ହାଇକୋର୍ଟଙ୍କ ବଡ ନିପତ୍ତି, ଶାଶୁ-ଶ୍ବଶୁରଙ୍କୁ ବୋହୁ ଦେବ ଭରଣ ପୋଷଣ, କିନ୍ତୁ ରହିଛି ଏହି ସର୍ତ୍ତ…

ବନ୍ଧୁଗଣ, ଭାରତୀୟ ଆଇନ ମୁତାବକ ପୁଅ ବୃଦ୍ଧ ବାପା ମା’ ଙ୍କର ସମସ୍ତ ଖର୍ଚ୍ଚ ବହନ କରିବାର ଆଇନ ରହିଛି । ଏହା ସହିତ ଯଦି ଜଣେ ସ୍ଵାମୀ ତାଙ୍କ ସ୍ତ୍ରୀ ଙ୍କୁ ଛାଡପତ୍ର ଦେଉଛନ୍ତି ତେବେ ମହିଳା ଜଣଙ୍କୁ ତାହାର ଭରଣ ପୋଷଣ ସ୍ଵାମୀ ଙ୍କୁ ଦେବାକୁ ହେବ ବୋଲି ମଧ୍ୟ ଆଇନ ରହିଅଛି । ମାତ୍ର ଆପଣ ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କିଛି କ୍ଷେତ୍ରରେ ଯଦି ପୁଅର ମୃ-ତ୍ୟୁ ହୋଇ ଯାଉଅଛି ତେବେ ପୁଅ ର ସ୍ତ୍ରୀ କୁ ବୃଦ୍ଧ ବାପା ମା’ ଙ୍କ ଭରଣ ପୋଷଣ ଦେବାକୁ ହେବ ।

ଏହି ପ୍ରସଙ୍ଗରେ ବର୍ତ୍ତମାନ ପଞ୍ଜାବ ଏବଂ ହରିୟାନା ହାଇକୋର୍ଟ କିଛି ଗୁରୁତ୍ଵ ପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଉଭୟ କୋର୍ଟ ଏକ ସମାନ ମାମଲାର ରାୟ ଶୁଣାଇ କହିଛନ୍ତି ଯେ ଅର୍ଦ୍ଧସାରିକ ବାହିନୀରେ ଚାକିରି କରିଥିବା ଯୁବକର ମୃ-ତ୍ୟୁ ହୋଇଯାଏ ଏବଂ ତାଙ୍କ ସ୍ଵାମୀ ଙ୍କୁ ଅନୁକମ୍ପା ମୂଳକ ଚାକିରି ମିଳିଛି ଏବଂ ସ୍ତ୍ରୀ ଜଣଙ୍କ ଅନ୍ୟତ୍ର ବିବାହ କରୁଛନ୍ତି, ତେବେ ଏହି କ୍ଷେତ୍ରରେ ସମ୍ପୃକ୍ତ ମହିଳାଙ୍କୁ ତାଙ୍କ ଶାଶୁ ଶ୍ବଶୁରଙ୍କୁ ଭରଣ ପୋଷଣ ଦେବାକୁ ପଡିବ ।

ଏହା ସହିତ ଦ୍ଵିତୀୟ ସ୍ଵାମୀ ଙ୍କ ଠାରୁ ଜନ୍ମ ହୋଇଥିବା ପିଲାଙ୍କ ଭରଣ ପୋଷଣ ଆଳରେ ବୋହୂ ଶାଶୁ ଶ୍ଵଶୁରଙ୍କୁ ଭରଣ ପୋଷଣ ଦେବାକୁ ମନା କରି ପାରିବେ ନାହିଁ । କେବଳ ସେତିକି ନୁହେଁ ଯଦି ମୃତ ସ୍ଵାମୀ ଙ୍କର ଅନ୍ୟ କେହି ଭାଇ ଥାନ୍ତି ଓ ସେମାନଙ୍କ ପାଖରେ ସମ୍ପତ୍ତି ଥାଏ କିନ୍ତୁ ମୃ-ତ ପୁଅର ସ୍ତ୍ରୀ ଶାଶୁ ଶ୍ଵଶୂରଙ୍କୁ ଭରଣ ପୋଷଣ ଦେବାକୁ ମନା କରି ପାରିବେ ନାହିଁ ।

ପଞ୍ଜାବା ଏବଂ ହରିୟାନା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ରାଜବୀର ସହରାବତ ସିଆଇଏସଏଫର ଜଣେ ମହିଳା କନେଷ୍ଟବଳଙ୍କ ଅଭିଯୋଗର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଏହି ମହିଳା କନେଷ୍ଟବଳଙ୍କୁ ନିଜ ଦରମାର 25 ପ୍ରତିଶତ ତାଙ୍କ ମୃ-ତ ସ୍ଵାମୀ ଙ୍କ ପିତା ମାତା ଙ୍କୁ ଦେବାକୁ ହେବ ବୋଲି ସିଆଇଏସଏଫ ତରଫରୁ ନିର୍ଦ୍ଧେଶ ଦିଆଯାଇଥିଲା । ସିଆଇଏସଏଫଙ୍କ ଏଭଳି ନିର୍ଦ୍ଧେଶକୁ ମହିଳା ଜଣଙ୍କ ହାଇକୋର୍ଟ ରେ ଚ୍ୟାଲେଞ୍ଜ କରିଥିଲେ ।

ଅଭିଯୋଗକାରୀ ମହିଳା କନେଷ୍ଟବଳଙ୍କ ସ୍ଵାମୀ କୂଳଦୀପ ସିଂ ସିଆଇଏସଏଫର ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । କୌଣସି କାରଣରୁ 1998 ଫେବୃଆରୀ 3 ତାରିଖ ରେ ତାଙ୍କର ମୃ-ତ୍ୟୁ ହୋଇଥିଲା ଏହାପରେ ମହିଳା ଜଣଙ୍କୁ ଅନୁକମ୍ପା ଭିତ୍ତିରେ ସ୍ଵାମୀଙ୍କ ସ୍ଥାନରେ ଚାକିରୀ ମିଳିଥିଲା । ତେବେ ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *