ସତ ହେଲା ଝିଅର କବିତା, ଦେଶ ପାଇଁ ପରିବାରକୁ ଅଧୁରା କରି ଚାଲିଗଲେ ବ୍ରିଗେଡିୟର୍‌, ଦେଖନ୍ତୁ କବିତାରେ ଏମିତି କଣ ଲେଖିଥିଲେ ବ୍ରିଗେଡିୟରଙ୍କ ଝିଅ

ନମସ୍କାର ବନ୍ଧୁଗଣ ତେବେ ତାମିଲନାଡୁର କୁନୁର୍‌ ନିକଟରେ ସେନା ହେଲିକପ୍ଟର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତର ପ୍ରଥମ ‘ସିଡିଏସ୍‌’ ବିପିନ୍‌ ରାୱତ୍‌, ତାଙ୍କ ପତ୍ନୀ ଏବଂ ଆଉ ୧୧ଜଣ ସାହସୀ ଯବାନଙ୍କ ପାଇଁ ଭାରତ ଶୋକାତୁର ହୋଇପଡ଼ିଥିବା ବଳେ ଉକ୍ତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ରିଗେଡିୟର୍‌ ଏଲ୍‌.ଏସ୍‌. ଲିଦ୍ଦର୍‌ଙ୍କ ଝିଅ ଆଶ୍‌ନା ଦେଶର ଯବାନଙ୍କ ଉଦ୍ଦେଶ୍ୟରେ ଆବୃତ୍ତି କରିଥିବା ଗୋଟାଏ କବିତା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି ।


କାକତାଳୀୟ ନ୍ୟାୟରେ, ବାପାଙ୍କ ଦେହାନ୍ତ ହେବାର ପ୍ରାୟ ୪ ଦିନ ପୂର୍ବରୁ ସେ ଏହି କବିତା ପାଠ କରିଥିଲେ । ଉକ୍ତ କବିତାପାଠ ଅଧିବେଶନରେ ଯୋଗ ଦେଇଥିବା ପୁଡ୍ଡୁଚେରୀର ପୂର୍ବତନ ରାଜ୍ୟପାଳ ତଥା ଭାରତର ପ୍ରଥମ ମହିଳା ‘ଆଇପିଏସ୍‌’ ଅଫିସର୍‌ କିରଣ ବେଦୀ ଉକ୍ତ ଘଟଣାକୁ ଅଶୁଭସୂଚକ କହି ୧୬ ବର୍ଷୀୟ ଆଶନା ଲିଦ୍ଦର ପାଠ କରିଥିବା କବିତାଟିକୁ ଟୁଇଟର୍‌ରେ ସେୟାର୍‌ କରିଛନ୍ତି ।

ତେବେ ଉକ୍ତ ଭିଡିଓରେ ଦେଖାଯାଉଛି, ଡିସେମ୍ବର ୩ ତାରିଖ ଦିନ କିଶୋରୀ ଆଶନା ନିଜ ରଚିତ କବିତା ‘ନିଶ୍ବାର୍ଥ ସ୍ବାଧୀନତା’ର କେତୋଟି ପଙ୍‌କ୍ତି ଆବୃତ୍ତି କରୁଛନ୍ତି । କବିତା ପାଠ କରିବା ପୂର୍ବରୁ ଆଶନା କହୁଛନ୍ତି ଯେ ସ୍ବାଧୀନତା ଦିବସରେ ସେ ଉକ୍ତ କବିତାଟିକୁ ଲେଖିଥିଲେ । କୃତଜ୍ଞତା ମିଳିବାର ଭରସା ନ ଥାଇ ଆତ୍ମବଳି ଦେବାକୁ ପ୍ରସ୍ତୁତ ଲୋକମାନଙ୍କ ପ୍ରତି ଏହି କବିତାଟିକୁ ଉତ୍ସର୍ଗ କରାଯାଇଛି ।


ଆଜି ବାସ୍ତବ ହୋଇଯାଇଥିବା ଏହି କବିତାଟି ଆଜି ସାମାଜିକ ଗଣମାଧ୍ୟମରେ ଦ୍ରୁତ ବେଗରେ ସମ୍ପ୍ରସାରିତ ହୋଇ ଚାଲିଛି । ନିୟତି କ୍ରୂରତାକୁ ଅନୁଭବ କରି ଲୋକେ ଲୁହ ଅଟକାଇପାରୁ ନାହାନ୍ତି । ତେବେ ବ୍ରିଗେଡିୟରଙ୍କ ପତ୍ନୀ ଗୀତିକା ଏବଂ ଝିଅ ଆସନା ତାଙ୍କୁ ଶେଷ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପତ୍ନୀ ଗୀତିକା ତାଙ୍କ କଫିନ୍‌କୁ ଧରି କାନ୍ଦି ପକାଇଥିଲେ ଏବଂ କଫିନରେ ଚୁମ୍ବନ ଦେଉଥିବା ଫଟୋ ଲୋକଙ୍କୁ ଭାବପ୍ରବଣ କରିଦେଇଥିଲା ।

ବ୍ରିଗେଡିୟରଙ୍କ ଝିଅ ଆସନା କହିଥିଲେ କି ମତେ ୧୭ ବର୍ଷ ହେବାକୁ ଯାଉଛି । ଦୀର୍ଘ ୧୭ ବର୍ଷ ଧରି ମୋ ବାପା ମୋ ସହ ଥିଲେ । ମୋ‌ ବାପା ଜଣେ ହିରୋ ଥିଲେ ଏବଂ ସେ ମୋର ବେଷ୍ଟ୍‌ ଫ୍ରେଣ୍ଡ୍‌ ଥିଲେ । ତେବେ ସେ ମତେ ସବୁଠାରୁ ବେଶୀ ପ୍ରେରଣା ଦେଉଥିଲେ । ତାଙ୍କର ବିୟୋଗ ଏକ ଜାତୀୟ କ୍ଷତି ।


ବ୍ରିଗେଡିୟର ଏଲ୍‌ଏସ ଲିଡର ଜେନେରାଲ ରାୱତଙ୍କର ଜଣେ ଶୀର୍ଷ ସହଯୋଗୀ । କିଛି ଦିନ ପରେ ତାଙ୍କର ମେଜର ଜେନେରାଲ୍‌ ରୢାଙ୍କ୍‌କୁ ପଦୋନ୍ନତି ହୋଇଥାନ୍ତା । ବ୍ରିଗେଡିୟର ଏଲଏସ ଲିଡରଙ୍କୁ ସେନା ମେଡାଲ ଏବଂ ବିଶିଷ୍ଟ ସେନା ମେଡାଲ ମିଳିଛି । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *