ନମସ୍କାର ବନ୍ଧୁଗଣ ତେବେ ଟିଭି ଧାରାବାହିକ ରେ ଅନେକ ଚରିତ୍ରରେ ଅଭିନୟ କରୁଥିବା ଅଭିନେତାଙ୍କୁ ଦେଖିଛେ । ସେଥିମଧ୍ୟରୁ କିଛି ଏଭଳି ଚରିତ୍ରର ଥାଏ ଯାହାର ଅଭିନୟ ଦେଖି ଲୋକମାନେ ଖୁବ୍ ପ୍ରଶଂସା କରନ୍ତି ଓ ସେମାନଙ୍କୁ ଦେଖିବାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । କିନ୍ତୁ ପ୍ରଶଂସକଙ୍କୁ ସେତେବେଳେ ବହୁତ ଦୁଃଖ ଲାଗିଥାଏ, ଯେତେବେଳେ ଧାରାବାହିକ ହୋଇଗଲା ପରେ ଅନ୍ୟ କେଉଁ ଧାରାବାହିକରେ ଦେଖିବାକୁ ନ ପାଇଥାନ୍ତି ।
ସେହିଭଳି ଗୋଟିଏ ଅଭିନେତ୍ରୀ ଅଛନ୍ତି, ସେ ହେଉଛନ୍ତି ତାନିଆ ଶର୍ମା । ଯିଏକି ଷ୍ଟାର ପ୍ଲସ୍ ର ଲୋକପ୍ରିୟ ଧାରାବାହିକ ସାଥ୍ ନିଭାନା ସାଥିୟାରେ ମୀରା ମୋଦିଙ୍କ ଚରିତ୍ରରେ ଅଭିନୟ କରିଥିଲେ । ତେବେ ବର୍ତ୍ତମାନ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି ଆଗ ଅପେକ୍ଷା । ତେବେ ଏଥିରେ ସେ ଏକ ରାଗି ଏବଂ ଜିଦ ଖୋର ଝିଅର ଭୂମିକା ନିଭାଇ ଥିଲେ ଯାହା ଦର୍ଶକ ମାନଂକୁ ଖୁବ ପସନ୍ଦ ଆସିଥିଲା ମଧ୍ୟ ।
ତେବେ ତାନିଆ ଙ୍କ ଜନ୍ମ ସେପ୍ଟେମ୍ବର ୨୭ ୧୯୯୫ ରେ ଦିଲ୍ଲୀ ରେ ହୋଇଥିଲା । ନିଜର ପାଠ ପଢା ମଧ୍ୟ ସେଇଠାରେ କରିଥିଲେ ତେବେ ନିଜର ଅଭିନୟ କ୍ୟାରିଅର ବନେଇବା ପାଇଁ ସେ ଦିଲ୍ଲୀ ରୁ ମୁମ୍ବାଇ କୁ ଆସି ଯାଇଥିଲେ ଏବଂ ମଡ଼େଲିଂ ଆରମ୍ଭ କରି ଦେଇଥିଲେ ଏହାପରେ ସେ ବହୁତ ଅଡିସନ ମଧ୍ୟ ଦେଇଥିଲେ ଏବଂ ଅଫସର ବିଟିୟା ରେ ତାଙ୍କୁ ଅଭିନୟ କରିବାର ମଉକା ମିଳି ଥିଲା ସେଥି ରେ ସେ ଚଞ୍ଚଲ ର ଭୂମିକା ରେ ଅଭିନୟ କରିଥିଲେ ।
ତେବେ ଏଥିରେ ତାଙ୍କ ଅଭିନୟ କୁ ସମସ୍ତେ ବହୁତ ପସନ୍ଦ କରିଥିଲେ ଏହା ପରେ ସେ ଦେବୋ କା ଦେବ ମହାଦେବ, ଉଡାନ ଆଦିରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ତେବେ କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ସାଥ ନିଭାନା ସାଥିଆ ଧାରାବାହିକ ରୁ ହିଁ ମିଳିଥିଲା । ଏହି ଭୂମିକା ହିଁ ତାଙ୍କୁ ଘରେ ଘରେ ପରିଚିତ କରି ପାରିଥିଲା ।
ତେବେ ବର୍ତ୍ତମାନ ସେ କଲର୍ସ ର ଧାରାବାହିକ ଶଶୁରାଲ ସିମର କା ରେ ରିମା ର ଭୂମିକା ରେ ନଜର ଆସୁଛନ୍ତି ଏବଂ ଲୋକମାନେ ମଧ୍ୟ ତାଙ୍କ ଅଭିନୟ କୁ ପସନ୍ଦ କରୁଛନ୍ତି । ତେବେ ସେ ବର୍ତ୍ତମାନ ଆଗ ଅପେକ୍ଷା ବହୁତ ସୁନ୍ଦର ହୋଇ ଯାଇଛନ୍ତି ଏବଂ ନିଜର ଲୁକ କୁ ମଧ୍ୟ ବଦଳେଇ ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସେ ସିଙ୍ଗଲ ଅଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।