କ୍ରାଇମବ୍ରାଞ୍ଚର ମାରାଥନ ଜେରା ବେଳେ ଭୋ-ଭୋ ହେଇ କାନ୍ଦି ପକେଇଲେ Sharmishtha Rout, ବଖାଣିଲେ ଗୋଟି ଗୋଟି କରି ସବୁ ସତ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସତ କହୁଛନ୍ତି ଶର୍ମିଷ୍ଠା । କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତୟଆ ର ଗୋଟି ଗୋଟି କଥା ତାଙ୍କ ମୁହଁ ରୁ ବାହାର କରୁଛି କ୍ରାଇମବ୍ରାଞ୍ଚ । ଆଜି ଠାରୁ ପାଞ୍ଚ ଦିନିଆ ରିମାଣ୍ଡରେ ଯାଇଛନ୍ତି ଶର୍ମିଷ୍ଠା ଙ୍କ ସମେତ ଅନ୍ୟ ଚାରି ଜଣ ଅଭିଯୁକ୍ତ । ସକାଳେ ସେମାନଙ୍କୁ ଚାନ୍ଦବାଲି ରୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ କୁ ଅଣା ଯାଇଥିଲା । ପ୍ରଥମେ ପଡ଼ିଥିଲା ଶର୍ମିଷ୍ଠା ଙ୍କ ପାଳି । ଶର୍ମିଷ୍ଠା ଙ୍କୁ ମାରାଥନ ଜେରା । ତାଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ।

କାହିଁକି ମାନସ ଙ୍କୁ ହତୟଆ କରିଲେ ? ମେମୋରୀ ଚିପ୍ ରେ କଣ ଥିଲା? କୁଆଡେ ଗଲା ମେମୋରୀ ଚିପ୍? ଆଶ୍ରମ କେୟାର ଟେକର ପାଇଥିବା ମାନସ ଙ୍କ ଚିଠି କୁଆଡ଼େ ଗଲା? କ୍ରାଇମବ୍ରାଞ୍ଚ ଆଗରେ ଏହି ସବୁ ପ୍ରଶ୍ନ ର ସତ ବଖାଣିଛନ୍ତି ଶର୍ମିଷ୍ଠା । ଜେରା ସମୟରେ ଭୋ ଭୋ ହୋଇ କାନ୍ଦି ପକାଇଲେ । ଚାରି ଅଭିଯୁକ୍ତ ଙ୍କୁ ଅଲଗା ଅଲଗା ଜେରା ହୋଇଛି । ଶର୍ମିଷ୍ଠା ସହଯୋଗୀ ଝୁନା ଭୋଇ ମଧ୍ୟ ଜେରା ସମୟରେ କାନ୍ଦି ପକାଇଥିଲେ ।

ତଦନ୍ତକାରୀ ଟିମ ଆଗରେ ସତ ମାନିଲେ ଶର୍ମିଷ୍ଠା ଓ ଝୁନା । କାରଣ ସେମାନଙ୍କ ପାଖରେ କୌଣସି ଉପାୟ ନଥିଲା । କ୍ରାଇମବ୍ରାଞ୍ଚ ତଥ୍ୟ ପ୍ରମାଣ ସାଉଁଟୁଛି । ଅଭିଯୁକ୍ତ ଙ୍କ କଲ ଡିଟେଲ ରେକର୍ଡ ମିଳିଛି । ଅପହରଣ ଦିନ ଶର୍ମିଷ୍ଠା ଙ୍କ ମୋବାଇଲ ଲୋକେଶନ ଚାନ୍ଦବାଲି ରୁ ଟ୍ରେସ ହୋଇଛି । ନିରଞ୍ଜନ ସେଠୀ ଙ୍କୁ ବି ଜେରା କରିଛି କ୍ରାଇମବ୍ରାଞ୍ଚ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ପୂର୍ବତନ ବୈଷୟିକ ନିର୍ଦେଶକ ମାନସ ସ୍ୱାଇଁ ହତୟଆ ର କାରପଟଦାର ।

ମାନସ ସ୍ୱାଇଁ ଙ୍କୁ ଆଣି ଭୁବନେଶ୍ୱର ର ଦୟାଲ ଆଶ୍ରମ ରେ ରଖା ଯାଇଥିଲା । ସେଦିନ ଆଶ୍ରମ ରେ ଥିଲେ ନିରଞ୍ଜନ । ତାଙ୍କ ମୋବାଇଲ ର ଲୋକେସନ ଟ୍ରେସ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ପ୍ରମାଣ ଆଧାର ରେ ନିରଞ୍ଜନ ଙ୍କୁ ପ୍ରଶ୍ନ ବାଣ ଠୁଙ୍କି ଥିଲେ ତଦନ୍ତକାରୀ ଅଫିସର । ଶର୍ମିଷ୍ଠା ଙ୍କୁ ପଚରା ଯାଇଥିବା ସମାନ ପ୍ରଶ୍ନ ର ସାମ୍ନା କରିଥିଲେ ନିରଞ୍ଜନ । ଏହା ସହିତ ଅନ୍ୟ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ ତଦନ୍ତକାରୀ ଟିମ୍ ।

ଶର୍ମିଷ୍ଠା ଙ୍କ ସହିତ ସମ୍ପର୍କ କଣ? କେବେଠାରୁ ଦୁହେଁ ଦୁହିଁଙ୍କୁ ଜାଣିଛନ୍ତି? ମାନସ ଙ୍କୁ ହତୟଆ ଷଡ଼ଯନ୍ତ୍ର ରେ ତାଙ୍କର ସମ୍ପୃକ୍ତି କଣ? ସେହିପରି ରଞ୍ଜନ ନାୟକ ଙ୍କୁ ବି ମାରାଥନ ଜେରା କରିଛି କ୍ରାଇମବ୍ରାଞ୍ଚ । ଗତକାଲି କୋଲକତା ରୁ ବସ ରେ ଭୁବନେଶ୍ୱର ଫେରିବା ସମୟରେ ଭଦ୍ରକ ରୁ ଧରା ପଡ଼ିଥିଲେ ଶର୍ମିଷ୍ଠା ରାଉତ ଏବଂ ସହଯୋଗୀ ଝୁନା ଭୋଇ । ବେଶ କିଛି ଦିନ ହେବ ପୋଲିସ କୁ ଚକମା ଦେଇ ରାଜ୍ୟ ତଥା ବାହାରେ ବୁଲୁଥିଲେ ।

ଏଟିଏମ୍ ଟ୍ରାନ୍ଜାକ୍ସନ ସେମାନଙ୍କୁ ପୋଲିସ ହାତରେ ଧରାଇ ଦେଲା । ପାଖରେ ଥିବା ଟଙ୍କା ସରି ଯିବାରୁ କୋଲକତା ରୁ ପ୍ରଥମେ ଟଙ୍କା ଉଠାଇଥିଲେ ଶର୍ମିଷ୍ଠା । ଏକଥା ଜାଣିବା ପରେ କୋଲକତା ଯାଇଥିଲା ପୋଲିସ ଏବଂ ଏକ ଟିମ । ପରେ ସେମାନେ ଭଦ୍ରକ ର ଏକ ଏଟିଏମ୍ ରୁ ଟଙ୍କା ଉଠାଇଥିଲେ । କ୍ରାଇମବ୍ରାଞ୍ଚ ଟିମ ଜାଣିବା ପରେ ଭଦ୍ରକ ନଳାଙ୍ଗ ଛକ ରେ ଜଗି ରହିଥିଲା ।

ବସ କୁ ଅଟକାଇ ଶର୍ମିଷ୍ଠା ଓ ଝୁନା ଙ୍କୁ ଧରିଥିଲେ । ଆଗକୁ ଅଭିଯୁକ୍ତ ଙ୍କୁ ଧରି କ୍ରାଇମ ସିନ୍ ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ଆବଶ୍ୟକ ହେଲେ ପଲିଗ୍ରାଫ ଟେଷ୍ଟ ବି ହୋଇପାରେ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *