ବନ୍ଧୁଗଣ, “ତୁ ମୋ କହ୍ନେଇ ତୁ ମୋ ଜଗା, ଆ ତତେ ଦେବି ମୋ କୋଳେ ଜାଗା” । ଏହିଭଳି ଲିପସିଙ୍ଗ କରିବା ସହିତ ସାରଥି ବାବା ଙ୍କ ଫଟୋ କୁ ଅନାଇ ବସିଛନ୍ତି ଏହି ଭକ୍ତ ଜଣକ । ତେବେ ଏହି ମହିଳା ଜଣଙ୍କ ନିଜକୁ ଭକ୍ତ ଭାବୁଛନ୍ତି ସାରଥି ବାବା ଙ୍କର । ଏବଂ ସାରଥି ଙ୍କୁ ଭଗବାନ ଭାବରେ ସଜାଇ ରଖିଛନ୍ତି । ତେବେ ଯାହା ଜଣା ପଡୁଛି ଏହିଭଳି ଭକ୍ତ ଥିଲେ ପାହାଡ ତଳୁ ମଧ୍ୟ ମାଟିତାଡି ଭଗବାନ ପଳାଇ ଆସିବେ ।
ଭକ୍ତି ମାନେ ଆପଣ ଏହି ଭିଡିଓ କୁ ଦେଖିଲେ ଜାଣିପାରିବେ ଯେ ପ୍ରତିଟି ଶୈଳୀ ଏବଂ ବିଟ ରେ ଭରି ରହିଛି ଭକ୍ତି । ଭକ୍ତ ସୋସିଆଲ ମିଡିଆ ରେ ସାରଥି ଙ୍କୁ ଝୁରି ହେଉଛନ୍ତି । ସେ କେତେବେଳେ ଭିଡିଓ କରୁଛନ୍ତି ତ ଆଉ କେତେବେଳେ ଗୀତ ଗାଉଛନ୍ତି । ତେବେ ଏହି ବିଶାଳ ପ୍ରେମ ରେ ବୁଡି ରହିଛନ୍ତି ବାବା ଙ୍କ ଭକ୍ତ ।
ମାତ୍ର ଏହା ଆଶ୍ଚର୍ଯ୍ୟ ର ବିଷୟ ଯେ ଏହିଭଳି ସାରଥି ଙ୍କ ବିରୁଦ୍ଧରେ ସମସ୍ତ ତଥ୍ୟ ମିଳି ସାରିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କିଛି ଲୋକ ଙ୍କ ଆଖି ଖୋଲିନାହିଁ । ବାବା ସାରଥି ତଥା ସନ୍ତୋଷ ରାଉଳ ଙ୍କୁ କୋର୍ଟ ଜାମିନ ତ ଦେଇଛି କିନ୍ତୁ ସର୍ତ୍ତ ଅନୁସାରେ ନିଜର ପ୍ରସାର ପ୍ରଚାର କରିବାକୁ ମନା କରିଅଛି । ଏହାର ଅର୍ଥ ଆତ୍ମ ଘୋଷିତ ସାରଥିବାବା ନିଜକୁ ଭଗବାନ କହି ଲୋକ ଙ୍କୁ ଯେମିତି ଆଉ ଠକି ପାରିବେ ନାହିଁ ସେହିଭଳି କିଛି କୋର୍ଟ ତାଙ୍କୁ ନିର୍ଦ୍ଧେଶ ଦେଇଛି ।
ତେବେ ଏହି ଭାଇରାଲ ଭିଡିଓ ରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ କିଭଳି ଏହି ମହିଳା ଭକ୍ତି ଭାବରେ ବୁଡି ଯାଉଛନ୍ତି । ପଛରେ ସାରଥି ବାବା ଙ୍କ ଫଟୋ ଏବଂ ଆଗରେ ଏହି ମହିଳା ବସି ଏହିଭଳି ଭକ୍ତିମୟ ଋଲ୍ସ ପ୍ରସ୍ତୁତ କରିଛନ୍ତି । ଆଉ ଏହି ଭିଡିଓ ଦେଖି ୟୁଜର୍ସ ଯାହା କମେଣ୍ଟ ଦେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଏହି ମହିଳା ଜଣଙ୍କ ନିମନ୍ତେ ।
ସେମାନଙ୍କ ମତରେ ଅନ୍ଧ ବିଶ୍ଵାସ କୁ ପୁନ୍ନର୍ବାର ପ୍ରଶୟ ଦେବା ସହିତ ସମାଜରେ ଏହାର ଖରାପ ପ୍ରଭାବ ପଡୁଛି ବୋଲି କହିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।