ଆଉ ପାପ ଲୁଚେଇ ପାରିଲେନି Sharmistha, ବନ୍ଧାହେଲା ପରେ ଓଗାଳିଦେଲେ ସବୁ ସତ, ଖୋଲିବ କ୍ୟାମେରାମ୍ୟାନ Manas ଙ୍କ ମୃତ୍ୟୁ ଗୁମର

ନମସ୍କାର ବନ୍ଧୁଗଣ ତେବେ ନୟାଗଡର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ଅପହରଣ ଓ ହତୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଖେଳ ଖତମ୍ ହୋଇଛି । ଶର୍ମିଷ୍ଠା ଆଉ ଲୁଚକାଳି ଖେଳି ପୁଲିସକୁ ଚକମା‌ ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲା । ମାତ୍ର କ୍ରାଇମ୍ ବ୍ରାଞ୍ଚ ଟିମ୍ ଜାଲରୁ ଶର୍ମିଷ୍ଠା ଖସି ଯିବାରେ ସକ୍ଷମ ହୋଇ ପାରିଲା ନାହିଁ । ଶର୍ମିଷ୍ଠା ଓ ତାର ସହଯୋଗୀ ଝୁନା ଭୋଇକୁ ଧରିବା ପାଇଁ କ୍ରାଇମ୍ ବ୍ରାଞ୍ଚ ଟିମ ର ଦୁଇଟି ସ୍ବତନ୍ତ୍ର ଟିମ୍ ଓ ଭଦ୍ରକ ପୁଲିସ ର ସହାୟତାରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଶର୍ମିଷ୍ଠାକୁ ଧରିବାକୁ ଜାଲ ବିଛାଇ ଥିଲା ।

ଆଜି ଏଇ ଜାଲରେ ଧରାପଡିଛନ୍ତି ହତୟା‌କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା । ଶର୍ମିଷ୍ଠାଙ୍କୁ ଚାନ୍ଦବାଲି ଥାନା ନିଆଯିବା ପରେ କୋର୍ଟରେ ମଧ୍ୟ ହଜାର କରାଯାଇଛି । ଘଟଣାରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ବାରଟା ବେଳେ କ୍ରାଇମ ବ୍ରାଞ୍ଚ ଟିମ ଚାନ୍ଦବାଲି ପୁଲିସର ଏକ ମିଳିତ ଟିମ୍ ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଠାରୁ ଶର୍ମିଷ୍ଠା ଓ ତାର ସହଯୋଗୀ ଝୁନା ଭୋଇକୁ ଏକ ଘରୁ ଧରିବାରେ ସଫଳ ହୋଇଥିଲା ।

ଶର୍ମିଷ୍ଠାଙ୍କର ସଂପର୍କୀୟଙ୍କ ଫୋନ୍ ଟ୍ରାକିଂ କରି ତଦନ୍ତକାରୀ ଟିମ୍ ଆଜି ଶର୍ମିଷ୍ଠାଙ୍କୁ ଧରିବାରେ ସଫଳ ହୋଇଛି । ଶର୍ମିଷ୍ଠା ଓ ଝୁନାଙ୍କୁ କ୍ରାଇମ ବ୍ରାଞ୍ଚ ଟିମ୍ ଗିରଫ କରିବା ପରେ ତାଙ୍କୁ ଚାନ୍ଦବାଲି ଥାନା ଅଭିମୁଖେ ନେଇଥିଲେ । ଅପରାହ୍ନ ୪ଟା ବେଳେ ଅଭିଯୁକ୍ତଙ୍କୁ ଚାନ୍ଦବାଲି ଥାନା ପରିସରକୁ ନିଆଯାଇଥିଲା ।

ମାନସ ସ୍ବାଇଁ ଅପହରଣ ଓ ହତୟା‌ ଘଟଣାରେ ସଂପୃକ୍ତ ରହିଥିବା ଶର୍ମିଷ୍ଠା ଓ ଝୁନାକୁ ପୋଲିସ ଓ କ୍ରାଇମ ବ୍ରାଞ୍ଚ ଟିମ୍ ପଚରାଉଚରା କରିବା ପରେ ଅପରାହ୍ନ ସାଢେ ୫ଟାରେ ଦୁଇ ଅଭିଯୁକ୍ତଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟ ଚାଲାଣ କରା ଯାଇଥିଲା ।

ତେବେ ହତୟାକାଣ୍ଡ ସଂପର୍କରେ ଅଧିକ ତଦନ୍ତର ଆବଶ୍ୟକତା ଥିବା ବେଳେ କ୍ରାଇମ ବ୍ରାଞ୍ଚ ଟିମ୍ ସେମାନଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇ ପାରନ୍ତି ବୋଲି ଜଣାପଡିଛି । କ୍ରାଇମ ବ୍ରାଞ୍ଚ ଟିମ୍ ହାତରେ ଧରାପଡି ଗିରଫ ହେବା ପରେ ଏବେ ଶର୍ମିଷ୍ଠାଙ୍କର ସବୁ ଚାଲ ଧରାପଡିଯାଇଛି । ଏହା ପୂର୍ବରୁ ଏଇ ହତୟାକାଣ୍ଡରେ ସଂପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏଇ ସବୁ ଅଭିଯୁକ୍ତମାନେ ଏବେ ଜେ ଲ ଭିତରେ ରହିଥିବା ବେଳେ ଶର୍ମିଷ୍ଠାଙ୍କ ସହ ସାମିଲ ଥିବା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିରଂଜନ ସେଠୀ ଏବେ ଭଦ୍ରକ ଜେଲରେ ଦିନ କାଟୁଛନ୍ତି । ତେବେ ବର୍ତ୍ତମାନ ସବୁ ଗୁମର ଖୋଲିବ ଏବଂ ସବୁ ସତ କଥା ଶର୍ମିଷ୍ଠା କହିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *