Malika Bachan- ପୁରୀ ମନ୍ଦିରରୁ ମିଳିଲା କଳିଯୁଗ ଶେଷ ହେବାର 5 ସଂକେତ, ସତ ହେଲା ମାଳିକା ଭବିଷ୍ୟବାଣୀ !

ବନ୍ଧୁଗଣ ଗୋଟେ ପରେ ବୈଜ୍ଞାନିକ ଓ ଆଉ ଗୋଟେ ପଟେ ସାଧୁ ସନ୍ଥ । ବୈଜ୍ଞାନିକ ମାନେ କୁହନ୍ତି ଯେ, ଏହି ପୃଥିବୀର ଧ୍ଵଂସ ନିଶ୍ଚୟ ହେବ ଆଉ ସାଧୁ ସନ୍ଥ ମାନେ କୁହନ୍ତି ଯେ କଳିଯୁଗର ଅନ୍ତ ନିଶ୍ଚୟ ହେବ । ତା ହେଲେ କଣ ସତରେ କଳିଯୁଗର ଅନ୍ତ ପାଖେଇ ଆସିଲାଣି । କଳିଯୁଗର ଅନ୍ତ ହେବ ନା ନାହିଁ ତାହା ତ ଜଣା ନାହିଁ କିନ୍ତୁ ଏମିତି କିଛି ସଂକେତ ମିଳିଛି ଯାହାଦ୍ୱାରା ଜଣା ପଡିଛି ଯେ, କଳିଯୁଗର ଅନ୍ତ ପାଖେଇ ଆସିଲାଣି ।

ଆଜି ଆମେ ଆପଣ ମାନଙ୍କୁ ସେହି ସଂକେତ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ମାଳିକାରେ ଲେଖା ହେଇଛି । ୧. ୬୦୦ ବର୍ଷ ତଳେ ମହାପରୁଷ ଅଚ୍ୟୁତାନନ୍ଦ ଲେଖିଥିଲେ ଯେ କଳିଯୁଗ ଶେଷ ସମୟରେ ଚାରୋଟି ରୋଗ ସବୁ ଘରେ ହେବ । ସେହି ରୋଗ ଗୁଡିକ ହେଲା ରକ୍ତଚାପ, ମଧୁମେହ, ହୃଦଘତ ଓ ବାୟୁ ରୋଗ । ଯୁଗ ଥିଲେ ଏହି ସବୁ ରୋଗ ବହୁତ କମ ହେଉଥିଲା ହେଲେ ଏବେ ଏହି ରୋଗ ଅଧିକାଂଶ ଲୋକଙ୍କର ଅଛି ।

୨. ମାଳିକାରେ ଲେଖା ହେଉଛି ଲୋକମାନେ କାଗଜ ପତ୍ରରେ ଖାଦ୍ୟ ଖାଇବେ ଆଉ ବର୍ତ୍ତମାନ ଏହା ଆମ ଜୀବନରେ ଏକ ଅଂଶ ପାଲଟି ଯାଇଛି । ସେ ଜନ୍ମ ଦିନ ହେଉ ବା ମରଣ କାର୍ଯ୍ୟ ସବୁ କାର୍ଯ୍ୟରେ ଲୋକମାନେ କାଗଜ ପ୍ଳେଟରେ ଖାଦ୍ୟ ଗ୍ରହଣ କରୁଛନ୍ତି । ବନ୍ଧୁଗଣ ମାଳିକା ବଚନରେ ଯାହା ଲେଖା ହେଇଛି ତାହା ସତ ହେଇଛି ।

୩. ମାଳିକାରେ ଲେଖା ହେଇଛି ଏମିତି ଏକ ସମୟ ଆସିବ ଯେବେ ସ୍ତ୍ରୀ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବ ଆଉ ସ୍ଵାମୀ ନିଜ ସ୍ତ୍ରୀକୁ ଛାଡପତ୍ର ଦେବ । ଏପରି କି ମହିଳା ମାନେ ନିଜ ଗର୍ଭ ମଧ୍ୟ ନଷ୍ଟ କରିବେ । ଏହା ତ ଥିଲା ଦୁନିଆ କଥା ମାଳିକାରେ ଜଗନ୍ନାଥ ମନ୍ଦିର ବିଷୟରେ ବି କିଛି କୁହାଯାଇଛି । ପ୍ରଥମେ ହେଉଛି ପୁରୀ ମନ୍ଦିରର ଉପରୁ ଏକ ପଥର ପଡିବ ଆଉ ଦ୍ଵିତୀୟଟି ହେଉଛି ଓଡିଶାକୁ ଏକ ବଡ ବାତ୍ୟା ଆସିବ ଯାହାଦ୍ୱାରା ଲୋକମାନେ ରୋଗାକ୍ରାନ୍ତ ହୋଇ ମାରିବେ ।

ତୃତୀୟରେ ପୁରୀ ମନ୍ଦିର ବାନାରେ ନିଆଁ ଲାଗିଯିବ ବନ୍ଧୁଗଣ ବାସ୍ତବରେ ଏହା ସତ ହୋଇଛି । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ପୁରୀ ମନ୍ଦିରରେ ପଥର ପଡିବା କଥା ହେଉ ବା ବାନାରେ ନିଆଁ ଲାଗିବା କଥା ସବୁ ସତ ହେଇଛି । ମାଳିକାରେ ଭବିଷ୍ୟତ ପାଇଁ ଲେଖା ହେଇଛି ବ୍ରାହ୍ମଣ ମାନେ ମଦ ମାଂସ ଖାଇବେ, ସାତ ରାତି ଅନ୍ଧକାର ହେବ, ଗୁଣ୍ଡା ମଅଦୁଆ ମାନେ ଖଣ୍ଡା ଧରି ବୁଲିବେ ଆଉ ମନ୍ଦିର ଭାଙ୍ଗିବେ, ଉଳଗଘ୍ନ ହୋଇ ନାରୀ ମାନେ ବୁଲିବେ, ନାରୀ ଅଧୀନରେ ରହିବେ ପୁରୁଷ ଓ ସାରା ଦୁନିଆରେ ହେବ ଟଙ୍କାର ଅଭାବ ।

ଏସବୁ ଲକ୍ଷଣ ଯେବେ ପ୍ରତିଦିନ ଦେଖାଯିବ ସେବେ ଆପଣ ଭାବିବେ ଯେ କଳିଯୁଗର ଅନ୍ତ ପାଖେଇ ଆସିଲାଣି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *