ନମସ୍କାର ବନ୍ଧୁଗଣ, ଅଭିନେତ୍ରୀ ଲିପ୍ସା ଙ୍କର ଧୁମା ଧାମରେ ତ ବିବାହ ଆପଣ ମାନେ ଦେଖିଥିବେ ନିଶ୍ଚୟ । ତାଙ୍କ ଜୀବନ ଏହି ଖୁସିକୁ ଖୁବ ଉପଭୋଗ କରିଛନ୍ତି । ତାଙ୍କ ମୁହଁର ହସ କହିଦେଉଛି ତାଙ୍କ ସ୍ଵାମୀ ଆକାଶଙ୍କୁ ପାଇ ସେ କେତେ ଖୁସି । ତେବେ ତାଙ୍କ ବିବାହ ପରେ ବର୍ତ୍ତମାନ ତାଙ୍କ ରିସେପ୍ସନ ପାର୍ଟି ମଧ୍ୟ ସରିଛି । ତେବେ ରିସେପ୍ସନ ପାର୍ଟି କିଭଳି ଥିଲା କଣ ସବୁ ବ୍ୟବସ୍ତା କରଯାଇଥିଲା ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ତାଙ୍କ ସ୍ପେସିଆଲ ଦିନର କିଛି କଥା ।
ଲିପ୍ସା ତାଙ୍କ ସ୍ଵାମୀ ଆକାଶଙ୍କ ସହ ଲାଇଟ ପିଙ୍କ କଲର ଗେଟପରେ ଥିବା ବେଳେ ଆକାଶ ବ୍ଲାକ କଲର ସୁଟରେ ଥିଲେ । ଯୋଡି ଦେଖିବା ପାଇଁ ବହୁତ ସୁନ୍ଦରା ଲାଗୁଥିଲା । ଦୁଇ ଜଣଙ୍କ ମୁହଁରେ ହସ ଅଟକୁ ନଥିଲା । ସମସ୍ତଙ୍କୁ ବହୁତ ଖୁସିରେ ସ୍ଵାଗତ କରୁଥିଲେ ଉଭୟ । ଏବଂ ଫଟୋ ମଧ୍ୟ ଉଠାଉଥିଲେ । ତାଙ୍କ ବ୍ୟାକ ଗ୍ରାଉଣ୍ଡ ଷ୍ଟେଜ ଗ୍ରୀନ ୱ୍ହାଇଟ ଥିଲା ଆଉ ଦେଖିବା ପାଇଁ ବହୁତ ସୁନ୍ଦର ଲାଗୁଥିଲା ।
ସେମାନେ ଷ୍ଟେଜ ଉପରେ ଠିଆ ହୋଇ ଅତିଥିଙ୍କୁ ସ୍ଵାଗତ କରୁଥିବା ବେଳେ ତାଙ୍କ ସାମ୍ନାରେ ଆଉ ଏକ ଷ୍ଟେଜ ରହିଥିଲା । ଆଉ ସେଠାରେ ସଂଗୀତର ଧମାଲ । ଆସିଥିଲେ ଗୀତିକାର ଗାଉଥିଲେ ଗୀତ । ସେପଟେ ଚାଲିଥିବା ଖାଇବାର ଆୟୋଜନ । ଅନେକ ପ୍ରକାରର ଖାଇବା ସବୁ କରିଥିଲେ ଆକାଶ ତାଙ୍କ ରିସେପ୍ସନ ପାର୍ଟିରେ । ଜଳୁଥିବା ପାନର ମଜା ମଧ୍ୟ ନେଉଥିଲେ ଲୋକେ ।
ଗ୍ରାଣ୍ଡ ୱେ ରେ ହୋଇଥିବା ତାଙ୍କ ବିବାହ ପରେ ତାଙ୍କ ରିସେପ୍ସନ ମଧ୍ୟ ଗ୍ରାଣ୍ଡ ୱେ ରେ ହୋଇଛି । ତାଙ୍କ ବିବାହର ଖବର ବର୍ତ୍ତମାନ ପୁରା ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ସେ ଯେଉଁଭଳି ଇଚ୍ଛା ସବୁ ରଖିଥିଲେ ବିବାହ ପାଇଁ ସେସବୁକୁ ଉଭୟ ମିଶି ବେସ ଭଲ ଭାବରେ ଆୟୋଜନ କରିଛନ୍ତି ।
ଆକାଶ ଏବଂ ଲିପ୍ସାଙ୍କ ଯୋଡି ବର୍ତ୍ତମାନ ସୁପର ଯୋଡି ହୋଇସାରିଛି । ଉଭୟଙ୍କ ମଧ୍ୟରେ ଥିବା ଭଲ ପାଇବା ମୁହଁରେ ଝଲସୁଛି ଆଉ ତାହା ହିଁ ତାଙ୍କ ଯୋଡିକୁ ଆକର୍ଷଣୀୟ ବନାଉଛି । ଆସ କରୁଛୁ ଆକାଶ ଏବଂ ଲିପ୍ସାଙ୍କ ଯୋଡି ସାରା ଜୀବନ ପାଇଁ ଏମିତି ହିଁ ରହୁ । ଆଉ ଉଭୟ ଉଭୟଙ୍କ ହାତ ଧରି ବାଟ ଚାଲନ୍ତୁ ।