କେବଳ 7 ଦିନ ଏମିତି କ୍ଷୀର ବନେଇ ପିଅନ୍ତୁ, ଅଣ୍ଟା-ଆଣ୍ଠୁଗଣ୍ଠି ବିନ୍ଧା,ରକ୍ତର ଅଭାବ, ଆଖିରୁ ଚଷମା ହେବ ଦୂର (Health Tips)

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏକ ଏପରି କ୍ଷୀର ବିଷୟରେ କହିବାକୁ ଯାଉଛୁ ଯାହା ଭିଟାମିନ ଓ ମିନିରାଲ୍ସରେ ଭରପୁର ଅଟେ । ଏହି କ୍ଷୀର ଏତେ ସ୍ଵାଦିଷ୍ଟ ଅଟେ କି ଆପଣ ମାନେ ପ୍ରତିଦିନ ପିଇଲେ ବି ଆପଣଙ୍କ ମନ ଭରିବ ନାହିଁ । ଏହି କ୍ଷୀର ସ୍ଵାଦିଷ୍ଟ ହେବା ସହ ଆମ ଶରୀର ପାଇଁ ବହୁତ ଲାଭଦାୟକ ମଧ୍ୟ ରହିଛି । ସହଜରେ ମିଳି ପାରୁଥିବା ଜିନିଷ ସାହାର୍ଯ୍ୟରେ ଆମେ ଏହାକୁ ବନେଇବା । ଶୀତ ଦିନରେ ଏହାକୁ ବନେଇ ସେବନ କରିବା ଦ୍ଵାରା ଏହା ଆମ ଶରୀରକୁ ଲାଭ ଦେଇଥାଏ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି କ୍ଷୀର ବିଷୟରେ । ଆମକୁ ଏଥିପାଇଁ ଦରକାର ଲୋ ଫ୍ୟାଟ କ୍ଷୀର ଅର୍ଥାତ ଯେଉଁ ତିରେ ଫ୍ୟାଟର ମାତ୍ରା କମ ଥିବ । ଆପଣ ମାନେ କ୍ଷୀରରୁ ଫ୍ୟାଟ ବା ମଲେଇ କାଢି ଦିଅନ୍ତୁ । ଯଦି ଆପଣ ନିଜର ଓଜନ ବଢାଇବାକୁ ଚାହୁଁଛନ୍ତି ତା ହେଲେ ଆପଣ ମାନେ ମଲେଇ ବାଲା କ୍ଷୀର ପିଇ ପାରିବେ । ବନ୍ଧୁଗଣ ଏହି ଉପଚାର ପାଇଁ ଆମକୁ ଦ୍ଵିତୀୟ ସାମଗ୍ରୀ ଦରକାର ଶୁଖିଲା ଖଜୁରୀ ଯାହାକୁ ଆମେ ଛୁଆରା ବୋଲି ମଧ୍ୟ କହିଥାଉ ।

ଆପଣ ମାନେ ଯେକୌଣସି ଗ୍ରୋସରି ଦୋକାନରୁ ଏହା କିଣି ପାରିବେ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭଦାୟକ । ଆପଣ ମାନେ ଏକ କପ୍ କ୍ଷୀରରେ ପାଞ୍ଚଟି ଛୁଆରାର ପ୍ରୟୋଗ କରନ୍ତୁ ଓ ଏହାକୁ ୩ ରୁ ୩ ଘଣ୍ଟା ପାଇଁ ରଖିଦିଅନ୍ତୁ । କ୍ଷୀର ସହ ଏହି ଶୁଖିଲା ଖଜୁରୀର ସେବନ କରିବା ଦ୍ଵାରା ଅନିଦ୍ରା, ଜ୍ଵର, ଥଣ୍ଡା ଓ ପେଟ ସମସ୍ୟା ଆଦି ଦୂର ହୋଇଥାଏ ।

ଏହା ସହ ଆପଣଙ୍କ ହାର୍ଟ ସୁସ୍ଥ ରହିଥାଏ ଓ ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଦୂର ହୋଇଥାଏ । ଏହା ଆମ ସ୍କିନ ଓ କେଶ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ କାରଣ ଏଥିରେ ଭିଟାମିନ A ଏବଂ E ରହିଥାଏ । ଆପଣ ମାନେ ସେହି ଶୁଖିଲା ଖଜୁରୀକୁ ପେଶୀ ଦିଅନ୍ତୁ । ଏହା ପରେ ଆପଣ ଏଥିରେ ଆଲମଣ୍ଡର ବ୍ୟବହାର କରିବା ।  ଏହି ବାଦାମକୁ ଆପଣ ପ୍ରଥମେ ଛୋଟ ଛୋଟ କରି କାଟି ଦିଅନ୍ତୁ ।

ଏହା ପରେ ଆପଣ ଗ୍ଯାସରେ ଏକ ପାତ୍ର ବସାନ୍ତୁ । ସେଥିରେ ଅଢେଇ କପ୍ ବିନା ମଲେଇର କ୍ଷୀର ଢାଳନ୍ତୁ । ଏଥିରେ ଆପଣ ମାନେ କଟା ଆଲମଣ୍ଡ ଓ ଅଧ ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ । ଏହା ପରେ ଆପଣ ଏଥିରେ ସେହି ଖଜୁରୀ ପେଷ୍ଟ ପକାଇ ଦିଅନ୍ତୁ । କମ ସେ କମ ଏହାକୁ ଆପଣ ୧୦ ମିନିଟ ଯାଏ ଫୁଟାନ୍ତୁ ଏହା ପରେ ଆମ କ୍ଷୀର ପ୍ରସ୍ତୁତ ହୋଇଯିବ ।

ଆପଣ ମାନେ ଏହି କ୍ଷୀରକୁ ଅଳ୍ପ ଉଷୁମ ଥିବା ବେଳେ ପିଅନ୍ତୁ । ଏହି କ୍ଷୀରରୁ ଆପଣ ମାନଙ୍କୁ ଅନେକ ଲାଭ ମିଳିବ । ତେବେ ଏହି ଲେଖା ଆପଣଙ୍କ ମତାମତ ନିଶ୍ଚିତ ଆମକୁ କମେନ୍ଟ କରି ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *