନୁହେଁ ସେହି ସ୍ଥାନରେ କେଶ ଉଠିଥାଏ । ଗାଲରେ ବ୍ରଣ ଭର୍ତ୍ତି ହୋଇଯିବ । ଏହିଭଳି ସ୍ଥିତିରେ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହୁଅନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *