ସରପଞ୍ଚଙ୍କ ପୁଅ ଗାଁରେ ପଶି ଆତଙ୍କ ଖେଳାଇଥିଲା, ପାନେ ଦେଲେ ଗ୍ରାମବାସୀ…

ପାନେ ଖାଇଲେ ସରପଞ୍ଚଙ୍କ ପୁଅ ! ତେବେ ସୂଚନା ମୁତାବିକ ସରପଞ୍ଚଙ୍କ ପୁଅ ଗାଁରେ ପଶି ଆତଙ୍କ ମଚାଉ ଥିଲେ । ସରପଞ୍ଚଙ୍କ ପୁଅ ହାତରେ ମାରଣାସ୍ତ୍ର ଧରି 2 ଯୁବକଙ୍କୁ ଆକ୍ରମଣ କରିଛନ୍ତି । ପ୍ରଥମେ ଯେତେବେଳେ ସରପଞ୍ଚଙ୍କ ପୁଅ ଗ୍ରାମରେ ପଶି 2 ଯୁବକଙ୍କ ଉପରେ ଆକ୍ରମଣ କରିଥିଲେ । ସେତେବେଳେ ସେହି 2 ଯୁବକ କିଛି ମଧ୍ୟ ସରପଞ୍ଚଙ୍କ ପୁଅର କରିପାରିନଥିଲେ । ପରେ ସେହି ଯୁବକ ମାନେ ଗ୍ରାମର ଅନ୍ୟ ଲୋକଙ୍କୁ ନେଇ ସରପଞ୍ଚଙ୍କ ଘରେ ପଶିଥିଲେ ।

ତାପରେ ସରପଞ୍ଚଙ୍କ ଘର ନିକଟରେ ଥିବା ସବୁ ଆସବାବ ପତ୍ରକୁ ଭାଙ୍ଗି ପକାଇ ଥିଲେ । ଖାଲି ଏତିକି ନୁହେଁ । ବଂର ଘର ପାଖରେ ଥୁଆ ଯାଇଥିବା କାରକୁ ମଧ୍ୟ ସବୁ ଗ୍ରାମବାସୀ ମିଶି ଭାଙ୍ଗି ପକାଇଥିଲେ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଧୀନରେ ଥିବା ପଙ୍ଗାରୁସୀଆ ପଂଚାୟତର ସରପଞ୍ଚଙ୍କ ପୁଅ ସୌମ୍ୟରଞ୍ଜନ ଆଦିବାସୀ ସାହିରେ ପଶି ସେଠାକାର 2 ଯୁବକଙ୍କୁ ଧାରୁଆ ମାରଣାସ୍ତ୍ରରେ ଆଟାକ କରିଥିଲେ । ଯାହା ଫଳରେ ସେହି ସାହିର ଲୋକେ ସରପଞ୍ଚଙ୍କ ଘରେ ପଶି ଆଟାକ କରିଛନ୍ତି ।

ଘର ଆଖପାଖରେ ଥିବା ସବୁ ଜିନିଷପତ୍ରକୁ ଫୋପଡା ଫିଙ୍ଗା କରିବା ସହ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଏଭଳିକି ଦିନିଆରି ଆଦିବାସୀ ସାହିର ଲୋକେ ରାସ୍ତା ରୋକ ମଧ୍ୟ କରିଥିବାର ଘଟଣା ସାମ୍ନାକୁ ଆସିଛି । ତାଙ୍କ ଅଭିଯୋଗ ଆଧାରରେ ସରପଞ୍ଚଙ୍କ ପୁଅ ସୌମ୍ୟରଞ୍ଜନଙ୍କୁ ପୋଲିସ ଶୀଘ୍ର ଗିରଫ କରୁ । ଏଥିସହ ସରପଞ୍ଚଙ୍କ ପୁଅକୁ ଆଇନ ଅନୁଯାଇ ସଠିକ ଦଣ୍ଡ ମଧ୍ୟ ତାକୁ ଦିଆଯାଉ । ତେବେ ଗ୍ରାମର ଯୁବକଙ୍କୁ ତାଙ୍କ ପାଖରେ ରହି କାମ କରିବାକୁ ସରପଞ୍ଚଙ୍କ ପୁଅ ଡାକୁଥିଲେ ।

ହେଲେ ଯୁବକ ଦୁଇ ଜଣ ସେଠାରେ କାମ ନକରି ଅନ୍ୟତ୍ର କାମ କରିବେ ବୋଲି କହିବାରୁ ସରପଞ୍ଚଙ୍କ ପୁଅ ରାଗିଜାଇ ତୁରନ୍ତ ଯୁବକଙ୍କ ଉପରକୁ ହାତ ଉଠାଇ ଦେଇଥିଲେ । ତାପରେ ସେହି ଯୁବକଙ୍କ ଉପରେ ମାରଧର କରିବା ଆରମ୍ଭ କରିଦେଲେ । ତେବେ ଏହି ଘଟଣା ଗ୍ରାମ ଲୋକେ ଶୁଣିବା ପରେ ସରପଞ୍ଚଙ୍କ ଉପରେ ଉତ୍ତେଜିତ ହୋଇକି ଅଛନ୍ତି । ସେଥିପାଇଁ ସରପଞ୍ଚଙ୍କ ଘରକୁ ଯାଇ ଭଙ୍ଗାରୁଜା କରିବା ସହ ପୋଲିସକୁ ଏ ଘଟଣା ବିଷୟରେ ଅବଗତ କରାଇଛନ୍ତି । ଏଥିସହ ଯଥା ଶୀଘ୍ର ପୋଲିସ ସରପଞ୍ଚଙ୍କ ପୁଅ ଉପରେ ସଠିକ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ମଧ୍ୟ ଗ୍ରାମବାସୀ ଦାବୀ କରିଛନ୍ତି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *