‘ତପସ୍ୱିନୀ, ପ୍ରମିଳା ତ୍ରିପାଠୀ ଓ ତପସ୍ୱିନୀଙ୍କ ପରିବାର ମିଶି ଆମ ପରିବାରକୁ ନଷ୍ଟ କରିଦେଲେ, ମରିଗଲେ ବି ଆଉ…’ Audio କଲ କରି Sumit ଯାହା କହିଲେ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ତପସ୍ଵିନୀ ଓ ସୁମିତଙ୍କ ମାମଲାରେ ଗତ କାଲି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଏହି ମାମଲାରେ ଜନସାଧାରଣ ମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଛି ଓ ଏହାର ପରିଣାମ ସୁମିତଙ୍କ ଘର ଲୋକଙ୍କୁ ସହିବାକୁ ପଡିଛି । ଗତ କାଲି ରାତିରେ କିଛି ମହିଳା ମାନେ ଜୋର ଜବରଦସ୍ତ ପ୍ରମୋଦ ସାହୁଙ୍କ ଘର ଗେଟ ଭାଙ୍ଗି ପଶି ଯାଇଥିଲେ । ଗେଟ ଭାଙ୍ଗିବା ପରେ ପ୍ରମୋଦ ସାହୁ ଏକ ଅଡିଓ କଲ୍ ରେ ନିଜର ପ୍ରତିକ୍ରିୟା ଦେଇଥିଲେ ତେବେ ବର୍ତ୍ତମାନ ସୁମିତ ସାହୁ ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ବନ୍ଧୁଗଣ ସୁମିତ ଏକ ଅଡିଓ କଲ୍ ଛାଡି ନିଜର ପ୍ରତିକ୍ରିୟା ଦେଇଛନ୍ତି ତେବେ ସୁମିତ କଣ ସବୁ କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୁମିତ ସେହି ଅଡିଓ କଲ୍ ରେ କହୁଛନ୍ତି-‘ଦେଖନ୍ତୁ ସାର ଆମେ ମାନେ କୋର୍ଟକୁ ଯାଉଛୁ ଆମେ କୋର୍ଟ ଓ କୋର୍ଟ ଆଦେଶକୁ ସମ୍ମାନ କରୁଛୁ । ହେଲେ ସେମାନେ ଆମ ଘର, ଲାଇଫ ସମ୍ପତ୍ତି ନଷ୍ଟ କରିଦେଲେ ।

ସେ ତପସ୍ଵିନୀ ଦାସ ତାଙ୍କ ପରିବାର ଓ ପ୍ରମିଳା ତ୍ରିପାଠୀ ମିଶି ଆମ ଘର ଗେଟ ଭାଙ୍ଗି ପଶି ଛନ୍ତି । ଘରେ ମା ହାର୍ଟ ପେସେଣ୍ଟ ଜେଜେ ମା ବେଡରେ ପଡିଛନ୍ତି ବାପା ଏଠି କାନ୍ଦି କାନ୍ଦି ରହିଲେଣି’ । ଆଗକୁ ସୁମିତ କହିଛନ୍ତି-‘ନଷ୍ଟ କରିଦେଲେ ସାର ସବୁ ଜୀବନ ଆମର ସେମାନେ ନଷ୍ଟ କରିଦେଲେ । ଏସବୁ କରି କୋର୍ଟର ସମ୍ମାନ କରି ନାହାନ୍ତି ଗୋଟେ ଅଫିସରର ସମ୍ମାନ କରିଲେ ନାହିଁ ଏମିତିକି କାହାର ବି ସମ୍ମାନ ରଖିଲେ ନାହିଁ ।

ସବୁ ଭାଙ୍ଗିକୁ ନଷ୍ଟ କରିଦେଲେ । ଭଡା ଘର କଥା କିଛି ହେଇ ନାହିଁ ସାର ତାଙ୍କର ଆପିଲ କରି ରିଜେକ୍ଟ କରି ଦେଇଛନ୍ତି କୋର୍ଟ । ଆଉ ଆମେ ବି ଆପିଲ କରି ସାରିଛୁ ଆଉ ଭଡା ଘର କଥା କିଛି ନାହିଁ’ । ଆଗକୁ ସୁମିତ କହିଛନ୍ତି-‘ଏବେ କୋର୍ଟର ନ୍ୟାୟ ଉପରେ ଆମେ ସବୁ ଭରସା କରୁଛୁ । ଆମେ ସମସ୍ତଙ୍କୁ ଜଣାଉଛୁ ଆଉ ଆଶା କରୁଛୁ ସମସ୍ତେ ଆମର ସାହାର୍ଯ୍ୟ କରିବେ ଓ ଆମକୁ ନ୍ୟାୟ ଦେବେ ।

ଏ ସବୁ ବହୁତ ଭୁଲ ହେଉଛି ସାର କୋର୍ଟର ଆଉ ପ୍ରଶାସନର କଣ କିଛି ବି ମୂଲ୍ୟ ନାହିଁ । ଯଦି କୋର୍ଟ ଆଉ ପ୍ରଶାସନ ଅଛି ତା ହେଲେ ଏମାନେ କାହିଁକି ଏ ସବୁ ଜିନିଷ କରୁଛନ୍ତି । ଆପଣ ମାନେ ଭିଡିଓରେ ଦେଖୁଥିବେ ତାଙ୍କର ଆଚରଣ କେମିତି ଅଛି । ମୋ ଜୀବନ ଆଉ ମୋ ପରିବାରର ଜୀବନ ଅସୁରକ୍ଷିତ ଅଛି । ମିଳନ ଆଉ କେବେବି ହେବ ନାହିଁ ଆଉ ସାତ ଜନ୍ମରେ ବି ମିଳନ ହେବ ନାହିଁ’ ।

Leave a Reply

Your email address will not be published. Required fields are marked *